Hair Loss: କେଶ ଝଡ଼ିବା ସମସ୍ୟାରେ ଅନେକ ଲୋକ ଅସୁବିଧାର ସମ୍ମୁଖୀନ ହୁଅନ୍ତି।
କ୍ରମାଗତ କେଶ ଝଡ଼ିବା ବାସ୍ତବରେ ଆମ ପାଇଁ ବହୁତ ଦୁଃଖଦାୟକ ହୋଇପାରେ । ଆମର ବ୍ୟସ୍ତବହୁଳ ରୁଟିନ୍, ପ୍ରଦୂଷଣ ଏବଂ ଅପମିଶ୍ରିତ ଦ୍ରବ୍ୟର ବ୍ୟବହାର କେଶ ଝଡ଼ିବା ପାଇଁ ଦାୟୀ। ଏଥିରୁ ବର୍ତ୍ତିବା ପାଇଁ ହାନିକାରକ ରାସାୟନିକ ପଦାର୍ଥ ଥିବା ପ୍ରଡକ୍ଟ ପ୍ରତି ସତର୍କ ରହିବା ଉଚିତ, ଯାହା ଆମ କେଶକୁ ଅଧିକ କ୍ଷତି ପହଞ୍ଚାଇଥାଏ । କିଛି ଉପଚାର ଅଛି ଯାହା କେଶ ଝଡ଼ିବା ରୋକିବା ରେ ସହାୟକ ହୋଇଥାଏ ଏବଂ କେଶର ପୁନଃବୃଦ୍ଧିକୁ ପ୍ରୋତ୍ସାହିତ କରିଥାଏ ।
ବୟସ ବଢିବା ସଙ୍ଗେ ସଙ୍ଗେ ଶରୀରରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ଦେଖାଯାଏ । ଶରୀରରେ ମେଟାବଲିଜମର ମାତ୍ରା ବଢିଥାଏ । ଭାରତରେ ପ୍ରତି ୨ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କ ମଧ୍ୟରେ ଚନ୍ଦାପଣର ସମସ୍ୟା ଦେଖାଯାଏ । ଅକାଳରେ ଚୁଟି ଝଡିପଡ଼େ ଏବଂ ଚନ୍ଦାପଣର ଶିକାର ହେବାକୁ ପଡେ । କିନ୍ତୁ କମ୍ ବୟସରେ ଚନ୍ଦାପଣ ଗ୍ରାସ କରିବା ଏକ ବଡ଼ ସମସ୍ୟା । ତେବେ କିଛି ଟିପ୍ସ ଆପଣାଇ ଆପଣ ନିଜ ଚୁଟିର ଧ୍ୟାନ ରଖିପାରିବେ ।
ଏବେ ପ୍ରଶ୍ନ ଉଠୁଛି କାହିଁକି ଅଧିକ ଲୋକ ଏହି ଚନ୍ଦାପଣର ଶିକାର ହୁଅନ୍ତି? ହର୍ମୋନାଲରେ ପରିବର୍ତ୍ତନ , ଶରୀରରେ ପୋଷକ ତତ୍ତ୍ୱର ଅଭାବ, କେମୋଥେରାପି କିମ୍ବା ଅତ୍ୟଧିକ ଔଷଧ ସେବନ ,ଚାପଗ୍ରସ୍ତ ,ଶୀଘ୍ର ଓଜନରେ ହ୍ରାସ,ଗମ୍ଭୀର ରୋଗ ଇତ୍ୟାଦି। ଏହା ଦ୍ୱାରା ଶରୀରରେ ମେଟାବଲିଜମର ମାତ୍ରା ବଢେ ଏବଂ ଚନ୍ଦାପଣର ସମସ୍ୟା ଦେଖାଯାଏ ।
