Saqlain Mushtaq: ପାକିସ୍ତାନୀ କ୍ରିକେଟର ସାକଲେନ୍ ମୁସ୍ତାକ ଏବେ କ୍ରିକେଟ୍ ଆଲୋଚନାରେ ଭାଗ ନେଉଛନ୍ତି, ବୋଲିଂ ଟିପ୍ସ ଦେଉଛନ୍ତି ଏବଂ କ୍ରିକେଟ୍ କାହାଣୀ ସେୟାର କରୁଛନ୍ତି। ଏଭଳି ଏକ କାହାଣୀରେ ସେ ତାଙ୍କ ଜେଜେବାପାଙ୍କୁ ମନେ ପକାଇଲେ, ଯାହାଙ୍କ ନାମ ରୁଡ୍ ସିଂହ ବୋଲି ସେ ଦାବି କରିଛନ୍ତି।
ପାକିସ୍ତାନ ନିଜ ହିନ୍ଦୁ ଅତିତକୁ ଜାଣିଶୁଣି ଭୁଲିଯାଏ। ପାକିସ୍ତାନ ପାଇଁ ତାର ଇତିହାସ ସପ୍ତମ ଶତାବ୍ଦୀରେ ମହମ୍ମଦ ବିନ୍ କାସିମର ସିନ୍ଧ ଆକ୍ରମଣରୁ ଆରମ୍ଭ ହୁଏ। ପାକିସ୍ତାନୀ ତକ୍ଷଶୀଳା ପାଇଁ ଗର୍ବ କରନ୍ତି ନାହିଁ,ସେମାନଙ୍କ ପାଇଁ ତକ୍ଷଶୀଳାର ଯୁଗ ଥିଲା ଅନ୍ଧକାରର ଯୁଗ। ମହମ୍ମଦ ବିନ୍ କାଶିମର ଆଗମନ ସହିତ ପାକିସ୍ତାନକୁ ଆଲୋକ ଆସିଥିଲା ବୋଲି ସେମାନଙ୍କର ବିଶ୍ୱାସ। କିନ୍ତୁ ଯେତେ ଚାହିଁଲେ ବି ପାକିସ୍ତାନୀ ନିଜ ଡିଏନଏରୁ ହିନ୍ଦୁ ଅତିତକୁ ପୋଛି ପାରିବେନି। ଏହାର ପ୍ରମାଣ ଜଣେ ପାକିସ୍ତାନୀ କ୍ରିକେଟିୟର ଟିଭିରେ ଦେଇଛନ୍ତି।
ନିଜ ଚମତ୍କାର ବୋଲିଂ କୌଶଳ ଏବଂ ଅଫ୍ ସ୍ପିନ୍ ପାଇଁ ପରିଚିତ ପାକିସ୍ତାନୀ କ୍ରିକେଟର ସାକଲେନ୍ ମୁସ୍ତାକ ନିଜ ପରିବାରର ଅତିତ ଉପରୁ ପରଦା ହାଟାଇଛନ୍ତି। ଏକ ଟିଭି ସୋ’ରେ ଭାରତୀୟ ଅତିଥିଙ୍କ ଉପସ୍ଥିତିରେ ସେ ସ୍ୱୀକାର କରିଛନ୍ତି ଯେ, କେଇ ପିଢ଼ି ତଳେ ତାଙ୍କ ପରିବାର ହିନ୍ଦୁ ଥିଲା। ଆଉ ତାଙ୍କ ସାଙ୍ଗିଆ ଥିଲା ସିଂହ।
ପାକିସ୍ତାନର ଏକ ଟିଭି ଶୋ’ର ଆଲୋଚନାରେ ସାକଲେନ୍ ନିଜର ଭାରତ ସହ ସମ୍ପର୍କ ସମ୍ୱନ୍ଧରେ ନୂଆ କଥା ଖୁଲାସା କରିଛନ୍ତି। ସେ କହିଛନ୍ତି, ତାଙ୍କ ପରିବାର ଭାରତର ଅମୃତସରରେ ରହୁଥିଲେ ଏବଂ ତାଙ୍କ ଅଣଜେଜେ ବାପାଙ୍କ ନାଁ ରୁଡ଼ ସିଂହ ଥିଲା। ଯିଏ ପରେ ହିନ୍ଦୁରୁ ମୁସଲମାନ ହୋଇଯାଇଥିଲେ। ଏହି ଆଲୋଚନା ସମୟରେ ମୁସ୍ତାକ ନିଜ ପୁରା ପିଢ଼ି ବିଷୟରେ କହିଥିଲେ ଏବଂ ଦିଲ୍ଲୀର ଫେମସ୍ କରୀମ ହୋଟେଲର ଚିକେନ୍ ନୁରଜହାନୀର ରେସିପିର କାହାଣୀ ମଧ୍ୟ କହିଥିଲେ।
ଅମୃତସରରେ ରହୁଥିଲା ସକଲେନଙ୍କ ପରିବାର
