ଭାରତର ସ୍ୱାଧୀନତା ସଂଗ୍ରାମ କଥା ଉଠିଲେ ଆମେ ବଙ୍ଗଳା, ପଞ୍ଜାବ, ମହାରାଷ୍ଟ୍ର କିମ୍ବା ଉତ୍ତର ପ୍ରଦର୍ଶନର କଥା ବେଶି ଶୁଣିଥାଉ। କିନ୍ତୁ କେବେ ଆପଣ ଭାବିଛନ୍ତି କି—ଓଡ଼ିଶାର ସ୍ୱାଧୀନତା ସଂଗ୍ରାମରେ ପ୍ରକୃତ ଅବଦାନ କେତେ ଥିଲା?
ଓଡ଼ିଶାର ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ଆଜି ବି ବ୍ରିଟିଶ୍ ଯୁଗର ବଡ଼ ବଡ଼ କୋଠା, ପୋଲ୍ ଏବଂ ଐତିହାସିକ ସ୍ମାରକୀ ରହିଛି, କିନ୍ତୁ ଓଡ଼ିଶାରେ ସେଭଳି କାହିଁକି ଦେଖିବାକୁ ମିଳେ ନାହିଁ? ଯେତେବେଳେ କି ଓଡ଼ିଶା ପାଖରେ ରହିଛି ଦେଶର ସବୁଠାରୁ ଲମ୍ବା ସମୁଦ୍ରକୂଳ ଏବଂ ପ୍ରାଚୀନ ବନ୍ଦର ସହରଗୁଡ଼ିକ। ବ୍ରିଟିଶ୍ମାନେ ଯେଉଁମାନେ ବାଣିଜ୍ୟ ଏବଂ ଶାସନ ପାଇଁ ଏହି ସବୁ ସୁବିଧାକୁ ବ୍ୟବହାର କରିବା କଥା, ସେମାନେ ଓଡ଼ିଶାକୁ ଛାଡ଼ି ପଶ୍ଚିମବଙ୍ଗକୁ କାହିଁକି ନିଜର ମୁଖ୍ୟ ଆଧାର ବା ବେସ୍ କଲେ?
ସତ କଥା କ’ଣ ଜାଣନ୍ତି? ବ୍ରିଟିଶମାନେ ଓଡ଼ିଶାରେ ଆସି ଅତି ମଜଭୁତ ଭାବରେ ବିଫଳତାର ସମ୍ମୁଖୀନ ହୋଇଥିଲେ। ଯେତେବେଳେ ବ୍ରିଟିଶ ସେନା ଆଫଗାନିସ୍ତାନ ଓ ଅନ୍ୟାନ୍ୟ ଅଞ୍ଚଳ ଦେଇ ବଙ୍ଗଳାରେ ପ୍ରବେଶ କରିଥିଲା, ତା’ପରେ ଓଡ଼ିଶାରେ ପାଦ ରଖିବା ପାଇଁ ସେମାନଙ୍କୁ ପ୍ରାୟ ୪୦୦ ବର୍ଷ ଲାଗିଯାଇଥିଲା! ଆଶ୍ଚର୍ଯ୍ୟ ଲାଗୁଛି ନା? କିନ୍ତୁ ଏହା ହେଉଛି ସତ୍ୟ।
ବ୍ରିଟିଶମାନେ ଓଡ଼ିଶାରେ ପାଦ ଦେବା ମାତ୍ରେ ବୁଝିଗଲେ ଯେ ଏହି ମାଟି ଅନ୍ୟ ସବୁ ଜାଗାଠାରୁ ଅଲଗା। ଏଠାକାର ପରିବେଶ, ଘଞ୍ଚ ଜଙ୍ଗଲ, ପାହାଡ଼ ଏବଂ ନଦୀନାଳର ଭୌଗଳିକ ସ୍ଥିତି ବ୍ରିଟିଶମାନଙ୍କ ପାଇଁ ଏକ ଦୁର୍ଭେଦ୍ୟ ପ୍ରାଚୀର ଥିଲା। ସେମାନେ ନିଜର ଓଜନିଆ ବନ୍ଧୁକ, ତୋପ ଏବଂ ଭାରୀ ଯୁଦ୍ଧାସ୍ତ୍ରଗୁଡ଼ିକୁ ଏହି ଘଞ୍ଚ ଜଙ୍ଗଲ ଓ କାଦୁଅ ରାସ୍ତାରେ ଆଗକୁ ବଢ଼ାଇ ପାରିନଥିଲେ।
