ରାଜ୍ୟସରକାର ଗତ ଦୁଇଦିନ ତଳେ ବାଲିଗୁଡା ଉପଜିଲ୍ଲାପାଳ ଥିବା ଡ଼.ରୀନା ପ୍ରଧାନଙ୍କୁ ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡ (ଡିଏମଏଫ)ର ସିଓ ଭାବେ ନିଯୁକ୍ତି ଦେଇଛନ୍ତି । ଏହି ନିଯୁକ୍ତିକୁ ନେଇ ରାଜ୍ୟସରକାର ଏବେ ଚାରିଆଡୁ ସମାଲୋଚିତ ହେବାରେ ଲାଗିଛନ୍ତି କାରଣ ପୂର୍ବରୁ ନିୟମ ଅନୁସାରେ ଜଣେ ଓଏଏସ ଅଧୀକାରିଙ୍କୁ ଡିଏମଏଫର ସିଓ ଭାବେ ନିଯୁକ୍ତି କରାଯାଉଥିଲା ବିଜେପି ସରକାର ପ୍ରଥମ ଥର ପାଇଁ ଜଣେ ଆଇଏଏସ ଅଫିସରଙ୍କୁ ଏହି ପଦବୀରେ ନିଯୁକ୍ତି ଦେଇଛନ୍ତି ।
ଡ଼. ରୀନା ପ୍ରଧାନଙ୍କ ଏହି ନୁଯୁକ୍ତି ତାଙ୍କ ସ୍ୱାମୀ ବାଲେଶ୍ୱର ଏସପି ରାଜ ପ୍ରସାଦଙ୍କ ପୁରସ୍କାର ବୋଲି ପାୱାର କରିଡରରେ ଚର୍ଚ୍ଚା ହେଉଛି । ଏହି ରାଜ୍ ପ୍ରସାଦଙ୍କ ଯୋଗୁଁ ରାଜ୍ୟସରକାର ବଦନାମ ହୋଇଛନ୍ତି । କାରଣ ସେ ଠିକଣା ସମୟରେ ପଦକ୍ଷେପ ନ ନେବାରୁ ବାଲେଶ୍ୱର ଏଫଏମ କଲେଜନ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମଦାହ କରିବାକୁ ବାଧ୍ୟ ହୋଇଥିଲେ ।
ଯାହା ଫଳରେ ମୋହନ ସରକାର ଚାରିଆଡୁ ନିନ୍ଦିତ ହୋଇଥିଲେ । କେବଳ ସେତିକି ନୁହେଁ ନିକଟରେ ବାଲେଶ୍ୱର ଜିଲ୍ଲାରେ ହୋମମାର୍ଡ ନିଯୁକ୍ତି ବେଳେ ତାଙ୍କ ଅଙ୍ଗରକ୍ଷୀ ପ୍ରାର୍ଥୀମାନଙ୍କ ଠାରୁ ଚାକିରି କରାଇ ଦେବା ଆଳରେ ଅର୍ଥ ଆଦାୟ କରୁଥିଲେ । ଏହି ଘଟଣା ଏତେ ଜୋର ପ୍ରଚାର ହେଲା ଯେ ଡିଜି ମହୋଦୟ ସେହି ଅଙ୍ଗରକ୍ଷୀଙ୍କୁ ଏବେ ନିଲମ୍ବିତ କରିଛନ୍ତି । ଏପରି ସ୍ଥଳେ ସରକାର ବାଲେଶ୍ୱର ଏସପି ରାଜ୍ ପ୍ରସାଦଙ୍କୁ ଦଣ୍ଡିତ କରିବା ବଦଳରେ ତାଙ୍କ ପତ୍ନୀ ଡ଼. ରୀନା ପ୍ରଧାନଙ୍କୁ ପୁରସ୍କୃତ କରିଛନ୍ତି ବୋଲି ପାୱାର କରିଡରରେ ଅରଲୋଚନା ହେଉଛି ।
ALSO READ https://purvapaksa.com/got-a-snake-bite-dont-worry-treatment-will-be-quick-with-the-elisa-test/
