ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଚାର୍ଲି କିର୍କଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଟର୍ଣ୍ଣିଂ ପଏଣ୍ଟ ୟୁଏସଏର ପ୍ରତିଷ୍ଠାତା ହେଉଛନ୍ତି ୩୧ବର୍ଷୀୟ ଚାର୍ଲି କିର୍କ । ଓରେମର ଉଟାହ ଭ୍ୟାଲି ବିଶ୍ୱବିଦ୍ୟାଳୟରେ ଏହି ଗୁଳିକାଣ୍ଡ ଘଟିଛି । ଚାର୍ଲି କିର୍କ ଏଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ବେଳେ ଗୁଳିକାଣ୍ଡ ଘଟିଥିଲା । ଘଟଣା ପରେ ରାଷ୍ଟ୍ରପତି ଟ୍ରମ୍ପ ଦୁଃଖ ପ୍ରକାଶ କରିଛନ୍ତି । ଟ୍ରମ୍ପ ସୋସିଆଲ ମିଡ଼ିଆରେ କହିଛନ୍ତି ଯେ କିର୍କ ‘ସମସ୍ତଙ୍କ ପ୍ର୍ରିୟ ଥିଲେ । ସମସ୍ତେ ତାଙ୍କୁ ପ୍ରଶଂସା କରୁଥିଲେ ।
ଉଟାହ ଭ୍ୟାଲି ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଭାଷଣ ଦେଉଥିବା ବେଳେ ତାଙ୍କ ବେକରେ ହଠାତ ଗୁଳି ବାଜିଥିଲା । ଆକ୍ରମଣକାରୀଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇନାହିଁ । ଏପର୍ଯ୍ୟନ୍ତ ତଦନ୍ତରୁ ଜଣାପଡିଛି ଯେ ପ୍ରାୟ ୨୦୦ ମିଟର ଦୂରତାରୁ ଛାତ ଉପରୁ ଗୁଳି ଚଳାଇଥିଲା ଅଭିଯୁକ୍ତ । କେବଳ ଏତିକି ନୁହେଁ ପ୍ରାରମ୍ଭିକ ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ ବୃତ୍ତିଗତ ସୁଟର ହୋଇପାରେ ।
ସ୍ନାଇପରମାନେ ସାମରିକ କିମ୍ବା ଆଇନ ପ୍ରବର୍ତ୍ତନ ଭୂମିକାରେ ଉଚ୍ଚ ତାଲିମପ୍ରାପ୍ତ ମାର୍କମେନ୍। ଏମାନେ ଦୀର୍ଘ ଦୂରତା, ସଠିକ୍ ସୁଟିଂରେ ବିଶେଷଜ୍ଞ। ପ୍ରାୟତଃ ଗୁରୁତ୍ବପୂର୍ଣ ଲକ୍ଷ୍ୟକୁ ହଟାଇବା କିମ୍ବା ଗୁଇନ୍ଦା ତଥ୍ୟ ସଂଗ୍ରହ କରିବା ପାଇଁ ଗୁପ୍ତ ଭାବରେ ଏମାନେ କାର୍ଯ୍ୟ କରନ୍ତି। ସେମାନେ ଆମେରିକୀୟ ସେନାର ଏମ୍ ୨୪ କିମ୍ବା ଏମ୍ ୧୧୦ ଭଳି ସ୍ୱତନ୍ତ୍ର ରାଇଫଲ୍ ବ୍ୟବହାର କରନ୍ତି, ଯାହା ଶହ ଶହ ମିଟରରୁ ଅଧିକ ସଠିକତା ପାଇଁ ଉଚ୍ଚ-ପରିବର୍ଦ୍ଧନ ସ୍କୋପ ସହିତ ସଜ୍ଜିତ । ସେମାନଙ୍କର ପ୍ରଶିକ୍ଷଣ ସ୍ଵତନ୍ତ୍ର। ଗୁପ୍ତତା, ଛଦ୍ମବେଶ ଏବଂ ଧୈର୍ଯ୍ୟ ଉପରେ ଏହା ଗୁରୁତ୍ୱ ଦେଇଥାଏ।ସେମାନଙ୍କୁ ଦୀର୍ଘ ସମୟ ପାଇଁ ଅଜ୍ଞାତ ରହିବାକୁ ପଡ଼ିଥାଏ। ଉଦାହରଣ ସ୍ୱରୂପ, ଏକ ସ୍ନାଇପର୍ ରାଇଫଲ ଏବଂ ଅବସ୍ଥା ଉପରେ ନିର୍ଭର କରି ୮୦୦-୧,୨୦୦ ମିଟରରେ ଲକ୍ଷ୍ୟଭେଦ କରିପାରେ। ସ୍ନାଇପର୍ଙ୍କ କୌଶଳ, ଉପକରଣ ସବୁକିଛି ଅଲଗା।
Also Read https://purvapaksa.com/pakistan-sells-balochistan-rare-earth-mineral-treasure-to-america/