ଏବଂ ସବୁଠାରୁ ବଡ଼ କଥା—ଏଠାକାର ସାଧାରଣ ଚାଷୀ, ଆଦିବାସୀ ଏବଂ ସାଧାରଣ ଲୋକେ ଯେଉଁଭଳି ଭାବରେ ଦେଶୀ ତରବାରୀ, ଧନୁ-ତୀର ଏବଂ ଗରିଲା ଯୁଦ୍ଧନୀତି ଆପଣେଇଥିଲେ, ତାହା ବ୍ରିଟିଶ ଅଫିସରମାନଙ୍କ କଳ୍ପନା ବାହାରେ ଥିଲା। ବ୍ରିଟିଶ ଅଫିସରମାନେ ଓଡ଼ିଶାର ନାଁ ଶୁଣିଲେ ଭୟଭୀତ ହେଉଥିଲେ। ସେମାନେ ଭାବି ମଧ୍ୟ ନଥିଲେ ଯେ ଏକ ସାଧାରଣ ଚାଷୀ ମଧ୍ୟ ରଣଭୂମିରେ ଏଭଳି ଭୟଙ୍କର ଯୋଦ୍ଧା ସାଜିପାରେ।
ଜୟ ରାଜଗୁରୁଙ୍କଠାରୁ ଆରମ୍ଭ କରି ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏ ଏବଂ ମାଧୋ ସିଂଙ୍କ ପର୍ଯ୍ୟନ୍ତ—ଓଡ଼ିଶାର ପ୍ରତ୍ୟେକ ଯୋଦ୍ଧା ବ୍ରିଟିଶମାନଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ହୋଇଥିବା ‘ପାଇକ ବିଦ୍ରୋହ’ ବ୍ରିଟିଶ ସାମ୍ରାଜ୍ୟର ମୂଳଦୁଆକୁ ହଲାଇ ଦେଇଥିଲା।
ଏବଂ ଆମେ କିପରି ଭୁଲିପାରିବା ସେହି ୧୨ ବର୍ଷର କିଶୋର ବାଜି ରାଉତଙ୍କୁ? ଯିଏ ନିଜ ମାତୃଭୂମିର ସୁରକ୍ଷା ପାଇଁ ଛାତିରେ ଗୁଳି ଖାଇବାକୁ ମଧ୍ୟ ପଛାଇ ନଥିଲେ। ସେତେବେଳେ ବ୍ରିଟିଶ ସେନାର ସୈନିକମାନେ ନିଜ ସାଥୀମାନଙ୍କୁ କହିବାକୁ ଆରମ୍ଭ କଲେ—“This land is not for us”।
କେବଳ ସେତିକି ନୁହେଁ, ଓଡ଼ିଶାର ଭୌଗଳିକ ସ୍ଥିତି ସହିତ ଏଠାକାର ଲୋକଙ୍କ ଆଧ୍ୟାତ୍ମିକତା ଏବଂ ପ୍ରଭୁ ଜଗନ୍ନାଥଙ୍କ ପ୍ରତି ଅଗାଧ ବିଶ୍ୱାସ ମଧ୍ୟ ବ୍ରିଟିଶ ମିସନାରୀମାନଙ୍କୁ ସମ୍ପୂର୍ଣ୍ଣ ଭାବେ ପରାସ୍ତ କରିଥିଲା। ଲୋକମାନେ ଧର୍ମ ଏବଂ ସଂସ୍କୃତିକୁ ବଞ୍ଚାଇବା ପାଇଁ ନିଜ ପ୍ରାଣକୁ ବାଜି ଲଗାଇ ଦେଇଥିଲେ।
ଯେତେବେଳେ ବ୍ରିଟିଶମାନେ ସାମରିକ ଓ ଯୁଦ୍ଧକ୍ଷେତ୍ରରେ ଓଡ଼ିଶାକୁ ପରାସ୍ତ କରିପାରିଲେ ନାହିଁ, ସେତେବେଳେ ସେମାନେ ଏକ କୁଟିଳ ଓ ଘୃଣ୍ୟ ରାଜନୈତିକ ଷଡ଼ଯନ୍ତ୍ର କଲେ। ସେମାନେ ଓଡ଼ିଶାକୁ ଖଣ୍ଡ ଖଣ୍ଡ କରି ବାଣ୍ଟିଦେଲେ। ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକୁ କେବେ ମାନ୍ଦ୍ରାଜ ପ୍ରେସିଡେନ୍ସି, କେବେ ସେଣ୍ଟ୍ରାଲ ପ୍ରୋଭିନ୍ସ ଏବଂ କେବେ ବଙ୍ଗଳା ପ୍ରେସିଡେନ୍ସି ମଧ୍ୟରେ ଟୁକୁଡ଼ା ଟୁକୁଡ଼ା କରି ମିଶ୍ରଣ କରାଗଲା।
ଏହାର ମୁଖ୍ୟ ଉଦ୍ଦେଶ୍ୟ କ’ଣ ଥିଲା ଜାଣନ୍ତି?
