ଓଡ଼ିଶାର ରାଜଧାନୀ ଭୁବନେଶ୍ୱର, ବେଙ୍ଗାଲୁରୁ ଓ ହାଇଦ୍ରାବାଦକୁ ପାଟନାରୁ ପ୍ରଥମ ବିମାନ ଚଳାଚଳ କରି ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଏହାର ସିଧାସଳଖ ବିମାନ ସେବା କୁ ବିସ୍ତାର କରିଛି।ଏହି ଅବସରରେ ପାଟନା ବିମାନ ବନ୍ଦରରେ ଏକ ଉତ୍ସବ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ବେଙ୍ଗାଲୁରୁ, ଭୁବନେଶ୍ୱର ଏବଂ ହାଇଦ୍ରାବାଦକୁ ଉଦଘାଟନୀ ବିମାନ ସେବା ର ଶୁଭାରମ୍ଭ କରାଯାଇଥିଲା ।
ବେଙ୍ଗାଲୁରୁରୁ ବିମାନଟି ସକାଳ ୯ଟାରେ ପାଟନାରେ ପହଞ୍ଚି ସକାଳ ସାଢ଼େ ୯ଟାରେ ବାହାରିଥିବା ବେଳେ ହାଇଦ୍ରାବାଦର ବିମାନ ଅପରାହ୍ନ ୧ଟା ୧୫ରେ ଅବତରଣ କରି ଅପରାହ୍ନ ୧ଟା ୪୫ରେ ଉଡ଼ାଣ ଭରିଥିଲା। ଏୟାର ଇଣ୍ଡିଆର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଭୁବନେଶ୍ୱରରୁ ତୃତୀୟ ବିମାନ ଟି ଅପରାହ୍ନ ସାଢ଼େ ୪ଟାରେ ପାଟନା ବିମାନବନ୍ଦରରେ ପହଞ୍ଚିଥିଲା ଏବଂ ସନ୍ଧ୍ୟା ୫ଟାରେ ଉଡ଼ାଣ ଭରିଥିଲା।
ବେଙ୍ଗାଲୁରୁ, ହାଇଦ୍ରାବାଦ ଓ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବିମାନରେ ଯଥାକ୍ରମେ ୧୭୦, ୧୬୫ ଓ ୧୬୨ ସିଟ୍ ବୁକିଂ ହୋଇଛି। ଅପରାହ୍ନ ୨ଟା ୫୫ରେ ଭୁବନେଶ୍ୱର ଅଭିମୁଖେ ଉଡ଼ାଣ ଆରମ୍ଭ କରି ଅପରାହ୍ନ ୪ଟା ୨୦ରେ ପାଟନାରେ ଅବତରଣ କରିବ।