ବାଲେଶ୍ୱର ବିଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଗତ ଡିସେମ୍ବର ୧୯ ତାରିଖରେ ସଂସଦରେ ମକର ଦ୍ୱାର ନିକଟରେ ହୋଇଥିବା ଧସ୍ତାଧସ୍ତି ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଅଶୋଭନୀୟ ଆଚରଣ କରିଥିବାରୁ ସମାଲୋଚନା କରିଛନ୍ତି।
ସେ ଅଭିଯୋଗ କରିଛନ୍ତି ଯେ ରାହୁଲ ଲୋକସଭାରେ ବିରୋଧୀ ଦଳ ବଦଳରେ ‘ବାଉନ୍ସର’ ଭଳି ଆଚରଣ କରୁଛନ୍ତି। ଆମ୍ବେଦକରଙ୍କ ପ୍ରତି ଅସମ୍ମାନ ପାଇଁ ଆମେ ଶାନ୍ତିପୂର୍ଣ୍ଣଭାବେ ବିକ୍ଷୋଭ ପ୍ରଦର୍ଶନ କରୁଥିଲୁ। ରାହୁଲ ଗାନ୍ଧି ଆସିଲେ… ବିଜେପିର କୌଣସି ସାଂସଦ ତାଙ୍କୁ ଅବରୋଧ କରିନଥିଲେ। ଯିବା ପାଇଁ ଉଭୟ ପାର୍ଶ୍ୱରେ ପର୍ଯ୍ୟାପ୍ତ ଜାଗା ଥିଲା। ଏପରିକି ମୁଁ ତାଙ୍କ ସହ କୌଣସି ପ୍ରକାର କଥାବାର୍ତ୍ତା ମଧ୍ୟ କରୁନଥିଲି। ତଥାପି ଅପ୍ରତ୍ୟାଶିତ ଭାବେ ସେ ଦିଗ ବଦଳାଇ ନିଜ ଦଳର କିଛି ସହଯୋଗୀଙ୍କ ସହ ମିଶି ଲୋକଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରୋତ୍ସାହିତ କରିବା ଆରମ୍ଭ କରିଥିଲେ ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।
ବାଲେଶ୍ୱର ସାଂସଦ ମନେପକାଇ କହିଛନ୍ତି ଯେ ରାହୁଲ ଗାନ୍ଧୀ ତାଙ୍କ ଉପରକୁ ପଡ଼ିଥିବା ବିଜେପି ସଦସ୍ୟ ମୁକେଶ ରାଜପୁତଙ୍କୁ କଠୋର ଧକ୍କା ଦେଇଥିଲେ, ଯାହା ପରେ ସେ ଭାରସାମ୍ୟ ହରାଇ ମୁଣ୍ଡରେ ଆଘାତ ପାଇ ତଳେ ପଡ଼ିଯାଇଥିଲେ। “ଏକ ତୀକ୍ଷ୍ଣ ବସ୍ତୁ ମୋ ମୁଣ୍ଡକୁ ଛେଚି ଦେଇଥିଲା, ଯାହା ଫଳରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ପ୍ରଥମେ ରାହୁଲ ନିଜ କାର୍ଯ୍ୟକୁ ସ୍ୱୀକାର କରିଥିଲେ ମଧ୍ୟ ପରେ ଏ ନେଇ ଚୁପ୍ ରହିବାକୁ ପସନ୍ଦ କରିଥିଲେ। ତାଙ୍କଠାରୁ ମୌଳିକ ସୌଜନ୍ୟ ମଧ୍ୟ ଆଶା କରାଯାଇପାରିବ ନାହିଁ।
ଷଡ଼ଙ୍ଗୀ ମଧ୍ୟ ସାମ୍ବାଦିକମାନଙ୍କୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଛନ୍ତି। ମୋ ସ୍ୱାସ୍ଥ୍ୟାବସ୍ଥାରେ ଯଥେଷ୍ଟ ଉନ୍ନତି ଆସିଛି, ଯଦିଓ ମୋ ମୁଣ୍ଡରେ ବ୍ୟାଣ୍ଡେଜ୍ ଆହୁରି ୩ରୁ ୪ ଦିନ ରହିବ ବୋଲି ସେ କହିଛନ୍ତି।
ସାମ୍ବାଦିକଙ୍କ ପାଇଁ ସଚିବାଳୟ ପ୍ରବେଶ ପାସ୍ ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର