ୟୁକ୍ରେନ ସହିତ ଯୁଦ୍ଧ ବନ୍ଦ କରିବାକୁ ପରାମର୍ଶ ଦେଇଛନ୍ତି ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହିତ ଟେଲିଫୋନ ଜରିଆରେ ଆଲୋଚନା ବେଳେ ଟ୍ରମ୍ପ ପୁଟିନଙ୍କୁ ଏହି ପରାମର୍ଶ ଦେଇଛନ୍ତି। ୟୁରୋପରେ ଆମେରିକା ସେନାର ଉପସ୍ଥିତି ରହିଥିବାରୁ ଯୁଦ୍ଧକୁ ଆଗକୁ ନ ବଢ଼ାଇବାକୁ ସେ ପୁଟିନଙ୍କୁ କହିଛନ୍ତି। ବୁଧବାର ଦିନ ଟ୍ରମ୍ପ ପ୍ରଥମେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନ୍ସ୍କିଙ୍କ ସହିତ କଥା ହେବା ପରେ ଗୁରୁବାର ପୁଟିନଙ୍କ ସହିତ କଥା ହୋଇଥିଲେ।
ଅନ୍ୟପଟେ ଟ୍ରମ୍ପଙ୍କ ଆଲୋଚନାର ୪୮ ଘଣ୍ଟା ପରେ ଶନିବାର ବିଳମ୍ବିତ ରାତିରେ ୟୁକ୍ରେନ ପକ୍ଷରୁ ରୁଷ ଉପରେ ୩୪ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ରୁଷ ବି ଏହାର ଜବାବ ଦେଇଛି। ତେଣୁ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବନ୍ଦ ହେବା ଆଶା କ୍ଷୀଣ ବୋଲି ସାଧାରଣରେ ଆଲୋଚନା ହେଉଛି।
ଟ୍ରମ୍ପ ନିର୍ବାଚନ ପ୍ରଚାର ସମୟରେ ଦୃଢ଼ୋକ୍ତି ବାଢ଼ିଥିଲେ ଯେ ସେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ଗୋଟିଏ ଦିନରେ ରୁଷ-ୟୁକ୍ରେନ ଯୁଦ୍ଧକୁ ସମାପ୍ତ କରିବେ। କିନ୍ତୁ କିପରି କରିବେ ତାହା କହି ନ ଥିଲେ। ତେବେ ଟ୍ରମ୍ପ ଏବଂ ପୁଟିନଙ୍କ ମଧ୍ୟରେ ବାର୍ତ୍ତାଳାପ ସମ୍ପର୍କରେ ଅବଗତ ନ ଥିବା ୟୁକ୍ରେନ ବୈଦେଶିକ ମନ୍ତ୍ରୀ କହିଛନ୍ତି।
ଓ୍ବାଶିଂଟନ ପୋଷ୍ଟ ମୁତାବକ, ଏହି ମାମଲାକୁ ବହୁ ବିଶିଷ୍ଟ ଲୋକ ମଧ୍ୟ ସ୍ପଷ୍ଟ କରିଛନ୍ତି । ଡୋନାଲ୍ଡ ଟ୍ରମ୍ପ ନିଜ ଫ୍ଲୋରିଡ଼ା ବାସଭବନରୁ ପୁଟିନଙ୍କୁ ଫୋନ୍ କଲ୍ କରିଥିଲେ । ଏହି କଥାବାର୍ତ୍ତାରେ ସେ ଯୁଦ୍ଧବିରତି ଉପରେ ଆଲୋଚନା କରିଛନ୍ତି ଏବଂ ୟୁରୋପରେ ଅଧିକ ସଂଖ୍ୟାରେ ଆମେରିକୀୟ ସୈନ୍ୟ ଉପସ୍ଥିତିକୁ ମଧ୍ୟ ମନେପକାଇ ଦେଇଛନ୍ତି ।
ସେପଟେ ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ନବନିର୍ବାଚିତ ଡୋନାଲ୍ଡ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଯୁଦ୍ଧବିରତି ନେଇ ଋଷ୍ ପ୍ରସ୍ତୁତ ଅଛି ବୋଲି କହିଛନ୍ତି । ଆମେରିକା-ଋଷ୍ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ଯୁକ୍ରେନ ସହ ଯୁଦ୍ଧ ବନ୍ଦ କରିବା ଦିଗରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ଦୁଇ ଦେଶ ୟୁରୋପୀୟ ମହାଦ୍ୱୀପ ପରେ ଶାନ୍ତି ପ୍ରତିଷ୍ଠା ଦିଗରେ ଚର୍ଚ୍ଚା କରିଛନ୍ତି ।
ଆମେରିକା ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ବେଳେ ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନ୍-ଋଷ୍ ଯୁଦ୍ଧ ସମାପ୍ତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଏହି ବାବଦରେ କୌଣସି ବିବରଣୀ ଦେଇନଥିଲେ । ମିଡିଆ ରିପୋର୍ଟ ମୁତାବକ, ଟ୍ରମ୍ପ ନିଜସ୍ୱ ଭାବେ ସଂକେତ ଦେଇଛନ୍ତି ଯେ ସେ ଏଭଳି ଏକ ସଉଦାର ସମର୍ଥନ କରୁଛନ୍ତି, ଯେଉଁଥିରେ ଋଷ୍ କବଜା କରିଥିବା କିଛି ଅଞ୍ଚଳକୁ ନିଜ ପାଖରେ ରଖିବ। ତେବେ ଯୁଦ୍ଧ ବନ୍ଦ ନେଇ ବିଶ୍ୱର ଅନ୍ୟତମ ଧନୀ ବ୍ୟକ୍ତି ଏଲନ ମସ୍କ ମଧ୍ୟ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହିତ ମଧ୍ୟ କଥା ହୋଇଛନ୍ତି। ଏଥିସହ ୟୁକ୍ରେନକୁ ନିରନ୍ତର ଷ୍ଟାରଲିଙ୍କ ସାଟେଲାଇଟ ଇଣ୍ଟରନେଟ ସୁବିଧା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ମସ୍କ।
Previous article:https://purvapaksa.com/third-world-war-possibility-mohan-bhagawat/
1 Comment
Pingback: Page not found – purvapaksa.com