ଆଗାମୀ ସପ୍ତାହଟି ଅନେକ ରାଶି ପାଇଁ ସଫଳତା, ଆର୍ଥିକ ଉନ୍ନତି ଓ ମାନସିକ ଶାନ୍ତି ଆଣିବାର ସଙ୍କେତ ଦେଉଛି । କେତେକ ରାଶି ପାଇଁ କର୍ମକ୍ଷେତ୍ରରେ ପଦୋନ୍ନତି ଓ ସମ୍ମାନ ମିଳିବା ସହ ପାରିବାରିକ ସୁଖ ବୃଦ୍ଧି ପାଇବ, ତେବେ କିଛି ରାଶିକୁ ସ୍ୱାସ୍ଥ୍ୟ ଓ ସମ୍ପର୍କ କ୍ଷେତ୍ରରେ ସତର୍କ ରହିବାକୁ ପଡ଼ିପାରେ। ଚାଲନ୍ତୁ ଜାଣିବା ୧୨ଟି ରାଶିର ସମ୍ପୂର୍ଣ୍ଣ ସାପ୍ତାହିକ ରାଶିଫଳ।
ମେଷ:
ଏହି ସପ୍ତାହରେ ସରକାରୀ କର୍ମଚାରୀମାନେ କର୍ମକ୍ଷେତ୍ରରେ ପ୍ରଶଂସାର ଯୋଗ ରଖିଛନ୍ତି। ପାର୍ଟନରସିପ୍ ବ୍ୟବସାୟରେ ସହଯୋଗ ମିଳିବ। ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବା ସହ ଅଟକିଥିବା ଧନ ପ୍ରାପ୍ତିର ସମ୍ଭାବନା ରହିଛି। ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଯିବ।
ବୃଷ:
ପ୍ରଶାସନ, ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିମାନେ ଶୁଭ ଫଳ ପାଇବେ। ନୂତନ ବନ୍ଧୁତ୍ୱ ବ୍ୟବସାୟ ଉନ୍ନତିରେ ସାହାଯ୍ୟ କରିବ। ଆୟର ନୂତନ ଉତ୍ସ ଖୋଲିବା ସହ ପୁରାତନ ରୋଗରୁ ମୁକ୍ତି ମିଳିବ।
ମିଥୁନ:
ଏହି ସପ୍ତାହରେ ବ୍ୟବସାୟରେ ଆଶାଅପେକ୍ଷା ଅଧିକ ଧନଲାଭ ହେବ। ଜମି, ଗାଡ଼ି ଓ ସ୍ୱର୍ଣ୍ଣ କ୍ରୟର ଯୋଗ ରହିଛି। ଧର୍ମକାର୍ଯ୍ୟରେ ମନ ଲାଗିବା ସହ ଋଣ ସମସ୍ୟାର ସମାଧାନ ହେବ।
କର୍କଟ:
କଳା, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ। ପାରିବାରିକ ଅଶାନ୍ତି ଦୂର ହେବ। କର୍ମକ୍ଷେତ୍ରରେ ସମ୍ମାନ ଓ ଶତୃନାଶର ଯୋଗ ରହିଛି।
ସିଂହ:
ଭାଗ୍ୟ ଉଦୟର ସପ୍ତାହ। ପ୍ରେମ ସମ୍ପର୍କ ମଜବୁତ ହେବ। ବ୍ୟବସାୟ ପାଇଁ ବିଦେଶ ଯାତ୍ରାର ଯୋଗ ରହିଛି। ସନ୍ତାନଙ୍କ ଉନ୍ନତି ଖବର ମନକୁ ଖୁସି ଦେବ।
କନ୍ୟା:
ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଶୁଭ। ପ୍ରତିଯୋଗୀତା ପରୀକ୍ଷାରେ ସଫଳତା ମିଳିବ। ପରିବାରରେ ମାଙ୍ଗଳିକ କାର୍ଯ୍ୟର ଯୋଗ ରହିଛି, ତେବେ ସ୍ୱାସ୍ଥ୍ୟରେ ହାଲୁକା ସମସ୍ୟା ହୋଇପାରେ।
ତୁଳା:
ନୂତନ ବ୍ୟବସାୟ ଆରମ୍ଭ ପାଇଁ ସର୍ବୋତ୍ତମ ସମୟ। ଯାନ, ଜମି ଓ ଗୃହୋପକରଣ କ୍ରୟର ଯୋଗ ରହିଛି। କର୍ମକ୍ଷେତ୍ରରେ ଆତ୍ମସନ୍ତୋଷ ମିଳିବ।
ବିଛା:
ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଆଇନଗତ ସମସ୍ୟାରୁ ମୁକ୍ତି ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ସ୍ୱାସ୍ଥ୍ୟ ଉନ୍ନତି ହେବ।
ଧନୁ:
ବ୍ୟବସାୟ ଓ ରାଜନୀତିରେ ସଫଳତାର ସପ୍ତାହ। ସମ୍ପତ୍ତି ସମ୍ବନ୍ଧୀୟ ବିବାଦର ସମାଧାନ ହେବ। ମାନସିକ ଶାନ୍ତି ମିଳିବ।
ମକର:
କର୍ମକ୍ଷେତ୍ରରେ ପ୍ରଶଂସା ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ବ୍ୟବସାୟରେ ଲାଭ ହେବ, ତେବେ ଶତୃଙ୍କୁ ନେଇ ସତର୍କ ରହିବା ଦରକାର।
କୁମ୍ଭ:
ଆୟ ବୃଦ୍ଧି ପାଇବ। ପରିବାରିକ ବିବାଦର ସମାଧାନ ହେବ। ଦାମ୍ପତ୍ୟ ଓ ପ୍ରେମଜୀବନ ସୁଖମୟ ରହିବ।
ମୀନ:
ବ୍ୟବସାୟରେ ଚାଲିଥିବା ସମସ୍ୟାର ଅବସାନ ହେବ। ସରକାରୀ କର୍ମଚାରୀମାନେ ସମ୍ମାନ ପାଇବେ। ପୁରୁଣା ରୋଗରୁ ମୁକ୍ତି ମିଳିବ।
also read https://purvapaksa.com/gold-rate-today/
Gold Rate Today ।। ବଢିଲା ନା କମିଲା ସୁନା ରେଟ୍ ? ୨୨ କ୍ୟାରେଟ୍ କୁ ରହିଛି….


