ବିଜେପି ବିହାରରେ ନୂଆ ସରକାର ଗଠନ ପ୍ରକ୍ରିୟା ଆରମ୍ଭ କରିଦେଇଛି। ରବିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବିହାରରେ ମନ୍ତ୍ରିମଣ୍ଡଳ ଗଠନକୁ ନେଇ ବରିଷ୍ଠ ଏନ୍ଡିଏ ନେତାଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଯଦିଓ ଜେଡିୟୁ ନେତା ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ରହିବେ ବୋଲି ସ୍ପଷ୍ଟ ହୋଇଛି କିନ୍ତୁ ବିଜେପି ନେତାଙ୍କୁ ଅଧିକ କ୍ୟାବିନେଟ ମନ୍ତ୍ରୀ ପଦ ମିଳିବ ବୋଲି ଜଣାପଡ଼ିଛି।
ଏନ୍ଡିଏ ବୈଠକରେ ଚୂଡ଼ାନ୍ତ ହୋଇଥିବା ବ୍ୟବସ୍ଥା ଅନୁଯାୟୀ ବିଜେପିରୁ ପ୍ରାୟ ୧୫ରୁ ୧୬ ଜଣ ମନ୍ତ୍ରୀ ହେବା ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଜେଡିୟୁର ପ୍ରାୟ ୧୪ ଜଣ ମନ୍ତ୍ରୀ ହେବା ସମ୍ଭାବନା ରହିଛି। ସେହିପରି ୧୯ଟି ଆସନ ପାଇଥିବା ଏନ୍ଡିଏର ସହଯୋଗୀ ଦଳ ଲୋକ ଜନଶକ୍ତି (ରାମ ବିଳାସ)କୁ ୩ କ୍ୟାବିନେଟ ମନ୍ତ୍ରୀ ପଦ ମିଳିପାରେ। ଜିତନ ରାମ ମାଞ୍ଝିଙ୍କ ଏଚ୍ଏଏମ୍ ଦଳ ୫ଟି ଆସନ ଏବଂ ଉପେନ୍ଦ୍ର କୁଶୱାହାଙ୍କ ରାଷ୍ଟ୍ରୀୟ ଲୋକମୋର୍ଚ୍ଚା ୪ଟି ଆସନ ଜିତିଥିବାରୁ ଉଭୟ ଦଳକୁ ଗୋଟିଏ ଲେଖାଏଁ ମନ୍ତ୍ରୀ ପଦ ମିଳିବ ବୋଲି ଆଶା କରାଯାଉଛି।
ଉଲ୍ଲେଖଯୋଗ୍ୟ, ପ୍ରତି ଛଅ ବିଧାୟକରେ ଗୋଟିଏ ମନ୍ତ୍ରୀ ପଦ ଦିଆଯିବାର ସୂତ୍ର ସ୍ଥିର କରାଯାଇଛି। ନଭେମ୍ବର ୧୯ କିମ୍ବା ୨୦ରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବା ସମ୍ଭାବନା ଅଛି ବୋଲି ଜଣାପଡ଼ିଛି।
also read https://purvapaksa.com/congress-will-review-the-defeat/
Congress will review the defeat ।। ପରାଜୟର ସମୀକ୍ଷା କରିବ କଂଗ୍ରେସ


