Utkarsh Odisha: ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ଆୟୋଜନ କରାଯିବ, ଯେଉଁଥିରେ ୧୦୦ ଫର୍ଚୁନ୍ ୫୦୦ କମ୍ପାନି ଅଂଶଗ୍ରହଣ କରିବେ। ଆଇଟି, ଅକ୍ଷୟ ଶକ୍ତି, ବୟନଶିଳ୍ପ, ରସାୟନ ଏବଂ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ଉପରେ ଗୁରୁତ୍ୱ ଦିଅନ୍ତି। ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ନେତୃତ୍ୱ ନେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ଜାନୁଆରି ୨୮ରୁ ଆରମ୍ଭ ହେବାକୁ ଥିବା ଦୁଇଦିନିଆ ଓଡ଼ିଶା ବିଜନେସ୍ କନ୍କ୍ଲେଭ୍ରେ ଭାରତ ସମେତ ଅନ୍ୟ ୧୨ଟି ଦେଶର ରାଷ୍ଟ୍ରଦୂତ, ନିବେଶକ ଓ ଶିଳ୍ପପତିଙ୍କ ସମେତ ୫ ହଜାରରୁ ଅଧିକ ପ୍ରତିନିଧି ଯୋଗଦେବେ । ରାଜ୍ୟ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା କହିଛନ୍ତି ଯେ ଉକ୍ରର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ସରକାର ୪୦୦ ଫର୍ଚୁନ୍ କମ୍ପାନୀ ମଧ୍ୟରୁ ୧୦୦ଟି କମ୍ପାନୀଙ୍କୁ ନିମନ୍ତ୍ରଣ କରିଛନ୍ତି।
ଉକ୍ରର୍ଷ ଓଡ଼ିଶା କନ୍କ୍ଲେଭ୍ ପାଇଁ ଅଷ୍ଟ୍ରେଲିଆ, ଜାପାନ, ବ୍ରିଟେନ୍, ଜର୍ମାନୀ, ସିଙ୍ଗାପୁର, ମାଲେସିଆ, କ୍ୟୁବା ଓ ହଲାଣ୍ଡ ସମେତ ୧୨ଟି ଦେଶର ନିବେଶକଙ୍କୁ ନିମନ୍ତ୍ରଣ କରାଯାଇଛି। ଶ୍ରୀ ଶର୍ମା କହିଛନ୍ତି, ଏହି ଦୁଇଦିନ ମଧ୍ୟରେ ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଏବଂ ନିବେଶକଙ୍କ ସମେତ ୫,୦୦୦ ପ୍ରତିନିଧି ଏହି ବ୍ୟାବସାୟିକ ସମ୍ମିଳନୀରେ ଯୋଗ ଦେବେ ବୋଲି ଆମେ ଆଶା କରୁଛୁ।
ଆଇଟି, ଅକ୍ଷୟ ଶକ୍ତି, ରାସାୟନିକ ପଦାର୍ଥ, ଟେକ୍ସଟାଇଲ୍ ଏବଂ ଖାଦ୍ୟ ପ୍ରକ୍ରିୟାକରଣକୁ ପାଞ୍ଚଟି କ୍ଷେତ୍ରକୁ ଫୋକସ୍ଭାବେ ଚୟନ କରାଯାଇଛି।
ବିଜନେସ୍ କନ୍କ୍ଲେଭ୍ ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ର୍ପ୍ୟାୟରେ ପହଞ୍ଚôଛି ବୋଲି ଉଲ୍ଲେଖ କରି ଶର୍ମା କହିଛନ୍ତି ଯେ ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଅଧିବେଶନ ଆୟୋଜନ କରାଯିବା ସହ ସଂନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ।
ଏହି ଦୁଇଦିନିଆ ବୈଠକ ପୂର୍ବରୁ ଜାନୁଆରୀ ୨୭ତାରିଖରେ ରାଜ୍ୟର ସହଯୋଗୀ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ଅନେକ ଜାତୀୟ ପରିଷଦ ବୈଠକ ଅନୁଷ୍ଠିତ ହେବ ବୋଲି ଶ୍ରୀ ଶର୍ମା କହିଛନ୍ତି।
କେନ୍ଦ୍ରର ‘ଭୋକାଲ୍ ଫର୍ ଲୋକାଲ୍’ ଅଭିଯାନ ଭଳି ରାଜ୍ୟ ସରକାର ଓଡ଼ିଶାର ୩୦ଟି ଜିଲ୍ଲା ମଧ୍ୟରୁ ପ୍ରତି ଜିଲ୍ଲାରୁ ଦୁଇଜଣ ଲେଖାଏଁ ଯୁବ ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଆସନ୍ତା ଜାନୁଆରୀ ୨୮ ତାରିଖରେ ରାଜଧାନୀ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବିଜନେସ୍ କନକ୍ଲେଭ୍କୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।
Also readhttps://purvapaksa.com/indias-1st-silicon-carbide-semiconductor-unit-in-odisha/
