ଏଣିକି ଏୟାର ଇଣ୍ଡିଆ
ସୋମବାର ଭିସ୍ତାରା ଏୟାରଲାଇନ୍ସର ଶେଷ ଉଡ଼ାଣ । ନଭେମ୍ବର ୧୨ ତାରିଖ ଅର୍ଥାତ୍ ଆସନ୍ତାକାଲିଠୁ ଆଉ ଉଡ଼ିବନି ଭିସ୍ତାରା ବିମାନ । ଏହାର ମିଶ୍ରଣ ଏୟାର ଇଣ୍ଡିଆ ସହିତ ହେବ । ପରିଚାଳନା ଦାୟିତ୍ୱ ମଧ୍ୟ ଏୟାର ଇଣ୍ଡିଆ ତୁଲାଇବ । ଟାଟା ଗ୍ରୁପ୍ ଏବଂ ସିଙ୍ଗାପୁର ଏୟାର ଲାଇନ୍ସର ସହଭାଗିତାରେ ଭିସ୍ତାରା ଏୟାରଲାଇଲ୍ ନିଜର ଗନ୍ତବ୍ୟପଥ ସ୍ଥିର କରୁଥିଲା ।
ଏୟାର ଇଣ୍ଡିଆ ଭାରତ ସରକାରଙ୍କ ଅଧୀନକୁ ଚାଲିଯିବା ପରେ ଭିସ୍ତାରକୁ ଟାଟା ଗ୍ରୁପର ବିମାନ ବୋଲି କୁହାଯାଉଥିଲା । ଏୟାର ଇଣ୍ଡିଆ ପୁଣି ଥରେ ଟାଟା ଗ୍ରୁପ ହାତକୁ ଆସିବା ପରେ ଭିସ୍ତାର ଏୟାରଲାଇନ୍ସ ଏଥିରେ ମଶ୍ରଣ ହେବାକୁ ଯାଉଛି ।
ଜଏଣ୍ଟ ଭେଞ୍ଚରରେ ସିଙ୍ଗାପୁର ଏୟାରଲାଇନ୍ସରକୁ ୨୫.୧ ପ୍ରତିଶତ ଅଂଶଧନ ମିଳିବ । ମିଶ୍ରଣର ଏକ ମାସ ପର୍ଯ୍ୟନ୍ତ ଭିସ୍ତାରାରେ ଯାତ୍ରା କରିବାକୁ ଅଗ୍ରୀମ ଟିକେଟ୍ କାଟିଥିବା ପ୍ରାୟ ୧ଲକ୍ଷ ୧୫ ହଜାର ଯାତ୍ରୀ ଏୟାର ଇଣ୍ଡିଆରେ ଯାତ୍ରା କରିବେ ।
କମ୍ପାନୀ ପକ୍ଷରୁ କୁହାଯାଇଛି, ଯାତ୍ରୀଙ୍କୁ ଭିସ୍ତାରା ଭଳି ସୁବିଧା ଯୋଗାଇ ଦିଆଯିବ । ୨୦୨୨ ନଭେମ୍ବରରେ ଏୟାର ଇଣ୍ଡିଆରେ ଭିସ୍ତାରା ଏୟାରଲାଇନ୍ସ ମିଶ୍ରଣ ନେଇ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଥିଲା ।
୨୦୨୪ ନଭେମ୍ବର ୧୨ ତାରିଖରେ ଏୟାରଲାଇନ୍ସ ମିଶ୍ରଣ ହେବ। ସବୁଠୁ ବଡ଼ କଥା ହେଲା ଏହି ମିଶ୍ରଣ ପରେ ସିଙ୍ଗାପୁର ଏୟାର ଲାଇନ୍ସ ଏବଂ ଏୟାର ଇଣ୍ଡିଆ ମିଳିତ ଭାବେ ୩,୧୯୫ କୋଟି ଟଙ୍କା ଅତିରିକ୍ତ ନିବେଶ କରିବେ । ଫଳରେ ଏୟାର ଇଣ୍ଡିଆର ୨୫.୧ ପ୍ରତିଶତ ଅଂଶଧନ ହୋଇଯିବ ।
ପୂର୍ବରୁ ଭିସ୍ତାରାରେ ସିଙ୍ଗାପୁର ଏୟାରଲାଇନ୍ସର ୪୯ ପ୍ରତିଶତ ଅଂଶଧନ ଏବଂ ଟାଟା ଗ୍ରୁପର ୫୧ ପ୍ରତିଶତ ଅଂଶଧନ ଥିଲା । ଏହା ପୂର୍ବରୁ ମଧ୍ୟ ଏୟାର ଓ୍ୱେଜ ବିମାନ ଆର୍ଥିକ କ୍ଷତି ଯୋଗୁ ସବୁଦିନ ପାଇଁ ଉଡାଣ ବନ୍ଦ ହୋଇଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହା କାର୍ଯ୍ୟକାରୀ ହୋଇଛି।
story read:https://purvapaksa.com/to-stop-war-advice-to-putin/
1 Comment
Pingback: kohali-reach-austalia :