RG Kar case: ଆରଜି କର ଦୁଷ୍କର୍ମ ମାମଲାରେ ଦୋଷୀ ସଞ୍ଜୟ ରାୟଙ୍କୁ ନିମ୍ନ ଅଦାଲତ ଦେଇଥିବା ଆଜୀବନ କାରାଦଣ୍ଡକୁ ଚ୍ୟାଲେଞ୍ଜ କରି ପଶ୍ଚିମବଙ୍ଗ ସରକାରଙ୍କ ଆବେଦନକୁ ଶୁକ୍ରବାର କଲିକତା ହାଇକୋର୍ଟ ଖାରଜ କରିଦେଇଛନ୍ତି।
ଉଭୟ ସିବିଆଇ ଓ ବେଙ୍ଗଲ ସରକାର କଲିକତା ହାଇକୋର୍ଟରେ ରୟଙ୍କୁ ଫାଶୀ ଦଣ୍ଡାଦେଶ ଦେବା ପାଇଁ ଆବେଦନ କରିଥିଲେ।
ଜଷ୍ଟିସ୍ ଦେବାଂଶୁ ବାସାକ ଓ ଜଷ୍ଟିସ୍ ସବ୍ବର ରସିଦିଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ସିବିଆଇ ତଦନ୍ତ କରିଥିବାରୁ ଏହାର ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କରାଯାଉଛି।
ଗତ ବର୍ଷ କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ପ୍ରଶିକ୍ଷଣର୍ଥୀ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା କରିବା ଅଭିଯୋଗରେ ଗତ ମାସରେ ସିବିଆଇ ଅଦାଲତ କୋଲକାତା ପୁଲିସର ପୂର୍ବତନ ସିଭିକ ସ୍ୱେଚ୍ଛାସେବୀ ସଞ୍ଜୟ ରାୟଙ୍କୁ ମୃତ୍ୟୁ ପର୍ଯ୍ୟନ୍ତ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଅପରାଧର ବର୍ବରତା କାରଣରୁ ଏହି ଘଟଣା ଦେଶବ୍ୟାପୀ ଦୃଷ୍ଟି ଆକର୍ଷଣ କରିଥିଲା, ଯାହାକୁ ସ୍ୱାସ୍ଥ୍ୟକର୍ମୀମାନେ ବ୍ୟାପକ ବିରୋଧ କରିଥିଲେ।
ତେବେ ଦଣ୍ଡର ପରିମାଣକୁ ଉଭୟ ପଶ୍ଚିମବଙ୍ଗ ସରକାର ଓ ସିବିଆଇ ଚ୍ୟାଲେଞ୍ଜ କରିଥିଲେ। ତଦନ୍ତକାରୀ ସଂସ୍ଥା ହାଇକୋର୍ଟଙ୍କୁ ଜଣାଇଥିଲା ଯେ ଏଭଳି ପଦକ୍ଷେପ ପାଇଁ ରାଜ୍ୟ ସରକାରଙ୍କ ପାଖରେ ଅଧିକାର ନାହିଁ।

ସିବିଆଇ ହାଇକୋର୍ଟଙ୍କୁ କହିଛି, କେବଳ ପ୍ରୋସିକ୍ୟୁଟିଂ ଏଜେନ୍ସି ଅଯୋଗ୍ୟତା ଆଧାରରେ ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରିପାରିବ। ତେବେ ସିବିଆଇର ଦାବିକୁ ଖଣ୍ଡନ କରି ରାଜ୍ୟ ସରକାରଙ୍କ ଓକିଲ କହିଛନ୍ତି ଯେ ପ୍ରାରମ୍ଭିକ ଏଫଆଇଆର କୋଲକାତା ପୋଲିସ ଦାଖଲ କରିଥିଲା।
ଆଇନ ଶୃଙ୍ଖଳା ରାଜ୍ୟର ଅଧୀନରେ ରହିଛି ବୋଲି ଆଡଭୋକେଟ ଜେନେରାଲ କହିଥିଲେ।
ଦଣ୍ଡାଦେଶ ସମୟରେ ସିବିଆଇ ଅଦାଲତ କହିଥିଲେ ଯେ ଦୋଷୀକୁ ମୃତ୍ୟୁଦଣ୍ଡାଦେଶ ଲାଗୁ ନ କରିବାର କାରଣକୁ ଯୁକ୍ତିଯୁକ୍ତ ଦର୍ଶାଇ ଏହି ମାମଲା ‘ବିରଳତମ’ ଶ୍ରେଣୀରେ ଆସୁନାହିଁ।
ତେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ରାୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ ଏଭଳି ଜଘନ୍ୟ ଅପରାଧ ପାଇଁ ମୃତ୍ୟୁଦଣ୍ଡ ଆବଶ୍ୟକ।
“ମୁଁ ପ୍ରଥମ ଦିନରୁ ମୃତ୍ୟୁଦଣ୍ଡ ଦାବି କରିଆସୁଛି। ଯଦି ମାମଲା ଆମ ପାଖରେ ରହିଥାନ୍ତା, ତେବେ ଆମେ ମୃତ୍ୟୁଦଣ୍ଡ ସୁନିଶ୍ଚିତ କରିଥାନ୍ତେ। ସିବିଆଇ ଜାଣିଶୁଣି ଏହି ମାମଲାକୁ ଆମଠାରୁ ଛଡ଼ାଇ ନେଇଥିଲା। ଏଭଳି ଅପରାଧୀଙ୍କୁ ଫାଶୀ ଦିଆଯିବା ଦରକାର ବୋଲି ତୃଣମୂଳ ମୁଖ୍ୟ କହିଛନ୍ତି।
ALSO READ: https://purvapaksa.com/mahakumbh-mela-fire/