ଡାଇଟରେ ନିଅନ୍ତୁ ପ୍ରୋଟିନ୍ : ହେୟାର୍ ଗ୍ରୋଥ୍ ପାଇଁ ପ୍ରୋଟିନ୍ ନିହାତି ଜରୁରୀ । ଅଣ୍ଡା,ମାଛ , କମ୍ ଚର୍ବି ଥିବା ମାଂସରେ ପ୍ରୋଟିନର ମାତ୍ରା ଅଧିକ ଥାଏ । ଯାହା ଚୁଟି ବଢାଇବା ପାଇଁ ଲାଭଦାୟକ ହୋଇଥାଏ । ଖାଦ୍ୟରେ ଜରୁରୀ ଭିଟାମିନ୍ ସାମିଲ୍ କରନ୍ତୁ । ଭିଟାମିନ୍ ଏ ଚୁଟିମୂଳରେ ପ୍ରାକୃତିକ ତେଲ ବିକାଶ କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ । ଭିଟାମିନ୍ ଇ ରକ୍ତ ସଞ୍ଚାଳନକୁ ବଢାଇଥାଏ । ବେଳେବେଳେ ଘରୋଇ ଉପଚାର ମଧ୍ୟ ଚୁଟି ବଢାଇବାରେ ସହାୟକ ହୋଇଥାଏ ।
ରସୁଣ ଏଥିପାଇଁ ଭଲ ମସାଜର୍ ହୋଇପାରେ । ରସୁଣ,ପିଆଜ,ଅଦାର ରସକୁ ଆପଣ ମୁଣ୍ଡରେ ମାଲିସ୍ କରିପାରିବେ । ରାତିରେ ମାଲିସ୍ କରି ସକାଳେ ଧୋଇପାରିବେ । ଆୟୁର୍ବେଦିକ ଡ଼ାକ୍ତରଙ୍କ କହିବାନୁସାରେ,ଏହା କରିବା ଦ୍ୱାରା ଆପଣଙ୍କ ଚୁଟି ପୁନର୍ବାର ବଢିଯିବ । ଆମେ ପ୍ରତିଦିନ ଖାଦ୍ୟ ଖାଇଲା ଭଳି ଚୁଟିକୁ ମଧ୍ୟ ଖାଦ୍ୟ ଦରକାର ଏବଂ ପ୍ରତିଦିନ କିଛି ଡ୍ରପ୍ ତେଲ ନେଇ ହାଲକା ହାଲକା ମସାଜ୍ କଲେ ରକ୍ତ ସଞ୍ଚାଳନ ହେବା ସହ ଚୁଟିର ଗ୍ରୋଥ୍ ମଧ୍ୟ ବଢିଥାଏ ।
ବଜାରରେ ଅନେକ ପ୍ରକାରର କ୍ୟାମିକାଲଯୁକ୍ତ ସାମ୍ପୁ ବିକ୍ରି ହେଉଛି । ବିଜ୍ଞାପନ ଆଳରେ ଯଦି ଏସବୁ ଆପଣ ଚୁଟିରେ ବ୍ୟବହାର କରୁଛନ୍ତି ତାହେଲେ ଚୁଟି ଝଡ଼ିବା ଭଳି ସମସ୍ୟା ହିଁ ଦେଖାଯିବ । ତେଣୁ ସାମ୍ପୁ କିଣିବା ପୂର୍ବରୁ ପ୍ରଥମେ ସାମ୍ପୁରେ ବ୍ୟବହୃତ ସାମଗ୍ରୀ ଉପରେ ନଜର ପକାନ୍ତୁ । ଜୋଜୋବା,ନଡ଼ିଆ ତେଲ ,ଅଲିଭ୍ ଅଏଲ୍ , ପ୍ରୋଟିନ୍ , ଆଲୋବେରା,କେଫିନ୍ ଭଳି ସାମଗ୍ରୀ ଥିଲେ ହିଁ ସାମ୍ପୁ କିଣନ୍ତୁ ।
୮ ରୁ ୯ ଘଣ୍ଟା ଶୁଅନ୍ତୁ : ନିସ୍ତେଜ ବା ଶୋଇବା ସମୟରେ ଆମ ଶରୀରର ମରାମତି କାମ କରିଥାଏ । ଗ୍ରୋଥ୍ ହର୍ମୋନ୍, ସେଲ୍ ପ୍ରଡ଼କ୍ସନ୍ କରିବାରେ ସାହାଯ୍ୟ କରେ ଯାହାଦ୍ୱାରା ହେୟାର୍ ଗ୍ରୋଥ୍ ଶୀଘ୍ର ହୋଇଥାଏ ।
ALSO READ: https://purvapaksa.com/benefits-of-fennel-seed/