ଚମ୍ପା ରସ୍ପେଦାଙ୍କ କଥା ହିଁ କିଛି ନିଆରା। ମାଲକାନଗିରି ବଣ୍ଡା ଘାଟିରୁ ଆସି ନିଟ ପରୀକ୍ଷା ଦେଇ ଫକୀର ମୋହନ ମେଡିକାଲ କଲେଜରେ ନାମ ଲେଖାଇବା ଏକ କାଳ୍ପନିକ କାହାଣୀ ଲାଗିପାରେ। କିନ୍ତୁ ତାହା ସମ୍ଭବ ହୋଇପାରିଛି ଏହି ଦିଦାୟୀ ଆଦିବାସୀ ସଂପ୍ରଦାୟର ଝିଅଟି ପକ୍ଷରେ। ଦିଦାୟୀ ହେଉଛନ୍ତି ଏକ ଭେଦ୍ୟ ଆଦିବାସୀ ଗୋଷ୍ଠୀ ବା ଭଲନେରବଲ୍ ସମ୍ପ୍ରଦାୟ।ଅର୍ଥ : ବିଲୁପ୍ତ ହେବାର ଆଶଙ୍କା।

ଚମ୍ପାଙ୍କ ଡାକ୍ତର ହେବାର ଆଶା ତ ପୂରା ମଉଳି ଯାଇଥିଲା ଯେତେବେଳେ ଆଗକୁ ପଡ଼ିବାର ଆର୍ଥିକ ବୋଝ ମୁଣ୍ଡାଇବା ସମ୍ଭବ ନଥିଲା । ବିଜ୍ଞାନ ଶିକ୍ଷକ ଉତ୍କଳ ରଂଜନ ଦାଶ ଏହି ଝିଅକୁ ମାଗଣା କୋଚିଙ୍ଗ ଆଦି କଥା ନ କହନ୍ତି ତ ଝିଅଟି ନିଟ ଦେବା ପାଇଁ ସାନି ଉଦ୍ୟମ ନକରେ!କେତୋଟି କଥା ଏଠି ଉଠୁଛି। ଆଦିବାସୀ ଉନ୍ନୟନ ପାଇଁ ଯେଉଁମାନେ ନିଯୁକ୍ତ ସେମାନେ କଣ କରୁଛନ୍ତି? ଏମାନଙ୍କ ପାଇଁ ଯେଉଁ ଅର୍ଥ ଆସୁଛି ତାହା କୁଆଡେ଼ ଯାଉଛି?ପ୍ରତିଭାସମ୍ପନ୍ନ ପିଲାଙ୍କୁ ଚିହ୍ନଟ କରିବା ପାଇଁ କଣ ବ୍ୟବସ୍ଥା ରହିଛି?ଏସଏସଡି ସ୍କୁଲ ଗୁଡ଼ିକୁ କାହିଁକି ଆହୁରି ଦକ୍ଷ କରାଯାଉନାହିଁ?
ଅତ୍ୟନ୍ତ ଗରିବ ପିଲାଟି ନିଜ ଉଦ୍ୟମରେ,ନିଜ ପ୍ରଚେଷ୍ଟାରେ ସଫଳତା ପାଇବା ପରେ ସରକାରରେ ତଳୁ ଉପର ପର୍ଯ୍ୟନ୍ତ ଟୁଇଟର ଫୁଇଟରରେ ଶ୍ରେୟ ନନିଅନ୍ତୁ। ବରଂ ବିଭାଗରେ ଯେଉଁସବୁ ଦୋଷ ଦୁର୍ବଳତା ରହିଛି ତାକୁ ସୁଧାରନ୍ତୁ। ଓଡ଼ିଶାର ଗାଁ ଗହଳରେ ଶିକ୍ଷାର ଚିତ୍ର ଏବେ ଅତ୍ୟନ୍ତ ଦୟନୀୟ । ଆଗାମୀ ଦିନରେ ଏହା ଏକ ସାମାଜିକ ସଙ୍କଟ ହେବା ପାଇଁ ଯାଉଛି।
ALSO READ https://purvapaksa.com/bhaskar-parichha-the-first-communal-conflict-in-odisha-politics/


