ଓଡ଼ିଶା ସଚିବାଳୟ ଲେଖକ ପରିଷଦର ମାସିକ ସାରସ୍ୱତ ଆସରରେ କବି ରାଜେନ୍ଦ୍ର କିଶୋର ପଣ୍ଡା ଓ ସୁକାନ୍ତ ସୁବୁଦ୍ଧିଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ । ଓଡ଼ିଶା ସଚିବାଳୟ ଲେଖକ ପରିଷଦର ନଭେମ୍ବର ମାସର ସ୍ୱାରସ୍ୱତ ଆସର ଲୋକସେବା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନିକଟରେ ଇହଲୀଳା ସମ୍ବରଣ କରିଥିବା ପ୍ରଖ୍ୟାତ କବି ରାଜେନ୍ଦ୍ର କିଶୋର ପଣ୍ଡା ଓ ପରିଷଦର ପ୍ରତିଷ୍ଠାତା ସଦସ୍ୟ ତଥା ପୂର୍ବତନ ସଭାପତି ସୁକାନ୍ତ ସୁବୁଦ୍ଧିଙ୍କ ଅମର ଆତ୍ମାର ସଦଗତି ପାଇଁ ସମସ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ ।

ଜଣାଶୁଣା ଗାଳ୍ପିକା ବିଜନବାଳା ପାଟଯୋଷି ସ୍ୱର୍ଗତ ପଣ୍ଡାଙ୍କର ସ୍ମୃତି ଚାରଣ କଲାପରେ ତାଙ୍କ ସଂଯୋଜନାରେ ସ୍ୱର୍ଗତ ପଣ୍ଡାଙ୍କ ରଚିତ କବିତା ଶ୍ରଦ୍ଧାଞ୍ଜଳି ସ୍ୱରୂପ ପଠନ କରାଯାଇଥିଲା । ପରେ ପରେ ସାଧାରଣ ସମ୍ପାଦକ ସଞ୍ଜୟ ଆନନ୍ଦ କୁମାର ତ୍ରିପାଠୀ ପରିଷଦର ପୂର୍ବତନ ସଭାପତି ସ୍ୱର୍ଗତ ସୁବୁଦ୍ଧିଙ୍କ ସ୍ମୃତିଚାରଣ କରିବା ସହିତ ଲେଖକ ପରିଷଦ ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ । ତାପରେ ସ୍ୱର୍ଗତ ସୁବୁଦ୍ଧିଙ୍କ ଲିଖିତ କବିତା ପାଠ କରାଯାଇଥିଲା । ପୂର୍ବତନ ଯୁଗ୍ମ ଶାସନ ସଚିବ ବନ୍ଦିତା ଦାଶ,ପୁଷ୍ପାଞ୍ଜଳି ବିଶୋୟୀ,ସଞ୍ଜୟ ଆନନ୍ଦ କୁମାର ତ୍ରିପାଠୀ ,ବିଜନବାଳା ପାଟଯୋଷି ,ସୁଶାନ୍ତ ଧର ,ମୌସୁମୀ ଦାଶ , ରଶ୍ମିତା ମହାନ୍ତ ନିବେଦିତା ବେହେରା କବିତା ପାଠରେ ଅଂଶଗ୍ରହଣ କରିଥିଲେ ।
ସହଯୋଗ କରିଥିଲେ ସଚିବାଳୟ ସେବା ସଙ୍ଘର ଉପ ସଭାପତି ବିଜୟ ସ୍ୱରୂପ ପଣ୍ଡା । ପ୍ରକାଶ ଥାଉକି ଓଡ଼ିଶା ସଚିବାଳୟ ଲେଖକ ୧୯୭୭ ମସିହାଠାରୁ ନିରନ୍ତର ଭାବେ ସାହିତ୍ୟର ପ୍ରଚାର ଓ ପ୍ରସାର କରି ଆସୁଅଛି । ନିୟମିତ ଭାବେ ମାସିକ ସାହିତ୍ୟ ସଭା ଆୟୋଜନ କରି ସଚିବାଳୟରେ କାର୍ଯ୍ୟ କରୁଥିବା ଲେଖକ / ଲେଖିକା ,ପାଠକ/ପାଠିକାଙ୍କୁ ଏକାଠି ବାନ୍ଧି ରଖିବାର ପ୍ରୟାସ ଜାରି ରଖିଛି ।
also read https://purvapaksa.com/odisha-model-school-dream-in-question-today/
Odisha Model School dream in question today ।। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସ୍ୱପ୍ନ ଆଜି ପ୍ରଶ୍ନଚିହ୍ନରେ


