ପୁରୀ ଶ୍ରୀମନ୍ଦିର ଉଡେଇ ଦେବା ପାଇଁ ଆତଙ୍କବାଦୀ ଆକ୍ରମଣ ଧମକପୂର୍ଣ୍ଣ ବାର୍ତ୍ତା ମନ୍ଦିର କାନ୍ଥରେ ମିଳିବାର ମାତ୍ର ତିନି ଦିନ ପରେ, ଶନିବାର ଜଣେ ବ୍ୟକ୍ତି ଶ୍ରୀମନ୍ଦିର ଚଢ଼ିବାକୁ ଉଦ୍ୟମ କରିଥିଲେ, ଯାହା ଶ୍ରୀମନ୍ଦିର ସୁରକ୍ଷା ନେଇ ଚିନ୍ତା ସୃଷ୍ଟି କରିଛି।ସୂତ୍ର ଅନୁଯାୟୀ, ବ୍ୟକ୍ତି ଜଣକ ବେହରଣ ଦ୍ଵାର ପଟରୁ ମନ୍ଦିର ଉପରକୁ ଚଢ଼ିବାକୁ ଉଦ୍ୟମ କରୁଥିଲେ, ପ୍ରାୟ ୫-୭ ଫୁଟ୍ ଚଢ଼ି ସାରିଥିବା ବେଳେ ଧରାପଡ଼ିଲେ। ଆଗକୁ ଚଢ଼ିବା ପୂର୍ବରୁ ତାଙ୍କୁ ଜଗନ୍ନାଥ ମନ୍ଦିର ପୋଲିସ ଏବଂ ସେବକମାନେ ଅଟକାଇଥିଲେ। ସମ୍ପୃକ୍ତ ବ୍ୟକ୍ତିଙ୍କୁ ଏବେ ସିଂହଦ୍ଵାର ଥାନାରେ ଅଟକ ରଖାଯାଇ ପଚରାଉଚରା କରୁଛି ପୋଲିସ । ଅଟକ ଥିବା ବ୍ୟକ୍ତି ଜଣକ ରାଞ୍ଚି ଅଞ୍ଚଳର ପଞ୍ଚମ ମାହୋତ ବୋଲି ଜଣାପଡ଼ିଛି ।
ଅତିରିକ୍ତ ଏସପି ସୂଚନା ଦେଇଛନ୍ତି ଯେ, ବ୍ୟକ୍ତିଙ୍କ ମାନସିକ ଅବସ୍ଥା ଠିକ ନାହିଁ । ସେ ବର୍ତ୍ତମାନ ସିଂହଦ୍ୱାର ଥାନାରେ ପୋଲିସ ହେପାଜତରେ ଅଛନ୍ତି, ଏବଂ ଏଭଳି କାର୍ଯ୍ୟ ପଛରେ କଣ କାରଣ ରହିଛି ଜାଣିବା ପାଇଁ ଅଧିକ ତଦନ୍ତ ଚାଲିଛି। ଜଗନ୍ନାଥ ମନ୍ଦିରରେ ଏହା ପ୍ରଥମ ସୁରକ୍ଷା ଉଲ୍ଲଂଘନ ନୁହେଁ। ପୂର୍ବରୁ, ଗଞ୍ଜାମର ଜଣେ ବ୍ୟକ୍ତି ମନ୍ଦିର କାନ୍ଥ ଚଢ଼ିବାକୁ ଚେଷ୍ଟା କରିଥିଲେ, ଯାହା ମନ୍ଦିରର ସୁରକ୍ଷା ବ୍ୟବସ୍ଥା ଉପରେ ଗମ୍ଭୀର ଚିନ୍ତା ସୃଷ୍ଟି କରିଥିଲା। କିଛି ଦିନ ତଳେ ଚଷମାର ଗୁପ୍ତଚର କ୍ୟାମେରା ଲଗେଇ ଦୁଇଜଣ ଯୁବକ ମନ୍ଦିର ଭିତରେ ପଶିଥିଲେ, ଏହାସହ କିଛି ଯୁବକ ମେଘନାଦ ପାଚେରୀ ଡେଇଁ ମନ୍ଦିର ଭିତରେ ପ୍ରବେଶ କରୁଥିବାର ଗତ ମାସରେ ଦେଖିବାକୁ ମିଳିଥିଲା । ବାରମ୍ବାର ଏଭଳି ଘଟଣା ଘଟିବା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି, ଯାହା ଦ୍ୱାରା କର୍ତ୍ତୃପକ୍ଷ ସତର୍କତା ପ୍ରୋଟୋକଲ ସମୀକ୍ଷା ଏବଂ ବୃଦ୍ଧି କରିବାକୁ ବାଧ୍ୟ ହୋଇଛନ୍ତି। ଏହାପୂର୍ବରୁ ବୁଧବାର ଦିନ, ବୁକାନ୍ଥରେ ଶ୍ରୀମନ୍ଦିର ଉପରେ ଆତଙ୍କବାଦୀ ଆକ୍ରମଣ ନେଇ ଲେଖାଯାଇଥିଲା । ଏଥି ସହିତ ଫୋନ୍ ନମ୍ୱର ମଧ୍ୟ ଦିଆଯାଇଥିଲା । ଏହି ଘଟଣାରେ ପୋଲିସ ଜଣଙ୍କୁ ଅଟକ ରଖିଥିଲା । ଅଟକ ଥିବା ବ୍ୟକ୍ତି ସାମାନ୍ୟ ମାନସିକ ଭିନ୍ନକ୍ଷମ ଥିବା ପୋଲିସ ପକ୍ଷରୁ କୁହାଯାଇଥିଲା ।
Also Readhttps://purvapaksa.com/why-muhammad-ali-jinnah-wanted-to-sikhs-in-pakistan-along-with-muslim/
