ଓଡ଼ିଶା ଗାଁରୁ ସହର ରଜ ଉତ୍ସବ ପାଳନ କରୁଥିବା ବେଳେ ବଦଳିବ ପାଗ। ବର୍ଷାରେ ରଜ ଭିଯିବ ବୋଲି ଆକଳନ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନେକ ଜିଲ୍ଲା ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ସତର୍କତା ଜାରି କରିଛି। ଉତ୍ତର-ପଶ୍ଚିମ ମୌସୁମୀ ବାୟୁର ପ୍ରଭାବ ଦ୍ରୁତ ଗତିରେ ରାଜ୍ୟ ଆଡକୁ ମାଡି ଆସୁଥିବା ବେଳେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବଳ ବର୍ଷା କରୁଛି ଏବଂ କରିବ ବୋଲି ଜଣା ପଡିଛି। ଏହା ସହିତ ବଜ୍ରପାତ ଏବଂ ଝଡ଼ ପବନ ବୋହିବ ବୋଲି କୁହାଯାଉଛି। ଜୁନ ୧୮ ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଗତ ୨୪ ଘଣ୍ଟା ମଧ୍ୟରେ, ବିଶେଷକରି ଦକ୍ଷିଣ ଏବଂ ଉତ୍ତର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ମୟୂରଭଞ୍ଜ, କଟକ, ନୟାଗଡ଼, ଖୋର୍ଦ୍ଧା, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ୱର, ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଏବଂ ରାୟଗଡ଼ା ଭଳି ଜିଲ୍ଲାଗୁଡ଼ିକ ଏଥିରେ ଗୁରୁତର ଭାବରେ ପ୍ରଭାବିତ ହୋଇଛି। କେଉଁଝରରେ ସର୍ବାଧିକ ୧୩.୮ ମିମି ବର୍ଷା ରେକର୍ଡ କରାଯାଇଛି। ତେବେ ରାଜ୍ୟ ପଶ୍ଚିମ ଓଡ଼ିଶାରେ ତାପମାତ୍ରାର ମଧ୍ୟ ଉଚ୍ଚ ରହିଥିବା ଜଣା ପଡିଛି। ସମ୍ବଲପୁରରେ ଜୁନ୍ ୧୨ ତାରିଖରେ ଦିନର ତାପମାତ୍ରା ସର୍ବାଧିକ ୪୦.୪ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି, ସେହିପରି ଅନ୍ୟାନ୍ୟ ଅଞ୍ଚଳଗୁଡିକ ୪୦ ଡିଗ୍ରୀ ସେଲସିୟସ୍ ତଳେ ରହିଛି ତାପମାତ୍ରା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି ଯେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଆଡକୁ ଅଗ୍ରସର ହେଉଛି ଏବଂ ସକ୍ରିୟ ମୌସୁମୀ ପରିସ୍ଥିତି ଯୋଗୁଁ ଆଗାମୀ ଦିନରେ ବର୍ଷା ତୀବ୍ର ହେବାର ସମ୍ଭାବନା ରହିଛି। ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି, ଯାହା ଏକ ନିମ୍ନ ଚାପ କ୍ଷେତ୍ରରେ ପରିଣତ ହୋଇପାରେ, ଯାହା ପାଗ କାର୍ଯ୍ୟକଳାପକୁ ବୃଦ୍ଧି କରୁଛି। ଭାରତ ପାଣିପାଗ ବିଭାଗ (IMD) ଉଲ୍ଲେଖ କରିଛି ଯେ ମୌସୁମୀ ନିର୍ଦ୍ଧାରିତ ସମୟ ପୂର୍ବରୁ ଓଡ଼ିଶାରେ ପହଞ୍ଚିଛି, ମେ ୨୮ ସୁଦ୍ଧା ଦକ୍ଷିଣ ଭାଗକୁ ମୌସମୀ ଛୁଇଁଛି। ଅନ୍ୟପଟେ ବର୍ଦ୍ଧିତ ଆର୍ଦ୍ରତା ଏବଂ ଏଲ୍ ନିନୋର ଅନୁପସ୍ଥିତି ଭଳି ଅନୁକୂଳ ପରିସ୍ଥିତି ଏଥର ସ୍ୱାଭାବିକଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ବୃଦ୍ଧି କରିଛି।
