ସରକାରଙ୍କ ପୀଡ଼ିତ ତାଲିକା ଠିକ୍ ନୁହେଁ, କାରଣ ଶେଷ ତାଲିକାରେ ‘ସଂଖ୍ୟା’ ଯାହା ବି ହେଉ ପୁରା ଭୁଲ ହେବ। କାହିଁକି ଓ କେମିତି ମୁଁ କହୁଛି….
ମୁଁ ଅଶୋକ କୁମାର ଦିଲ୍ଲୀର ଜଗତପୁରାରେ ମୋ ପତ୍ନୀ ଓ ଚାରି ପିଲାଙ୍କ ସହ ରହୁଥିଲି। ମୋ ମାଆ ଆମ ଗାଁ’ରେ ରହୁଥିଲେ। କାରଣ ମୋ ବଡ଼ ଭାଇ ସୁଭାଷ ରୁଗ୍ଗୁଣ । ରୋଗୀଣା ବଡ଼ ଭାଇଙ୍କ ଯତ୍ନ ପାଇଁ ସେ ଗାଁ’ରେ ରହୁଥିଲେ । ଭାଇ ବି କୌଣସି କାମ କରୁନଥିଲେ । ବଡ଼ ଭାଇ,ମୋ ପରିବାର ଓ ମା’କୁ ମିଶାଇ ଆମେ ୮ ଜଣ । ସମସ୍ତଙ୍କ କଥା ବୁଝିବାକୁ ମୁଁ ଦିଲ୍ଲୀ ଆସିଥିଲି।
ଏତେ ବଡ଼ ପରିବାର ଗୋଟିଏ ଦରମାରେ ଚଳାଇବା ସମ୍ଭବ ନ ଥିଲା। ବଜାର ଦର ଯାହା ଆପଣ ନିଜେ ଅନୁଭବ କରି ପାରୁଥିବେ। ତେଣୁ ସକାଳେ ମୁଁ ଡିଟିସି ବସ୍ କଣ୍ଡକ୍ଟର ଭାବେ ଓ ରାତିରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲି। ଦିନ ପରେ ଦିନ ଅଭିଯୋଗ ବିନା କାରଣ ଏହା ହିଁ ବାସ୍ତବ ଦୁନିଆରେ ଦାୟିତ୍ୱର ରୂପ।
କିନ୍ତୁ ଗତ ରାତିରେ କିଛି ଜନ୍ନତ ଆଶାୟୀଙ୍କ ଧର୍ମାନ୍ଧତା ପାଇଁ ମୁଁ ଆଉ ଏ ଦୁନିଆରେ ନାହିଁ ।
ଲାଲକିଲ୍ଲୀ ଆକ୍ରମଣ ନାମରେ ତୁମେ ଯେଉଁ ହ୍ୟାସଟାଗ୍ ଚଳାଉଛ, ମୁଁ ସେହି ଆକ୍ରମଣର ଜଣେ ଶିକାର । ତୁମ ସରକାରଙ୍କ ତାଲିକାରେ ମୁଁ ଜଣେ ‘କାଜୁଆଲିଟି’ । ଗୋଟିଏ ସଂଖ୍ୟା କିନ୍ତୁ .. ସତରେ ଏହି ସଂଖ୍ୟା କ’ଣ ସତ ? କ’ଣ ମୁଁ ଜଣେ ମାତ୍ର ‘ପୀଡ଼ିତ ? ନା ସେମାନେ କେବଳ ମୋତେ ମାରି ନାହାନ୍ତି… ମୋ ସହିତ ସେମାନେ ମୋ ପରିବାରର ବାକି ୭ ଜଣଙ୍କୁ ବି ମାରିଛନ୍ତି । ତେଣୁ ’ସଂଖ୍ୟା’ ଲେଖିବା ବେଳେ ୧ ନୁହେଁ ୮ ଲେଖିବ…
ଆଉ ହଁ ଏବେ କ’ଣ ଶୁଣିବାକୁ ମିଳୁଛି ଏହି ଆକ୍ରମଣର ପଛରେ ଥିବା ଲୋକମାନେ ଡାକ୍ତର ଥିଲେ। ଯେଉଁମାନେ ଯନ୍ତ୍ରଣା ଦୂର କରିବାକୁ, ଦୁଃଖ ବୁଝିବାକୁ, ଜୀବନ ସୁରକ୍ଷା ଦେବାକୁ ତାଲିମ ପ୍ରାପ୍ତ। ତଥାପି ସେମାନେ ମୋତେ ମାରିଦେଲେ ! କ୍ୟାଣ୍ଡେଲ ଲାଇଟ୍ ମାର୍ଚ୍ଚ କରିବା ବେଳେ,ଭୁଲିବନି ମୁଁ ମାତ୍ର ସଂଖ୍ୟା ନୁହେଁ.. ମୁଁ ଜଣେ ନୁହେଁ..ମୁଁ ୮


