Today Tempreture : ଚଳିତ ଋତୁରେ ପ୍ରଥମ ଥର ପାଇଁ ଗୁରୁବାର ଭୁବନେଶ୍ୱରରେ ପାରଦ ୩୫ ଡିଗ୍ରି ଉପରେ ପହଞ୍ଚିଛି। ଅପରାହ୍ନ ୨ଟା ୩୦ରେ ରାଜଧାନୀର ତାପମାତ୍ରା ୩୫ ଡିଗ୍ରି ରେକର୍ଡ କରାଯାଇଛି ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।
ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରି ଛୁଇଁବାର ଦିନକ ପରେ ଏହା ଘଟିଛି। ଝାରସୁଗୁଡ଼ାରେ ୩୭ ଡିଗ୍ରୀ, ଭଦ୍ରକରେ ୩୬.୨ ଡିଗ୍ରୀ, ବଲାଙ୍ଗୀରରେ ୩୬ ଡିଗ୍ରୀ, ଅନୁଗୁଳରେ ୩୫.୭ ଡିଗ୍ରୀ, ଭବାନୀପାଟଣାରେ ୩୫.୫ ଡିଗ୍ରୀ, ଟିଟିଲାଗଡ଼ରେ ୩୫.୫ ଡିଗ୍ରୀ, ପାରଳାଖେମୁଣ୍ଡିରେ ୩୫.୫ ଡିଗ୍ରୀ, ସୋନପୁରରେ ୩୫.୩ ଡିଗ୍ରୀ, ମାଲକାନଗିରିରେ ୩୫.୨ ଡିଗ୍ରୀ ସେଲସିୟସ ଓ ବରଗଡ଼ରେ ୩୫.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଛି ।
ଭୁବନେଶ୍ୱରରେ ୩୪.୮ ଡିଗ୍ରୀ ଓ କଟକରେ ୩୩.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ସେପଟେ ଆସନ୍ତା ଦୁଇ ଦିନ ମଧ୍ୟରେ ସାରା ଓଡ଼ିଶାରେ ରାତିର ତାପମାତ୍ରା ଧୀରେ ଧୀରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ଏବଂ ଏହା ପରେ କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଉତ୍ତର ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ଶୁକ୍ରବାର ଓ ଶନିବାର ସକାଳୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିପାରେ। ଗତ ୨୪ ଘଣ୍ଟା ମଧ୍ୟରେ ରାତିର ତାପମାତ୍ରା ।
Also read https://purvapaksa.com/utkarsh-odisha-vs-karnataka-global-investors-meet-day-1-compare-investment/