AI threat to bank employees: ସାରା ବିଶ୍ୱରେ ସମ୍ପ୍ରତି ବଢ଼ୁଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ଦବ୍ଦବା। ଆଇଟି, ଇଞ୍ଜିନିୟରିଂ, ଚିକିତ୍ସା ସେବା ଏବଂ ବିନିର୍ମାଣ ଭଳି ସବୁ କ୍ଷେତ୍ରରେ ଏଆଇର ବ୍ୟବହାର ବଢ଼ିବାରେ ଲାଗିଛି। ହେଲେ ଏଆଇକୁ ନେଇ ଏବେ ଆଶଙ୍କା ପ୍ରକାଶ କରାଗଲାଣି। କାରଣ ଏଆଇ ମନୁଷ୍ୟଙ୍କ ସ୍ଥାନ ନେବ। ଏଆଇ ଖାଇଯିବ ନିଯୁକ୍ତି।
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଯୋଗୁ ସାରା ବିଶ୍ୱରେ ଆଗାମୀ ୩ ରୁ ୫ ବର୍ଷ ମଧ୍ୟରେ ଚାଲିଯିବ ପ୍ରାୟ ୨ ଲକ୍ଷ ଲୋକଙ୍କ ଚାକିରି। ଏହି ଚାକିରି କେବଳ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଯିବ। ବିଶେଷକରି ବହୁ ସଂଖ୍ୟାରେ ବ୍ୟାଙ୍କ କର୍ମଚାରୀ ଚାକିରି ହରାଇବେ। ବିଶ୍ୱସ୍ତରୀୟ ବ୍ୟାଙ୍କଗୁଡ଼ିକ ଦ୍ୱାରା ବହୁ ସଂଖ୍ୟକ ଲୋକଙ୍କୁ ଛଟେଇ କରାଯାଇପାରେ ବୋଲି ବ୍ଲୁମବର୍ଗ ଇଣ୍ଟେଲିଜେନ୍ସ ପକ୍ଷରୁ କୁହାଯାଇଛି।
ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ଏଆଇ ମାଧ୍ୟମରେ ବ୍ୟାଙ୍କ କାମ ସହଜ ହେଉଛି। ବ୍ୟାଙ୍କରେ ଲୋକମାନେ କରୁଥିବା କାମ ସହଜରେ ହେଉଛି। ବ୍ଲୁମବର୍ଗ କହିଛି ଯେ ଆଗାମୀ ତିନିରୁ ପାଞ୍ଚବର୍ଷ ମଧ୍ୟରେ ବିଶ୍ୱର ବ୍ୟାଙ୍କଗୁଡ଼ିକ ଏଆଇ ଯୋଗୁଁ ୨ ଲକ୍ଷ ଲୋକଙ୍କୁ ଚାକିରିରୁ ବିଦା କରିପାରନ୍ତି। ବ୍ୟାଙ୍କର ସମସ୍ତ କାମ ଏଆଇ ଉପକରଣ ସାହାଯ୍ୟରେ କରାଯାଉଛି ଏବଂ ଖର୍ଚ୍ଚ ମଧ୍ୟ ହ୍ରାସ ପାଉଛି। ବ୍ଲୁମବର୍ଗର ଅଧିକାରୀମାନେ ଏକ ସର୍ଭେ କରିଥିଲେ, ଯେଉଁଥିରୁ ଜଣାପଡିଥିଲା ଯେ ଆଗାମୀ ୫ ବର୍ଷ ମଧ୍ୟରେ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ପ୍ରାୟ ୩ ପ୍ରତିଶତ କର୍ମଚାରୀ ହ୍ରାସ ହୋଇପାରନ୍ତି।
