Valentine Agreement: ଆଜି ଭାଲେଣ୍ଟାଇନ୍ସ ଡେ’ । ଆଜିର ଦିନରେ ନିଜ ପାର୍ଟନରଙ୍କ ପ୍ରତି ନିଜର ଭଲପାଇବା ଦେଖାଇବା ପାଇଁ ଅନେକ ନୂଆ ନୂଆ ଉପାୟ ଖୋଜୁଛନ୍ତି ।
ଭାଲେଣ୍ଟାଇନ୍ସ ସପ୍ତାହର ସ୍ୱତନ୍ତ୍ର ଦିନରେ କେହି କେହି ନିଜ ପାର୍ଟନରଙ୍କୁ ଗୋଲାପ ଓ ଚକୋଲେଟ୍ ଦେଉଥିବା ବେଳେ ଆଉ କେହି ନିଜ ପାର୍ଟନରଙ୍କୁ ଆଶ୍ଚର୍ଯ୍ୟ କରିବା ପାଇଁ କିଛି ଅଜବ ଉପାୟ ଆପଣାଉଛନ୍ତି । ଯାହା ଦୁହିଁଙ୍କ ପାଇଁ ଏହି ଦିନକୁ ଆହୁରି ସ୍ପେସିଆଲ ବନେଇ ଦିଏ । ଆଜି ଆପଣ ପ୍ରତ୍ୟେକ ଭଲପାଇବା ଜାଗା (Love Spot)ରେ ଯୁବକଯୁବତୀଙ୍କୁ କିଛି ଭଲପାଇବାର ମୁହୂର୍ତ୍ତ ଅତିବାହିତ କରୁଥିବାର ଦେଖି ପାରିବେ ।
ନିକଟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଏକ ଭାଲେଣ୍ଟାଇନ୍ସ ଚୁକ୍ତି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ତାଙ୍କ ହସ ରୋକି ପାରୁନାହାନ୍ତି। ଏକ ବିବାହିତ ଦମ୍ପତି ନିଜର ବୈବାହିକ ଜୀବନରେ ରୋମାଞ୍ଚ ଆଣିବା ପାଇଁ ନୋଟାରୀ କାଗଜରେ ସ୍ୱତନ୍ତ୍ର ନିୟମ ସ୍ଥିର କରିଛନ୍ତି, ଯାହାକୁ ନେଇ ସୋସିଆଲ ମିଡିଆ ୟୁଜର୍ସ ମଜାଳିଆ ମନ୍ତବ୍ୟ ଦେଉଛନ୍ତି ।
ଭାଲେଣ୍ଟାଇନ୍ସ ଚୁକ୍ତିନାମାରେ ଘର ନିୟମ
ଏହି ଚୁକ୍ତିନାମାରେ ସ୍ୱାମୀ ଶୁଭମ୍ ଓ ପତ୍ନୀ ଅନୟା ନିଜ ଘରର ନିୟମ ବିଷୟରେ ଉଲ୍ଲେଖ କରିଛନ୍ତି, ଯାହାଦ୍ୱାରା ସେମାନଙ୍କ ମଧ୍ୟରେ ବାରମ୍ବାର ଯୁକ୍ତିତର୍କ ନ ହେବା ଏବଂ ବିବାହରେ ପୁନଃ ପ୍ରେମ ଜାଗ୍ରତ ହେବ । ଏହି ଚୁକ୍ତିରେ କୁହାଯାଇଛି ଯେ, ଭାଲେଣ୍ଟାଇନ୍ସ ଡେ ଅବସରରେ ଶୁଭମ୍ (ପାର୍ଟି ୧) ଏବଂ ଅନୟା (ପାର୍ଟି-୨) ଉଭୟ ପକ୍ଷ ମଧ୍ୟରେ ବାରମ୍ବାର ଯୁକ୍ତିତର୍କକୁ ରୋକିବା ଏବଂ ବିବାହରେ ଥିବା ପ୍ରେମକୁ ପୁନରୁଦ୍ଧାର କରିବା ପାଇଁ କିଛି ଗୃହ ନିୟମ ପ୍ରଣୟନ କରାଯିବ, ଯାହା କି ପାର୍ଟି-୧ର ଦୀର୍ଘ ଦିନ ଧରି ବାଣିଜ୍ୟ ପ୍ରତି ଉତ୍ସାହ ଯୋଗୁଁ ହ୍ରାସ ହୋଇଛି। ଏହା ପରେ ଚୁକ୍ତିନାମାରେ କିଛି ନିୟମ ରଖାଯାଇଛି ଯାହା ଉଭୟଙ୍କୁ ଅନୁସରଣ କରିବାକୁ ପଡିବ ।
ଚୁକ୍ତି ଉଲ୍ଲଂଘନ ହେଲେ କ’ଣ ହେବ?
