Pakistan Afghanistan War: ତାଲିବାନ ପାକିସ୍ତାନ କୁ ଜବାବ ଦେଇଛି । ପାକିସ୍ତାନ ତା’ର ପଡ଼ୋଶୀ ଦେଶ ଆଫଗାନିସ୍ତାନ ଉପରେ ଭାରତ ଭଳି ସର୍ଜିକାଲ ଷ୍ଟ୍ରାଇକ୍ କରିବାକୁ ଦାବି କରୁଥିଲା, କିନ୍ତୁ ତାଲିବାନ ଏହାର ଜବାବ ପଥରରେ ଦେଇଥିଲା।
ତିନିବର୍ଷ ତଳେ ଯେତେବେଳେ ଆଫଗାନିସ୍ତାନରେ କ୍ଷମତା ପରିବର୍ତ୍ତନ ହୋଇଥିଲା, ସେତେବେଳେ ପାକିସ୍ତାନୀ ସେନା, ଆଇଏସଆଇ ଓ ନେତା ଖୁସ୍ ଥିଲେ। ପାକିସ୍ତାନ ନିଜେ ନିଜକୁ ସାବାସୀ ଦେଉଥିଲା। ପାକିସ୍ତାନର ମୁଲ୍ଲାମୌଲବି ଖୁସିର ଗଦଗଦ ହେଉଥିଲେ। କିନ୍ତୁ କିଛିଦିନ ପରେ ପାକିସ୍ତାନର ନିଦ ଭାଙ୍ଗିଥିଲା। ଯେଉଁ ଭଷ୍ମାସୁରକୁ ପାକିସ୍ତାନ ସୃଷ୍ଟି କରିଥିଲା ସେହି ଭଷ୍ମାସୁର ପାକିସ୍ତାନ ପଛରେ ପଡ଼ିଥିଲା। ତାଲିବାନ କ୍ଷମତାକୁ ଆସିବାମାତ୍ରେ ପ୍ରଥମ ଟାର୍ଗେଟ ଥିଲା ପାକିସ୍ତାନ। ଆଫଗାନିସ୍ତାନରେ ଆଡ୍ଡା ତିଆରି କରିଥିବା ପାକିସ୍ତାନୀ ତାଲିବାନ (ଟିଟିପି) ଅର୍ଥାତ୍ ତେହରିକ-ଏ-ତାଲିବାନ ପାକିସ୍ତାନ ଉପରେ ଆକ୍ରମଣ ଆରମ୍ଭ କରିଥିଲା। ଆଫଗାନୀ ତାଲିବାନର ସଫଳତା ପାକିସ୍ତାନୀ ତାଲିବାନକୁ ପ୍ରେରିତ କରିଥିଲା। ସେମାନେ ମଧ୍ୟ ନିଜ ଦେଶରେ ସରିୟତ ଲାଗୁ କରିବାକୁ ଯୁଦ୍ଧ ଆରମ୍ଭ କରିଥିଲେ।
ଏହା ଭିତରେ ପୁଣିଥରେ ସକ୍ରିୟ ହୋଇଥିବା ଟିଟିପି ଶାହବାଜ ସରିଫଙ୍କ ଦେଶରେ ରକ୍ତାକ୍ତ ଖେଳ ଖେଳିବା ଆରମ୍ଭ କରିଛି। ଏହାର ଜବାବରେ ପାକିସ୍ତାନ ମଧ୍ୟ ଆଫଗାନିସ୍ତାନ ଉପରେ ସେହି ସ୍ତରରେ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା, ଯାହା ଭାରତ ଏକଦା ପାକିସ୍ତାନରେ ପ୍ରବେଶ କରି କରିଥିଲା। ପୂର୍ବରୁ ଭାରତଠାରୁ ପରାଜିତ ହୋଇଥିବା ପାକିସ୍ତାନ ଯେତେବେଳେ ଆଫଗାନିସ୍ତାନରେ ସମାନ ପଦ୍ଧତି ଅବଲମ୍ବନ କରିଥିଲା, ସେତେବେଳେ ଭୁଲିଯାଇଥିଲା ଯେ, ତାଲିବାନ କ’ଣ। ଏବେ ତାଲିବାନ ପାକିସ୍ତାନର ବ୍ୟାଣ୍ଡ୍ ବଜାଇବାରେ ବ୍ୟସ୍ତ।
