ଆପଣ କେବେ ଚିନ୍ତା କରିଛନ୍ତି କି, ଯଦି ଜଣେ ଗାୟକ, ଜଣେ କମେଡିଆନ୍ କିମ୍ବା ଜଣେ ସାଧାରଣ ଅଫିସର ହଠାତ୍ ଦେଶର ଶାସନ ଗାଦିରେ ବସିଯାନ୍ତି, ତେବେ କ’ଣ ହେବ?
ଆଜି ଆମେ ଏମିତି ଏକ ବିଷୟରେ ଆଲୋଚନା କରିବା, ଯାହା କେବଳ ପଡ଼ୋଶୀ ନେପାଳ ନୁହେଁ, ବରଂ ଭାରତ ଏବଂ ଓଡ଼ିଶା ରାଜନୀତି ପାଇଁ ମଧ୍ୟ ଏକ ବଡ଼ ଚେତାବନୀ।”
“ନେପାଳରେ ଏବେ ଏକ ବଡ଼ ରାଜନୈତିକ ଚମତ୍କାର ଘଟିଛି। ଜଣେ ରାପର୍ ଭାବେ କ୍ୟାରିୟର ଆରମ୍ଭ କରିଥିବା ବାଲେନ୍ଦ୍ର ଶାହ ଓରଫ ‘ବାଲେନ୍’, ଏବେ ସେହି ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। କାଠମାଣ୍ଡୁର ମେୟରରୁ ସିଧା ପ୍ରଧାନମନ୍ତ୍ରୀ ନିବାସ! କିନ୍ତୁ ପ୍ରଶ୍ନ ଉଠୁଛି— କେବଳ ଲୋକପ୍ରିୟତା କିମ୍ବା ଗୋଟିଏ ହାୱାରେ ଶାସନ ଗାଦିକୁ ଆସିବା କ’ଣ ଗୋଟିଏ ଦେଶ ପାଇଁ ଶୁଭଙ୍କର?”
ଏହା କୌଣସି ପ୍ରଥମ ଘଟଣା ନୁହେଁ। ୟୁକ୍ରେନର ଜେଲେନସ୍କି ଜଣେ କମେଡିଆନ୍ ଥିଲେ, ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ମଧ୍ୟ ଜଣେ ଷ୍ଟାଣ୍ଡଅପ୍ କମେଡିଆନ୍ ଥିଲେ। ଆମେରିକାର ଡୋନାଲ୍ଡ ଟ୍ରମ୍ପ ଜଣେ ବିଜନେସ୍ ମ୍ୟାନରୁ ରାଷ୍ଟ୍ରପତି ହେଲେ। ଏମିତିକି ଆମ ଦେଶରେ ଅରବିନ୍ଦ କେଜ୍ରିୱାଲ ଜଣେ ଅଫିସରରୁ ଆନ୍ଦୋଳନକାରୀ ଏବଂ ପରେ ମୁଖ୍ୟମନ୍ତ୍ରୀ ହେଲେ।
ଲୋକମାନେ ପାରମ୍ପରିକ ରାଜନେତାଙ୍କ ଉପରୁ ଭରସା ତୁଟାଇ ଏହି ‘ବାହାରର ଲୋକ’ଙ୍କୁ ବାଛୁଛନ୍ତି ସତ, କିନ୍ତୁ ପରିଣାମ କ’ଣ ହେଉଛି? ୟୁକ୍ରେନ ଆଜି ଯୁଦ୍ଧରେ ଜଳୁଛି, ଦିଲ୍ଲୀରେ ଭ୍ରଷ୍ଟାଚାରର ଅଭିଯୋଗ ଉଠୁଛି ଏବଂ ଆସାମର ପ୍ରଫୁଲ୍ଲ ମହନ୍ତଙ୍କ ଭଳି ନେତାମାନେ ହଜିଯାଉଛନ୍ତି।
ଏବେ ଆସନ୍ତୁ ଓଡ଼ିଶା କଥା ଚିନ୍ତା କରିବା। ଓଡ଼ିଶାରେ ମଧ୍ୟ ଆମେ ଦେଖିଛୁ କିପରି ଅଣ-ରାଜନୈତିକ ବ୍ୟକ୍ତିମାନେ ଶାସନର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ବିଜେଡି ଭିତରେ ଏବେ ଯେଉଁ ଶକ୍ତି ସଂଘର୍ଷ ଚାଲିଛି, ତାହା ମଧ୍ୟ ଏହି ‘ଅଣ-ରାଜନେତା’ ବନାମ ‘ପୁରୁଣା ସଂଗଠନକାରୀ’ଙ୍କ ମଧ୍ୟରେ ଲଢ଼େଇ।
ଯେତେବେଳେ ଜଣେ ବ୍ୟକ୍ତି ବିନା କୌଣସି ରାଜନୈତିକ ଅଭିଜ୍ଞତା କିମ୍ବା ତୃଣମୂଳ ସ୍ତରର ସଂଘର୍ଷରେ କ୍ଷମତା ପାଏ, ସେତେବେଳେ ସେ ‘ରେନକୋଟ୍’ ପିନ୍ଧି ଗାଧୋଇବା ପରି କାମ କରେ— ଅର୍ଥାତ୍ ଦୋଷ ଅନ୍ୟ ଉପରେ ଲଦି ଦିଏ ଏବଂ ନିଜେ ସଫା ରହିବାକୁ ଚେଷ୍ଟା କରେ। ମନମୋହନ ସିଂଙ୍କ ଶାସନ କାଳରେ ଆମେ ଏହା ଦେଖିଥିଲେ, ଯେଉଁଠି ଦୁର୍ନୀତି ଚରମ ସୀମାରେ ଥିଲା କିନ୍ତୁ ପ୍ରଧାନମନ୍ତ୍ରୀ ନିରବ ଥିଲେ।”
“ଶେଷରେ ଗୋଟିଏ କଥା, ଲୋକତନ୍ତ୍ରରେ ଜନତା ହେଉଛନ୍ତି ଭଗବାନ। ଆପଣଙ୍କ ଭୋଟ୍ ନିଷ୍ପତ୍ତି କରେ କି ଦେଶ କିଏ ଚଲାଇବ। କିନ୍ତୁ ମନେରଖନ୍ତୁ, କେବଳ ଭଲ ଗୀତ ଗାଇବା, ଭଲ କମେଡି କରିବା କିମ୍ବା ଭଲ ଭାଷଣ ଦେବା ଶାସନ ଚଲାଇବା ପାଇଁ ଯଥେଷ୍ଟ ନୁହେଁ। ଶାସନ ପାଇଁ ଦରକାର ଅଭିଜ୍ଞତା, ସିଦ୍ଧାନ୍ତ ଏବଂ ଜନତାଙ୍କ ସହ ସିଧାସଳଖ ସମ୍ପର୍କ।
ଏହି ‘ଅଣ-ରାଜନେତା’ମାନେ କ୍ଷମତାକୁ ଆସିବା ଦେଶ ପାଇଁ ଭଲ ନା ଖରାପ? ଓଡ଼ିଶା ରାଜନୀତିରେ ଏହି ଟ୍ରେଣ୍ଡ୍ କି ପ୍ରକାର ପ୍ରଭାବ ପକାଇବ?
AlsoRead; https://purvapaksa.com/why-does-america-fight-for-the-dollar/
କାହିଁକି ଆମେରିକା ଡଲାର ପାଇଁ ଯୁଦ୍ଧ କରେ? || Why does America fight for the dollar?


