Bhutta: ରାସ୍ତା କଡ଼ରେ ବିକ୍ରି ହେଉଥିବା ମକା ପ୍ରାୟ ସମସ୍ତଙ୍କୁ ବହୁତ ପସନ୍ଦ ।
ମକାର ଗନ୍ଧ ଲୋକମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଥାଏ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ମକାକୁ ପୋଷକ ତତ୍ତ୍ୱର ଭଣ୍ଡାର ବୋଲି ବିବେଚନା କରାଯାଏ । ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥିଲେ ମଧ୍ୟ କ’ଣ ଆପଣ ଜାଣନ୍ତି କି ରାସ୍ତାକଡ଼ରେ ମକା ଖାଇବା ଦ୍ୱାରା ଆପଣଙ୍କୁ ଫାଇଦା ମିଳିନଥାଏ । ଏହାକୁ ଖାଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଆଜି ଆମେ ଆପଣଙ୍କୁ ଏହାର କିଛି କାରଣ କହିବାକୁ ଯାଉଛୁ କାହିଁକି ଆପଣଙ୍କୁ ରାସ୍ତା କଡ଼ରେ ମିଳୁଥିବା ମକା ଖାଇବା ଉଚିତ ନୁହେଁ ।
ରାସ୍ତାକଡ଼ରେ ମିଳୁଥିବା ମକାରେ ମାଛି ବସୁଥିବାରୁ ସେଥିରେ ବିଭିନ୍ନ ପ୍ରକାରର ବ୍ୟକ୍ଟେରିଆ ରହିଯାଇଥାଏ । ଯଦି ଆପଣ ସେହି ବ୍ୟାକ୍ଟେରିଆ ବସିଥିବା ମକାକୁ ଖାଉଛନ୍ତି ତେବେ ଆପଣଙ୍କ ଶରୀରରେ ଅନେକ ରୋଗ ସୃଷ୍ଟି ହେବାର ଆଶଙ୍କା ବଢ଼ି ଯାଇଥାଏ ।
ବର୍ଷାଦିନେ ମକାର ବିକ୍ରି ଅଧିକ ହେଉଥିବାରୁ ମକା ବିକାଳି ମକାକୁ ଭଲ ଭାବରେ ସଫା କରିବାକୁ ସମୟ ପାଆନ୍ତି ନାହିଁ । ଏହା ସହ ମକାକୁ ସେକିବା ପାଇଁ ଯେଉଁ ପାତ୍ରର ବ୍ୟବହାର କରାଯାଏ ତାହା କୋଇଲାରେ ଘୋଡ଼ା ଯାଇଥିବାରୁ କର୍କଟ ରୋଗ ହେବାର ଆଶଙ୍କା ଥାଏ ।
ମକା ଉପରେ ଉପରେ ଲେମ୍ବୁର ରସ ଏବଂ ମସଲା ପକାଇବା ପରେ ଏହାର ସ୍ୱାଦ ବଢ଼ି ଯାଇଥାଏ । କିନ୍ତୁ ବ୍ୟବହାର କରାଯାଉଥିବା କଟା ଲେମ୍ବୁ ସେଭଳି ଭାବରେ ବାହାରେ ଦୀର୍ଘ ସମୟ ପର୍ୟ୍ୟନ୍ତ ପଡ଼ି ରହିଥାଏ । ଯାହାକୁ ମକାରେ ଚିପୁଡ଼ି ଖାଇଲେ ରୋଗ ସୃଷ୍ଟି ହୋଇଥାଏ ।
ALSO READ: https://purvapaksa.com/basi-chawal-benefits/