ସୁନ୍ଦର ଦେଖାଯିବାକୁ କିଏ ନ ଚାହେଁ ? ଖାସ୍ କରି ଝିଅମାନେ ନିଜକୁ ଅଧିକ ଆକର୍ଷଣୀୟ ଦେଖାଇବା ପାଇଁ ପାର୍ଲର ଯିବାଠାରୁ ଆରମ୍ଭ କରି ବିଭିନ୍ନ ବ୍ୟୁଟି ପ୍ରଡକ୍ଟ ବ୍ୟବହାର ପର୍ଯ୍ୟନ୍ତ ସବୁ କିଛି କରିଥାନ୍ତି । କିନ୍ତୁ ଆଜିର ସମୟରେ କେବଳ ଝିଅମାନେ ନୁହେଁ ପୁଅମାନେ ମଧ୍ୟ ନିଜର ଲୁକ୍ସ ଓ ତ୍ୱଚା ଉପରେ ବେଶ୍ ଗୁରୁତ୍ୱ ଦେଉଛନ୍ତି ।
ବିଶେଷକରି ଚେହେରାକୁ ଉଜ୍ଜଳ ଓ ଦାଗହୀନ ରଖିବା ପାଇଁ ଲୋକେ ମହଙ୍ଗା କ୍ରିମ୍, ଫେସ୍ ପ୍ୟାକ୍ ଏବଂ ପାର୍ଲର ଟ୍ରିଟମେଣ୍ଟର ସାହାରା ନେଉଛନ୍ତି । କିନ୍ତୁ ଏସବୁ ରାସାୟନିକ ପ୍ରଡକ୍ଟ ବ୍ୟବହାର କରିବା ଦ୍ୱାରା ଆରମ୍ଭରେ ଚମକ ଆସିଥାଏ, ହେଲେ କିଛି ଦିନ ପରେ ତ୍ୱଚା ଶୁଷ୍କ, ମଳିନ ଓ ନଷ୍ଟ ହୋଇଯାଏ ।

ଯଦି ଆପଣ ଏଭଳି ସମସ୍ୟାର ସମ୍ମୁଖୀନ ତେବେ ଏବେ ଆପଣଙ୍କୁ ଆଉ ଚିନ୍ତା କରିବାକୁ ପଡ଼ିବ ନାହିଁ । କାରଣ ଆପଣଙ୍କ ରୋଷେଇ ଘରେ ଥିବା ସାଧାରଣ ଲୁଣ ହିଁ ଆପଣଙ୍କର ଚେହେରା, ଦାନ୍ତ, କେଶ ଓ ତ୍ୱଚା ପାଇଁ ଏକ ଅଦ୍ଭୁତ ଔଷଧ ଭଳି କାମ କରିପାରିବ ।
ଗରମ ଦିନରେ ସାଧାରଣତଃ ତ୍ୱଚା ଶୁଷ୍କ ଓ ନିର୍ଜୀବ ହୋଇଯାଏ । ଏହି ସମୟରେ ଲୁଣ ତ୍ୱଚାକୁ ଉଜ୍ଜଳ କରିବାରେ ବହୁତ ସାହାଯ୍ୟକାରୀ ହୋଇଥାଏ । ଏଥିପାଇଁ ଅଳ୍ପ ଲୁଣ, ଅଲିଭ ତେଲ ଏବଂ ବାଦାମ ଗୁଣ୍ଡକୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ମୁହଁରେ ସ୍କ୍ରବ ଭାବେ ଲଗାଇ କିଛି ସମୟ ରଖନ୍ତୁ । ପରେ ଥଣ୍ଡା ପାଣିରେ ମୁହଁ ଧୋଇଲେ ତ୍ୱଚା ଚମକଦାର ଓ ଉଜ୍ଜଳ ଦେଖାଯିବ ।
କେବଳ ଚେହେରା ନୁହେଁ, ଲୁଣ ଆପଣଙ୍କ ଦାନ୍ତକୁ ମଧ୍ୟ ଚମକାଇପାରେ । ଏକ ଚାମଚ ଲୁଣ ସହିତ ଅଳ୍ପ ବେକିଙ୍ଗ ପାଉଡର ମିଶାଇ ଦାନ୍ତ ମଜନ କଲେ କିଛି ଦିନ ମଧ୍ୟରେ ଦାନ୍ତ ଅଧିକ ସ୍ଫଟିକ ଓ ଚମକଦାର ହେବ ।

ଲୁଣପାଣିରେ ମଧ୍ୟ ଅନେକ ଗୁଣ ଲୁଚି ରହିଛି । ଲୁଣରେ ଥିବା କ୍ୟାଲସିୟମ ଓ ମ୍ୟାଗ୍ନେସିୟମ ତ୍ୱଚାକୁ ସଂକ୍ରମଣରୁ ସୁରକ୍ଷା କରେ । ଦେହହାତ କୁଣ୍ଡାଇ କିମ୍ବା ଦରଜ ହେଉଥିଲେ ଲୁଣପାଣିରେ ସ୍ନାନ କଲେ ଆରାମ ମିଳେ । ଏହା ତେଲିଆ ତ୍ୱଚା ପାଇଁ ମଧ୍ୟ ବହୁତ ଲାଭକାରୀ ।
ଲୁଣପାଣିରେ କେଶ ଧୋଇଲେ କେଶ ଝଡ଼ିବା କମିବା ସହ ଚମକ ଆସେ । ଏହାସହ ଲୁଣପାଣିରେ ନିୟମିତ କୁଳି କଲେ ପାଟିର ଦୁର୍ଗନ୍ଧ ମଧ୍ୟ ଦୂର ହୋଇଯାଏ । ଏହା ଛଡ଼ା ଏକ ଚାମଚ ଲୁଣ, ଲେମ୍ବୁରସ, ବେକିଙ୍ଗ ସୋଡ଼ା ଓ ଅଧା କପ ପାଣି ମିଶାଇ ପେଷ୍ଟ ପ୍ରସ୍ତୁତ କରି ନଖରେ ଲଗାଇଲେ ନଖ ମଧ୍ୟ ଚମକିବା ଆରମ୍ଭ କରେ । ଯଦି ଆପଣ ଏହି ସମସ୍ତ ଘରୋଇ ଟିପ୍ସକୁ ନିୟମିତ ଭାବେ ଅନୁସରଣ କରନ୍ତି, ତେବେ କେବଳ କିଛି ଦିନ ମଧ୍ୟରେ ତାହାର ଚମତ୍କାର ଫଳ ଦେଖିପାରିବେ ।
also read https://purvapaksa.com/police-conduct-massive-raids-in-puri/
Police conduct massive raids in Puri ।। ପୁରୀରେ ପୋଲିସର ବଡ଼ ଧରଣର ଚଢାଉ, ବେଳାଭୂମିର ସମସ୍ତ ଟୁର୍ ….