୧. ଓଡ଼ିଆ ଜାତିର ସ୍ୱାଭିମାନକୁ ନଷ୍ଟ କରିବା।
୨. ଓଡ଼ିଆ ଭାଷା ଓ ସଂସ୍କୃତିକୁ ଲୋପ କରିବା।
୩. ଓଡ଼ିଶାର ଅର୍ଥନୀତିକୁ ସମ୍ପୂର୍ଣ୍ଣ ରୂପେ ଶୋଷଣ କରିବା।
ବେଙ୍ଗଲୀ ଜମିଦାରମାନଙ୍କୁ ଓଡ଼ିଶାର ବିଶାଳ ଭୂ-ଭାଗର ନିୟନ୍ତ୍ରଣ ଦିଆଗଲା। ଏଠିକା କର, ରାଜସ୍ୱ ଏବଂ ଟିକସ କେବଳ ସଂଗ୍ରହ କରାଗଲା, କିନ୍ତୁ ବିକାଶ କାର୍ଯ୍ୟ ପାଇଁ ଗୋଟିଏ ବି ପଇସା ଖର୍ଚ୍ଚ କରାଗଲା ନାହିଁ। ସେଥିପାଇଁ ଓଡ଼ିଶାରେ ବଡ଼ ବଡ଼ କୋଠା, ପୋଲ୍ କିମ୍ବା ରାସ୍ତାଘାଟ ନିର୍ମାଣ ହୋଇପାରିଲା ନାହିଁ—କାରଣ ଏଠାକାର ସମସ୍ତ ଧନସମ୍ପତ୍ତି ଅନ୍ୟତ୍ର ଚାଲାଣ କରାଯାଉଥିଲା।
ଓଡ଼ିଶାର ନ୍ୟାୟପାଳିକା, ପ୍ରଶାସନ ଏବଂ ଶିକ୍ଷା ବିଭାଗରେ ଜାଣିଶୁଣି ଅଣ-ଓଡ଼ିଆଙ୍କୁ ଭର୍ତ୍ତି କରାଗଲା, ଯାହାଫଳରେ ଓଡ଼ିଆ ଭାଷା ପଛୁଆ ପଡ଼ିଯିବ। କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ସେମାନେ ବିଫଳ ହେଲେ।
ଓଡ଼ିଶାର ଇତିହାସ କୌଣସି ପୁସ୍ତକରେ ସେତେବେଳେ ସମ୍ପୂର୍ଣ୍ଣ ଭାବେ ଲେଖାଯାଇ ନଥିଲା, କାରଣ ଏହାକୁ ଲେଖିଥିଲେ ବ୍ରିଟିଶମାନେ ନଚେତ୍ ସେମାନଙ୍କର ଅନ୍ଧ ସମର୍ଥକମାନେ। ଓଡ଼ିଶାର ସ୍ୱାଧୀନତା ସଂଗ୍ରାମ ଏବଂ ଏହାର ବଳିଦାନକୁ ଜାଣିଶୁଣି ଇତିହାସ ପୃଷ୍ଠାରୁ ଲିଭାଇବାକୁ ଚେଷ୍ଟା କରାଯାଇଥିଲା।
କିନ୍ତୁ ଗୋଟିଏ କଥା ସତ—ଯେଉଁ ମାଟିରେ ବୀରମାନେ ଜନ୍ମ ନେଇଛନ୍ତି, ସେ ମାଟିର ସ୍ୱାଭିମାନକୁ କେହି ବି ନଷ୍ଟ କରିପାରିବେ ନାହିଁ। ଆଜି ଆମର ଦାୟିତ୍ୱ ହେଉଛି ସେହି ଅଲିଖିତ ଇତିହାସକୁ ଲୋକଲୋଚନକୁ ଆଣିବା, ଆମର ସାଂସ୍କୃତିକ ପରମ୍ପରାକୁ ବଞ୍ଚାଇ ରଖିବା ଏବଂ ଓଡ଼ିଆ ହେବାର ଗର୍ବକୁ ଦୁନିଆ ଆଗରେ ପ୍ରକାଶ କରିବା।
AlsoRead; https://purvapaksa.com/pakistan-has-lost-to-india-in-every-sport/
ସବୁ ଖେଳରେ ଭାରତଠାରୁ ହାରୁଛି ପାକିସ୍ତାନ || Pakistan has lost to India in every sport.


