Perfume:ସମୟ ସହିତ ମହିଳା ଏବଂ ପୁରୁଷଙ୍କ ପାଇଁ ବିଭିନ୍ନ ଅତର ବଜାରରେ ବିକ୍ରି ହେବା ଆରମ୍ଭ କରିଛି ।
ଗୋଟିଏ କିମ୍ବା ଦୁଇଟି ସ୍ପ୍ରେ ସହିତ କେବଳ ଶରୀରର ଦୁର୍ଗନ୍ଧ ଦୂର ହୁଏ ନାହିଁ, ବରଂ ଅନ୍ୟମାନଙ୍କୁ ଭେଟିବା ସମୟରେ ଶରୀରର ଦୁର୍ଗନ୍ଧ ହେତୁ ଆପଣଙ୍କୁ ଲଜ୍ଜିତ ହେବାକୁ ପଡ଼ି ନଥାଏ । କିନ୍ତୁ ଆପଣ ଜାଣନ୍ତି କି ବଜାରରେ ବିକ୍ରି ହେଉଥିବା ଡିଓ ଏବଂ ପର୍ଫ୍ୟୁମ୍ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ? ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ପର୍ଫ୍ୟୁମ୍ରେ ଅନେକ ରାସାୟନିକ ପଦାର୍ଥ ରହିଥାଏ ଯାହା ଆପଣଙ୍କୁ କର୍କଟ ଭଳି ଗୁରୁତର ରୋଗର ଶିକାର କରିପାରେ ।

ପର୍ଫ୍ୟୁମ୍ରେ ହାନିକାରକ କେମିକାଲ ଥାଏ। ଏହା ଆପଣଙ୍କ ତ୍ୱଚାରେ ପଡ଼ିଲେ ଜଳାପୋଡ଼ା ହୋଇଥାଏ।
ଏହା ତ୍ୱଚାରେ କୁଣ୍ଡିଆ ଭଳି ରୋଗ ସୃଷ୍ଟି କରିଥାଏ । ଏଥିପାଇଁ ଆପଣଙ୍କର ଆଲର୍ଜି ମଧ୍ୟ ହୋଇପାରେ।
ଦେହରୁ ବାହାରୁଥିବା ଦୁର୍ଗନ୍ଧ ଦୂର କରିବା ପାଇଁ ଆମେ ଡିଓ ବା ପରଫ୍ୟୁମ ବ୍ୟବହାର କରିଥାଉ। କିନ୍ତୁ ଏହା ଆପଣଙ୍କ ଦେହର ପ୍ରକୃତିକ ବାସ୍ନାକୁ ମଧ୍ୟ ପ୍ରଭାବିତ କରିପାରେ। ଆମ ଶରୀରର ଏକ ପ୍ରାକୃତିକ ଚମକ ରହିଥାଏ।

କିନ୍ତୁ ଆପଣ ଯଦି ଅଧିକା ପରଫ୍ୟୁମ୍ ବ୍ୟବହାର କରୁଥାନ୍ତି। ତାହାଲେ ଏହା ଆପଣଙ୍କ ତ୍ୱଚାର ଏହି ପ୍ରାକୃତିକ ଚମକକୁ ମଧ୍ୟ ନଷ୍ଟ କରିପାରେ। ଆପଣ ଜାଣିଛନ୍ତି କି, ଏଥିରେ ଆଲ୍କୋହଲ ମଧ୍ୟ ଥାଏ। ସେହି ଆଲ୍କୋହଲ ତ୍ୱଚାରେ ଅନେକ ପ୍ରକାର ରୋଗ ଆଣିପାରେ। ଅନେକ ସମୟରେ ଲୋକ ମାନଙ୍କର ଚର୍ମରେ ଅଜବ୍ ପ୍ରକାର ଘା କିମ୍ବା ଦାଗ ଦେଖାଯାଇଥାଏ।

ଏହା ମଧ୍ୟ ଆପଣ ବ୍ୟବହାର କରୁଥିବା ପର୍ପ୍ୟୁମ୍ ପାଇଁ ହୋଇପାରେ। ଏହା ଆପଣଙ୍କ ଶରୀରର ହର୍ମୋନ୍କୁ ମଧ୍ୟ ପ୍ରଭାବିତ କରିପାରେ। ତା ଛଡ଼ା ଅଧିକ ପର୍ଫ୍ୟୁମ୍ ପକାଇଲେ ଯେ ଏହାର ବାସ୍ନା ଭଲ ଲାଗେ ତା ନୁହେଁ । ବରଂ ଶରୀର ପାଇଁ ଏହା କ୍ଷତିକାରକ ହୋଇଥାଏ। ଅଧିକ ବାସ୍ନା ନାକ ଉପରେ ମଧ୍ୟ ପ୍ରଭାବ ପକାଇ ପାରେ। ତେଣୁ ପର୍ଫ୍ୟୁମ୍ ବ୍ୟବହାର କରୁଥିଲେ ଏହାକୁ ଆବଶ୍ୟକ ଠାରୁ ଅଧିକ ବ୍ୟବହାର କରନ୍ତୁ ନାହିଁ। କାରଣ ଏହା ଆପଣଙ୍କର ତ୍ୱଚା ସମ୍ବନ୍ଧୀୟ ଅନେକ ରୋଗର ଆଶଙ୍କାକୁ ବଢ଼ାଇ ଦେଇଥାଏ।

ALSO READ: https://purvapaksa.com/christmas-2024/