ଯଦି କୌଣସି ପକ୍ଷ ଏହି ନିୟମ ପାଳନ କରିବାରେ ବିଫଳ ହୁଅନ୍ତି, ତେବେ ଚୁକ୍ତି ବାତିଲ କରାଯିବ ଏବଂ ଦାୟିତ୍ୱସମ୍ପନ୍ନ ପକ୍ଷଙ୍କୁ ୩ ମାସ ପର୍ଯ୍ୟନ୍ତ ଘର କାମରେ ସାହାଯ୍ୟ କରିବାକୁ ପଡିବ, ଯେପରିକି ପୋଷାକ ଧୋଇବା, ବାଥରୁମ ସଫା କରିବା, ଗ୍ରୋସରୀ ଆଣିବା ଇତ୍ୟାଦି । ଏହି ଫଟୋକୁ ଅନଲାଇନରେ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “କେହି ମୋତେ କହିନଥିଲେ ଯେ ବିବାହ ଏତେ କଷ୍ଟକର ହେବ । ଆମ ବିବାହକୁ ୨ ବର୍ଷ ବିତିଗଲାଣି ଏବଂ ମୋ ପତ୍ନୀ ମୋତେ ଏହି ‘ବିବାହ ଚୁକ୍ତି’ ସ୍ୱାକ୍ଷର କରିବାକୁ କହୁଛନ୍ତି। ଏବେ ମୁଁ କ’ଣ କରିବି?”
ଏଭଳି ମନ୍ତବ୍ୟ ଦେଇଛନ୍ତି ୟୁଜର୍ସ
ସ୍ୱାମୀ-ସ୍ତ୍ରୀଙ୍କ ଭାଲେଣ୍ଟାଇନ୍ସ ଚୁକ୍ତି ଉପରେ ଜଣେ ୟୁଜର ଲେଖିଛନ୍ତି, ‘ଏହା କିୟୁଟ ଝଗଡ଼ା’ , ମୁଁ ଏହି ପ୍ରକାରର ସୁନ୍ଦର ଝଗଡାକୁ ଭଲ ପାଏ। ଅନ୍ୟ ଜଣେ ଲେଖିଛନ୍ତି, ଏହା ବହୁତ ମଜାଦାର ଝଗଡା। ଆଉ ଜଣେ ୟୁଜର୍ସ ଲେଖିଛନ୍ତି, “ଏହା ବହୁତ ସୁନ୍ଦର ଏବଂ ପ୍ରଭାବଶାଳୀ, ଏହା ଦର୍ଶାଉଛି ଯେ ସେମାନେ ସେମାନଙ୍କ ସମ୍ପର୍କ ଉପରେ କାମ କରୁଛନ୍ତି। ଚୁକ୍ତିନାମାରେ ସ୍ୱାମୀଙ୍କ ଦସ୍ତଖତ ନ ଦେଖି ଜଣେ ୟୁଜର ଲେଖିଛନ୍ତି, ଶୁଭମ ଚୁକ୍ତିନାମାରେ ସ୍ୱାକ୍ଷର କରିନାହାଁନ୍ତି, ଏହା ଦର୍ଶାଉଛି ଯେ ତାଙ୍କ ପତ୍ନୀଙ୍କ ଅପେକ୍ଷା ବ୍ୟବସାୟ ତାଙ୍କ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ।
ALSO READ: https://purvapaksa.com/hostel-life/