Subhadra Yojana: ’ସୁଭଦ୍ରା’ ପାଇଁ ଆସନ୍ତା ୭ ତାରିଖରେ ପ୍ରତି ଘରେ ଦୀପ ଜାଳିବାକୁ ଅପିଲ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ପ୍ରତି ସୁଭଦ୍ରା ମା’ଙ୍କ ପାଇଁ ଏହା ହେବ ସମ୍ମାନ ବୋଲି ସେ କହିଛନ୍ତି।
ଆଜି ହିତାଧିକାରୀଙ୍କ ଖାତାକୁ ଆସିଲା ସୁଭଦ୍ରା ଟଙ୍କା। ୨ ଲକ୍ଷ ୩୦ ହଜାରରୁ ଅଧିକ ହିତାଧିକାରୀ ଏହି ଟଙ୍କା ପାଇଛନ୍ତି। ଦିନକ ପରେ ୮ ତାରିଖରେ ମିଳିବ ସୁଭଦ୍ରାର ଦ୍ୱିତୀୟ କିସ୍ତି ଟଙ୍କା। ବଞ୍ଚିତ ହୋଇଥିବା ମହିଳାଙ୍କ ପାଇଁ ଡୋର୍ ଟୁ ଡୋର୍ ସର୍ଭେ କରିବେ ସରକାର।
ଆଜି ମହିଳା, ଶିଶୁ ବିକାଶ ସମ୍ମିଳନୀ କକ୍ଷରୁ ସୁଭଦ୍ରା ଟଙ୍କା ଟ୍ରାନ୍ସଫର କାର୍ୟ୍ୟକ୍ରମରେ ଯୋଗଦେଇ ରାଜ୍ୟର ପ୍ରତି ସୁଭଦ୍ରା ମା’ଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସହ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଗୋଟିଏ ଲେଖାଏଁ ଦୀପ ଜାଳିବାକୁ ପ୍ରତି ମହିଳାଙ୍କୁ ଅପିଲ କରିଛନ୍ତି ପ୍ରଭାତୀ ପରିଡା। ଯାହା ଘରେ ଯେତେଜଣ ସୁଭଦ୍ରା ତାଙ୍କ ଘରେ ସେତେଟା ଦୀପ ଜାଳନ୍ତୁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।
ଏହାକୁ ନେଇ ଆଉ ଏକ ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ । ସୁଭଦ୍ରା ପାଇଁ ଅଙ୍ଗବାଡ଼ି କର୍ମୀଙ୍କୁ ମିଳିବ ପୁରସ୍କାର। ଅଙ୍ଗନବାଡ଼ି କର୍ମୀଙ୍କୁ ୧୫୦୦ ଟଙ୍କା । ସେହିପରି ସହାୟିକାଙ୍କୁ ୫୦୦ ଟଙ୍କାର ପୁରସ୍କାର ମଧ୍ୟ ମିଳିବ। ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । ସୁଭଦ୍ରା ଯୋଜନା ଆରମ୍ଭରୁ ଅଙ୍ଗନବାଡି କର୍ମୀମାନଙ୍କର ନିରନ୍ତର ସହଯୋଗ ରହିଆସିଛି । ପ୍ରୋତ୍ସାହନ ରାଶି ଭାବେ ସେମାନଙ୍କୁ ଥରେ ମାତ୍ର ୧୫୦୦ ଟଙ୍କା ମିଳିବ । ଏହି କ୍ରମରେ ମାର୍ଚ୍ଚ ୮ରେ ଆସିବାକୁ ଥିବା ଦ୍ୱିତୀୟ କିସ୍ତିରେ ଏହି ପ୍ରତ୍ସୋହନ ରାଶି ପ୍ରଦାନ କରିପାରନ୍ତି ସରକାର ।