ଚାମ୍ପିୟନ୍ ଟ୍ରଫିରେ ଭାରତ- ପାକିସ୍ତାନ ମ୍ୟାଚର ପ୍ରଦର୍ଶନକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ମୁସ୍ତାକ ନିଜ ଅତୀତରେ ହଜିଯାଇଥିଲେ। ଏହି ଆଲୋଚନାରେ ସକଲେନ୍ ଭାରତର ପ୍ରସିଦ୍ଧ କମେଡିଆନ କପିଲ ଶର୍ମାଙ୍କ ବିଷୟରେ କହିଥିଲେ କି, କପିଲ ଶର୍ମା ଆମ ଗାଁର ଅଟନ୍ତି। ତାଙ୍କ ସହ ଯେବେ ଦୁବାଇରେ ଦେଖା ହୋଇଥିଲା ସେତେବେଳେ ଆମେ ଏହି ବିଷୟରେ କଥା ହୋଇଥିଲୁ। ମୁଁ ତାଙ୍କୁ କହିଥିଲି କି ମୋ ଅଣ ଜେଜେ ରୁଡ୍ ସିଂ ହିନ୍ଦୁ ଥିଲେ ଏବଂ ସେ ସମୟରେ ଅମୃତସରରେ ରହୁଥିଲେ। ପରେ ସେ ମୁସଲମାନ ହୋଇ ଏଠାକୁ ଚାଲିଆସିଲେ। ସାକଲେନ୍ ଆହୁରି ମଧ୍ୟ ତାଙ୍କ ବଂଶ ବଷୟରେ କହିଛନ୍ତି ଯେ, ରୁଡ୍ ସିଂ, ଉମଙ୍ଗଦୀନ, ମୁସ୍ତାକ ଅହମ୍ମଦ ତଥା ଆମେ ସଭିଏଁ ସେହି ଗାଁରେ ରହୁଥିଲୁ।
ଦିଲ୍ଲୀରେ ଖାଇଥିଲେ ଚିକେନ୍ ନୁରଜାହାନୀ
ଏହା ପରେ ସାକଲେନ୍ ତାଙ୍କ ଭାରତ ଗସ୍ତକୁ ମନେ ପକାଇଥିଲେ। ଆଉ କହିଥିଲେ କି, ଆମେ ଦିଲ୍ଲୀର ଅଲ୍ କରିମ୍ ରେଷ୍ଟୁରାଣ୍ଟ ଯାଇଥିଲୁ। ଏହା ବହୁତ ପୁରୁଣା। ରେଷ୍ଟୁରାଣ୍ଟର ଅତିଥି ସତ୍କାର ଚମତ୍କାର ଥିଲା। ମୋ ସ୍ତ୍ରୀ, ଚିକେନ୍ ନୁରଜାହାନୀ ଅର୍ଡର କରିଥିଲେ। ଏହା ବହୁତ ସ୍ୱାଦିଷ୍ଟ ଥିଲା। ଆମେ ଏହାର ରେସିପି ରେସ୍ତୋରାଁ ମାଲିକଙ୍କୁ ମାଗିଥିଲୁ ହେଲେ ସେ କହିବାକୁ ମନା କରିଦେଇଥିଲେ। ମାଲିକଙ୍କ କହିବା ଥିଲା ଯେ, ଏହା ଆମ ପାରିବାରିକ ସିକ୍ରେଟ୍। ଆମ ପରିବାର ଏକଦା ମୋଗଲ ବାଦଶାଙ୍କ ରୋଷେୟା ଥିଲେ। ଆମେ ସେହି ସିକ୍ରେଟକୁ କାହା ସହିତ ସେୟାର କରିପାରିବୁ ନାହିଁ। ତେବେ ପତ୍ନୀ ଯେକୌଣସି ମତେ ରେସିପି ଚାହୁଁଥିଲେ। ତେଣୁ ସେ ବହୁତ ବହି ମଗାଇଥିଲେ। ବହିରୁ ରେସିପି ତ ମିଳିନଥିଲା କିନ୍ତୁ ମୋଗଲ ଖାଦ୍ୟ ନେଇ ମଜାଦାର ତଥ୍ୟ ମିଳିଥିଲା ବୋଲି ସାକଲେନ କହିଥିଲେ।
ଏପରି କି ଭାରତର ହିସାରରେ ଥିବା ତାଙ୍କ ପୁରୁଣା ହବେଲି କଥା ମଧ୍ୟ କହିଥିଲେ, ଯାହା ଏବେ ଭାଙ୍ଗି ଛୋଟ ହୋଇଯାଛି। ୨୦୦୪-୨୦୦୫ ମସିହା ସମୟରେ ଭାରତ ଗସ୍ତବେଳେ ତାଙ୍କ ବାପା-ମା’ ସେହି ସ୍ଥାନକୁ ବୁଲିବାକୁ ଯାଇଥିଲେ ବୋଲି ବୋଲି ସେ କହିଛନ୍ତି। ଭାରତୀୟଙ୍କ ସହଥିବା ତାଙ୍କ ପୁରୁଣା ସ୍ମୃତି ସବୁକୁ ମନେପକାଇଥିଲେ।
ଭାରତର ଏହି ପ୍ରଧାନମନ୍ତ୍ରୀ ବାପାଙ୍କ ମୃତ୍ୟୁର ତୃତୀୟ ଦିନରେ ବାହା ହୋଇଥିଲେ,୪ ବର୍ଷରେ ଥରେ ପାଳୁଥିଲେ ଜନ୍ମଦିନ!

