ଇସଲାମର ଜନ୍ମସ୍ଥଳୀ ଆରବ। ସେଠି ଗାଈ ଗୋରୁ ନ ଥାନ୍ତି। ଇସଲାମରେ ଗାଈମାନଙ୍କୁ ବଳି ଚଢ଼େଇବା ପରମ୍ପରା ହିଁ ନ ଥିଲା । ସେଠି ଓଟ ଛେଳି ମେଣ୍ଢା ବଳିଦେବାର ପରମ୍ପରା ରହିଛି । ଭାରତର ମୁସଲିମ ପୂର୍ବରୁ ସବୁ ହିନ୍ଦୁ ଥିଲେ । କାଁ ଭାଁ କିଛି ହିନ୍ଦୁଙ୍କୁ ଛାଡ଼ିଦେଲେ ଅନ୍ୟ କେହି ଗୋମାଂସ ଖାଆନ୍ତି ନାହିଁ । ଆର୍ଯ୍ୟ ଜୀବନ ଶୈଳୀରେ ଗାଈ ଅର୍ଥନୈତିକ ସାମାଜିକ ଜୀବନର ଏକ ପ୍ରମୁଖ ଭୂମିକା ଗ୍ରହଣ କରେ । ସେଥିପାଇଁ କାଳ କାଳରୁ ହିନ୍ଦୁ ଗାଈକୁ ମାତା ଭଳି ପୂଜା କରେ । ଯେଉଁ ଧର୍ମାନ୍ତରିତ ମୁସଲିମ ଭାରତ ପାକିସ୍ଥାନ ବାଂଲାଦେଶରେ ଅଛନ୍ତି । ସେମାନଙ୍କ ପୂର୍ବଜ ହିନ୍ଦୁ । ଜଣେ ହିନ୍ଦୁ ଯିଏ ଗୋମାଂସ ଖାଆନ୍ତି ନାହିଁ ସିଏ ଯଦି କାଲି ମୁସଲିମ ହେଇଯିବ ତାଂକୁ ଗୋମାଂସ ଦେଲେ ସିଏ କ’ଣ ଖାଇପାରିବ ?
କାରଣ ମଣିଷ ତା’ର ଚିରାଚରିତ ସଂସ୍କୃତି ପରମ୍ପରା ସହଜରେ ଛାଡ଼େ ନାହିଁ । ମୁସଲିମଙ୍କ କ୍ଷେତ୍ରରେ ମଧ୍ୟ ସେଇଟା ଘଟିଥିଲା । ସେମାନେ ଧର୍ମ ପରିବର୍ତ୍ତନ ପରେ ମଧ୍ୟ ଅଧିକାଂଶ ମୁସଲିମ ଗୋମାଂସ ଖାଉନଥିଲେ । ଇଂରେଜ ଯେତେବେଳେ ଭାରତ ଆସିଲେ ସେମାନଙ୍କ ସୈନ୍ୟଙ୍କୁ ଗୋମାଂସ ଦରକାର ପଡ଼ିଲା । ଇଂରେଜ ମୁସଲିମଙ୍କ କିଛି ଜାତିର ଲୋକଙ୍କୁ ଜୋର୍ ଜବରଦସ୍ତ କୋଲକାତାରେ ଗୋମାଂସ କାଟିବାକୁ ବାଧ୍ୟ କଲେ । ଏହାଦ୍ୱାରା ଇଂରେଜଙ୍କ ଦୁଇଟା ଊଦ୍ଦେଶ୍ୟ ପୂରଣ ହେଲା। ଗୋଟେ ଉଦ୍ଦେଶ୍ୟ ଥିଲା ତାଙ୍କ ସୈନ୍ୟଙ୍କ ଖାଦ୍ୟ ସମସ୍ୟାର ସମାଧାନ ଆଉ ଅନ୍ୟ ଉଦ୍ଦେଶ୍ୟ ଥିଲା ହିନ୍ଦୁ ମୁସଲିମ ଭିତରେ ବିଭେଦ ସୃଷ୍ଟି କରିବା । ଯେହେତୁ ଗାଈ ହିନ୍ଦୁଙ୍କ ବଡ଼ ଦୁର୍ବଳତା ତେଣୁ ଯିଏ ଗାଈ କାଟିବ ତା’ ଉପରେ ହିନ୍ଦୁ ପ୍ରତିଶୋଧ ପରାୟଣ ହୋଇଉଠିବେ । ଇଂରେଜ ନିଜେ ନକାଟି ଦଳେ ମୁସଲିମ ବକରା ଖୋଜି ତାଙ୍କ ଦ୍ୱାରା କଟେଇ ତାଙ୍କ ମୁଣ୍ଡରେ ଅଠା ବୋଳି ନିଜେ ଖସିଗଲେ । ତା’ପରେ ଗୋହତ୍ୟା ଭାରତୀୟ ଉପମହାଦେଶର ମୁସଲିମଙ୍କ ପରମ୍ପରାରେ ପରିଣତ ହେଇଗଲା ।
(ଶେଷଚନ୍ଦ୍ର ବାରିକଙ୍କ ସୋସିଆଲ ମିଡ଼ିଆ ଆଲେଖ୍ୟ, ଏହା ଲେଖକଙ୍କ ନିଜସ୍ୱ ମତ)
ALSO READ https://purvapaksa.com/notification-issued-for-sale-of-sub-plots/
Notification issued for sale of sub-plots ।। ସବ୍ ପ୍ଲଟ ବିକ୍ରି ପାଇଁ ବାହାରିଲା ବିଜ୍ଞପ୍ତି