ଦେଶର ୬୧,୦୦୦ରୁ ଅଧିକ ଯୁବକ ଓ ଯୁବତୀଙ୍କ ପାଇଁ ଆଜିର ଦିନଟି ଏକ ସ୍ମରଣୀୟ ମୁହୂର୍ତ୍ତ ଭାବେ ଇତିହାସରେ ଲିପିବଦ୍ଧ ହୋଇଛି । ୧୮ତମ ‘ରୋଜଗାର ମେଳା’ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନୂତନ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି । ଏହି ନିଯୁକ୍ତି ପତ୍ରଗୁଡ଼ିକ କେନ୍ଦ୍ର ସରକାରର ବିଭିନ୍ନ ବିଭାଗରେ ଯୁବପିଢ଼ିଙ୍କୁ ଚାକିରିର ସୁଯୋଗ ପ୍ରଦାନ କରିବ ।
)
ଏହି ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ଏହି ନିଯୁକ୍ତି ପତ୍ର କେବଳ ଏକ ଚାକିରି ନୁହେଁ, ବରଂ ‘ବିକଶିତ ଭାରତ’ ଗଠନ ପାଇଁ ଯୁବପିଢ଼ିଙ୍କୁ ମିଳୁଥିବା ଏକ ଆମନ୍ତ୍ରଣ ପତ୍ର । ଦେଶର ଭବିଷ୍ୟତ ଗଢ଼ିବାରେ ଯୁବମାନେ ମୁଖ୍ୟ ଭୂମିକା ନିର୍ବାହ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜିର ଦିନର ଐତିହାସିକ ଗୁରୁତ୍ୱ ମଧ୍ୟ ରହିଛି । ଆଜିର ଦିନରେ ହିଁ ‘ଜନ ଗଣ ମନ’କୁ ଦେଶର ଜାତୀୟ ସଙ୍ଗୀତ ଏବଂ ‘ବନ୍ଦେ ମାତରମ୍’କୁ ଜାତୀୟ ଗାନ ଭାବେ ସ୍ୱୀକୃତି ମିଳିଥିଲା। ଏହି ପବିତ୍ର ଅବସରରେ ଦେଶର ୬୧ ହଜାର ଯୁବକ-ଯୁବତୀ ନିଜ ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ କରୁଛନ୍ତି। ସେମାନେ ଦେଶର ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ ସେବା ଓ ପ୍ରଶାସନିକ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ବଢୁଛି ବିଦେଶୀ ପୁଞ୍ଜିନିବେଶ ଓ ନିଯୁକ୍ତି ସୁଯୋଗ
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତ ବର୍ତ୍ତମାନ ବିଶ୍ୱର ସବୁଠାରୁ ଯୁବ ଦେଶ । ଯୁବପିଢ଼ିଙ୍କୁ ରୋଜଗାରର ସୁଯୋଗ ଦେବା ପାଇଁ ଭାରତ ଅନେକ ଦେଶ ସହ ବାଣିଜ୍ୟିକ ଓ ଆର୍ଥିକ ଚୁକ୍ତି କରୁଛି । ଗତ ୧୦ ବର୍ଷ ମଧ୍ୟରେ ଭାରତ ନିଜ ଜିଡିପିକୁ ଦ୍ୱିଗୁଣିତ କରିବାରେ ସଫଳ ହୋଇଛି । ଆଜି ବିଶ୍ୱର ୧୦୦ରୁ ଅଧିକ ଦେଶ ଭାରତରେ ପୁଞ୍ଜିନିବେଶ କରୁଛନ୍ତି , ଯାହା ଫଳରେ ରୋଜଗାରର ନୂଆ ଦ୍ୱାର ଖୋଲୁଛି ।
ଷ୍ଟାର୍ଟଅପ୍ ଓ ମାନୁଫାକ୍ଚରିଂରେ ଭାରତର ଉନ୍ନତି
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ଏବେ ମାନୁଫାକ୍ଚରିଂ କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ଶକ୍ତି ଭାବେ ଉଭା ହୋଇଛି।
-
ଦେଶରେ ୨ ଲକ୍ଷରୁ ଅଧିକ ପଞ୍ଜିକୃତ ଷ୍ଟାର୍ଟଅପ୍ କାର୍ଯ୍ୟରତ
-
୨୦୧୪ ତୁଳନାରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ୬ ଗୁଣ ବୃଦ୍ଧି
-
ଅଟୋମୋବାଇଲ ଶିଳ୍ପ ବିଶ୍ୱର ଦ୍ରୁତଗାମୀ ଶିଳ୍ପ ମଧ୍ୟରେ ସାମିଲ
ସେହିପରି ଆୟକର ଓ GST କମିବା ଫଳରେ ସାଧାରଣ ଲୋକଙ୍କ କ୍ରୟଶକ୍ତି ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି।
ନାରୀ ଶକ୍ତିର ସଶକ୍ତିକରଣ
ଏହି ରୋଜଗାର ମେଳାରେ ପ୍ରାୟ ୮,୦୦୦ରୁ ଅଧିକ ଯୁବତୀଙ୍କୁ ନିଯୁକ୍ତି ପତ୍ର ମିଳିଛି। ଗତ ୧୧ ବର୍ଷ ମଧ୍ୟରେ କର୍ମକ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ପ୍ରାୟ ଦ୍ୱିଗୁଣିତ ହୋଇଥିବା ବେଳେ ଆତ୍ମନିଯୁକ୍ତି ହାର ମଧ୍ୟ ୧୫ ପ୍ରତିଶତ ବୃଦ୍ଧି ପାଇଛି, ଯାହା ‘ନାରୀ ଶକ୍ତି’ର ସଫଳତାକୁ ପ୍ରମାଣ କରୁଛି।
also read https://purvapaksa.com/new-face-vs-old-mindset/
“New Face vs Old Mindset” ।। ନୂତନ ମୁହଁ ବନାମ ପୁରୁଣା ଚିନ୍ତାଧାରା