ଏହି ଜିଲ୍ଲା ପାଇଁ ସତର୍କ ସୂଚନା
କୋରାପୁଟ, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ରାୟଗଡା, ଗଞ୍ଜାମ ଏବଂ ନବରଙ୍ଗପୁର ଜିଲ୍ଲା ପାଇଁ ଶନିବାର, ଜୁନ୍ ୧୪ ତାରିଖ ପାଇଁ ଏକ ୟେଲୋ ଆଲର୍ଟ ଜାରି କରାଯାଇଛି। ଝଡ଼ବର୍ଷା ସହ ୪୦-୫୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବହିବା ସହିତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେଉଁଝର, ମୟୂରଭଞ୍ଜ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଜପତି, ସୋନପୁର, ବୌଦ୍ଧ, ନୂଆପଡ଼ା ଏବଂ ବଲାଙ୍ଗୀର ସମେତ ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକରେ ଘଣ୍ଟାପ୍ରତି ୩୦-୪୦ କିଲୋମିଟର ବେଗରେ ପାବନ ସହ ବଜ୍ରପାତ ହେବାର ସତର୍କ କରାଯାଇଛି। ଏହି ଭଳି ପାଗ ରବିବାର, ସୋମବାର, ମଙ୍ଗଳବାର ଏବଂ ବୁଧବାର ପର୍ଯ୍ୟନ୍ତ ଜାରି ରହିବ ବୋଲି ପାଣିପାଗ ବିଭାଗ କହିଛି, ଏହାସହ ସାରା ରାଜ୍ୟରେ ବଜ୍ରପାତ ସତର୍କତା ଜାରି କରାଯାଇଛି। ଜୁନ୍ ୧୮ ତାରିଖରୁ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି, ବିଶେଷକରି କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର ଏବଂ ଗଜପତିରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ସମ୍ଭାବ୍ୟ ବର୍ଷା ପାଇଁ ସୁରକ୍ଷା ବ୍ୟବସ୍ଥା
ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଜଳବନ୍ଦୀ ହୋଇପାରେ, ପରିବହନ ବାଧାପ୍ରାପ୍ତ ହୋଇପାରେ ଏବଂ ଘଡ଼ଘଡ଼ି ଓ ବଜ୍ରପାତର ଆଶଙ୍କା ସୃଷ୍ଟି ହୋଇପାରେ। ଝଡ଼ ବର୍ଷା ସମୟରେ ଖୋଲା ପଡ଼ିଆକୁ ନାଯିବାକୁ, ସମ୍ଭାବ୍ୟ ବିଦ୍ୟୁତ୍ ବିଭ୍ରାଟ ପାଇଁ ପ୍ରସ୍ତୁତ ରହିବାକୁ କର୍ତ୍ତୃପକ୍ଷ ଆଲର୍ଟ ଜାରି ହୋଇଥିବା ଅଞ୍ଚଳର ବାସିନ୍ଦାଙ୍କୁ ଅନୁରୋଧ କରିଛନ୍ତି। ଜୋରରେ ପବନ ଯୋଗୁଁ ସମୁଦ୍ର ଅଶାନ୍ତ ରହିବ ଟେନଉ ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ନାଯିବା ପାଇଁ ବାରଣ କରାଯାଇଛି। ଏହାସହ ଚାଷୀଙ୍କୁ ସେମାନଙ୍କ ଫସଲ ସୁରକ୍ଷିତ ରଖିବା ପାଇଁ କୁହାଯାଇଛି। ଏଥର ରଜ ୪ ଦିନ ପୁରା ବର୍ଷାରେ ଭିଯିବ ବୋଲି କୁହାଯାଉଛି। ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନ ସତର୍କ ରହିଛି, ସମ୍ଭାବୀୟ ବିପଦ ହ୍ରାସ କରିବା ଏବଂ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ କାର୍ଯ୍ୟକାରୀ କରୁଛନ୍ତି।
Also read https://purvapaksa.com/odisha-govt-approves-17-industrial-projects-in-11-districts/