ବ୍ଲୁମବର୍ଗ ପକ୍ଷରୁ ଥମାସ୍ ନୋଏଲଜେଲ୍ ଏହି ରିପୋର୍ଟ ଉପରେ କହିଛନ୍ତି ଯେ ବ୍ୟାଙ୍କଗୁଡ଼ିକରେ ଯେଉଁସବୁ କାମ ବାରମ୍ବାର ବା ଦିନକୁ ଅନେକ ଥର କରାଯାଏ। ଏଆଇ ସେହି କାର୍ଯ୍ୟଗୁଡ଼ିକୁ ସହଜରେ କରିପାରିବ। ତଥାପି, ସେ ଏହା ମଧ୍ୟ ଗୁରୁତ୍ୱାରୋପ କରିଥିଲେ ଯେ ଏଆଇର ଆଗମନ ସମ୍ପୂର୍ଣ୍ଣ ଭାବରେ ଚାକିରିକୁ ନଷ୍ଟ କରିବ ନାହିଁ, ହେଲେ ଏଥିରେ ହ୍ରାସ ଘଟାଇପାରେ। ସର୍ଭେରେ, ଲୋକମାନଙ୍କୁ ନମୁନା ଭାବରେ ଏହି ପ୍ରଶ୍ନର ଉତ୍ତର ଦେବାକୁ କୁହାଯାଇଥିଲା। ୯୩ ଜଣ ଉତ୍ତରଦାତାଙ୍କ ମଧ୍ୟରୁ ଏକ ଚତୁର୍ଥାଂଶ ଲୋକଙ୍କର ବିଶ୍ୱାସ ଯେ ନିକଟ ଭବିଷ୍ୟତରେ ଏଆଇ ଯୋଗୁ ବ୍ୟାଙ୍କ କର୍ମଚାରୀଙ୍କ ସଂଖ୍ୟା ୫% ରୁ ୧୦% ହ୍ରାସ ପାଇପାରେ।
ରିପୋର୍ଟରେ ଆହୁରିମଧ୍ୟ କୁହାଯାଇଛି ଯେ ୨୦୨୭ରେ ବ୍ୟାଙ୍କଗୁଡ଼ିକର ଟିକସ ପୂର୍ବବର୍ତ୍ତୀ ଲାଭ ୧୨ ରୁ ୧୭ ପ୍ରତିଶତ ବୃଦ୍ଧି ପାଇବାର ଆଶା କରାଯାଉଛି। ଏହାବ୍ୟତୀତ, ଏଆଇ ଯୋଗୁ ବ୍ୟାଙ୍କଗୁଡ଼ିକର ମୋଟ ନଗଦ ପରିମାଣ ୧୮୦ ବିଲିୟନ ଡଲାରକୁ ବୃଦ୍ଧି ପାଇପାରେ। ବ୍ୟାଙ୍କିଙ୍ଗ ଶିଳ୍ପରେ ୫୪% ଚାକିରି ସ୍ୱୟଂଚାଳିତ ହେବାର ସମ୍ଭାବନା ରହିଛି। ରିପୋର୍ଟରେ କୁହାଯାଇଛି ଯେ ରେଟିଂ ଏଜେନ୍ସି ଜେପି ମୋର୍ଗାନ୍ ମଧ୍ୟ ଏବେ ଏଆଇ ଗ୍ରହଣ କରିବା ଆଡ଼କୁ ଅଗ୍ରସର ହେଉଛି, ଏହା ଭବିଷ୍ୟତରେ ଉତ୍ପାଦକତା ବୃଦ୍ଧି କରିବ ଏବଂ କମ୍ ଖର୍ଚ୍ଚ ହେତୁ ବ୍ୟାଙ୍କଗୁଡ଼ିକୁ ଅଧିକ ଲାଭ ମିଳିବ। ତେଣୁ କର୍ମଚାରୀଙ୍କ ଅଭାବ ହୋଇପାରେ ବୋଲି ରିପୋର୍ଟରେ ଦର୍ଶାଯାଇଛି।
Also readhttps://purvapaksa.com/2025-pravasi-bharatiya-divas-conference-a-roundup/