ନିକଟରେ ଆଫଗାନିସ୍ତାନରେ ପ୍ରବେଶ କରି ପାକିସ୍ତାନ ଟିଟିପି ଅର୍ଥାତ୍ ତେହରିକ-ଏ-ତାଲିବାନ ପାକିସ୍ତାନ ଗ୍ରୁପ୍ ଉପରେ ଆକ୍ରମଣ ନାଁରେ ବଡ଼ ଧରଣର ଆକ୍ରମଣ କରିଥିଲା। ଯାହାର ଜବାବରେ ତାଲିବାନ ମଧ୍ୟ ପାଲଟା ଆକ୍ରମଣ କିଛି। ତାଲିବାନ ମଧ୍ୟ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ତାଲିବାନ ପ୍ରତିରକ୍ଷା ମନ୍ତ୍ରାଳୟ ଶନିବାର କହିଛି ଯେ ଗତ ସପ୍ତାହରେ ହୋଇଥିବା ଭୟଙ୍କର ଏୟାର ଷ୍ଟ୍ରାଇକର ପ୍ରତିଶୋଧ ତାଲିବାନ ସେନା ନେଇଛି। ପାକିସ୍ତାନ ଭିତରେ ଅନେକ ବେସ୍ ଉପରେ ଆକ୍ରମଣ ହୋଇଛି।
ପ୍ରତିଶୋଧ ନେଇଛି ତାଲିବାନ
ଗତ ମଙ୍ଗଳବାର ପାକିସ୍ତାନ ଆଫଗାନିସ୍ତାନର ପୂର୍ବ ପକ୍ତିକା ଫାଣ୍ଡିରେ ଥିବା ଏକ ପ୍ରଶିକ୍ଷଣ କେନ୍ଦ୍ରକୁ ଧ୍ୱଂସ କରିଥିବା ଦାବି କରିଥିଲା। ପାକିସ୍ତାନ ସେନା କହିଛି ଯେ ସେମାନେ ଟିଟିପି ଉପରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ଯାହାଦ୍ୱାରା ପାକିସ୍ତାନ ଭିତରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ରୋକାଯାଇପାରିବ। ତାଲିବାନ କହିଛି ଯେ ଏହି ଆକ୍ରମଣରେ ଡଜନାଧିକ ମହିଳା ଓ ଶିଶୁଙ୍କ ମୃତ୍ୟୁ ଘଟିଛି। ଏବେ ଶନିବାର ଦିନ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ତାଲିବାନ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ ତାଙ୍କ ସେନା ପାକିସ୍ତାନୀ ସେନା ବେସଗୁଡ଼ିକୁ ଟାର୍ଗେଟ କରିଛି। ଏହି ଘାଟିରୁ ଆଫଗାନିସ୍ତାନ ଉପରେ ଆକ୍ରମଣ ହୋଇଥିବା କୁହାଯାଉଛି।
୧୯ ଜଣ ପାକିସ୍ତାନୀ ସୈନିକ ନିହତ
ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଇନାୟତୁଲ୍ଲା ଖୱାରଜାମି ଏହି ଆକ୍ରମଣ ସମ୍ପର୍କରେ ଅଧିକ ସୂଚନା ଦେଇନାହାନ୍ତି। ତେବେ ଏହି ଆକ୍ରମଣ କେବେ, କେମିତି ଓ କେଉଁଠି ହୋଇଛି ସେ ନେଇ କିଛି ସ୍ପଷ୍ଟ କରାଯାଇନାହିଁ। ତାଲିବାନ ସମର୍ଥକ ଗଣମାଧ୍ୟମ ହୁରିୟତ ଡେଲି ନ୍ୟୁଜ୍ ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ ଯେ ଏହି ଆକ୍ରମଣରେ ୧୯ ଜଣ ପାକିସ୍ତାନୀ ସୈନିକ ଏବଂ ୩ ଜଣ ଆଫଗାନିସ୍ତାନ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି।
