ନାଟୋ ମୁଖ୍ୟ ମାର୍କ ରୁଟେ ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା ପ୍ରକାଶ କରି ବିଶ୍ୱକୁ ସତର୍କ କରାଇଛନ୍ତି । ରୁଟେ କହିଛନ୍ତି ଯେ ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗ ଏବଂ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକତ୍ର ଆକ୍ରମଣ ଆରମ୍ଭ କଲେ ତାହା ତୃତୀୟ ବିଶ୍ୱଯୁଦ୍ଧର କାରଣ ହୋଇପାରେ। ଚୀନ ସେନା ତାଇୱାନ ଉପରେ ଅଧିକାର କରିବାର ଚେଷ୍ଟା ଆରମ୍ଭ କରିବ ଏବଂ ଏହା ସହିତ ଋଶ ନାଟୋ ଦେଶମାନଙ୍କ ଅଞ୍ଚଳ ଉପରେ ଆକ୍ରମଣ କରିବ। ତାଙ୍କ କହିବା ଅନୁଯାୟୀ, ଏହା ବିଶ୍ୱ ପାଇଁ ବିପୁଳ ବିନାଶର କାରଣ ହେବ କାରଣ ଏହି ସମୟରେ ପରମାଣୁ ଅସ୍ତ୍ରର ବ୍ୟବହାର ମଧ୍ୟ ହୋଇପାରେ।
ମାର୍କ ରୁଟେ କହିଛନ୍ତି, ‘ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗ ତାଇୱାନ ଉପରେ ଆକ୍ରମଣ କରିବା ସହିତ ଋଷ ନେତା ଭ୍ଲାଦିମିର ପୁଟିନଙ୍କୁ ନାଟୋ ଦେଶମାନଙ୍କ ଉପରେ ଆକ୍ରମଣ କରିବାକୁ କହି ପାରନ୍ତି, ଯାହା ଦ୍ୱାରା ସେମାନଙ୍କୁ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରୁ ବାହାରେ ରଖାଯାଇ ପାରିବ। ଏପରି ପରିସ୍ଥିତିରେ ପାଶ୍ଚାତ୍ୟ ଦେଶମାନଙ୍କ ପାଇଁ ଜରୁରୀ ଯେ ସେମାନେ ଚୀନର ଆକ୍ରମଣାତ୍ମକତାକୁ ରୋକିବା ପାଇଁ ନିଜ ସେନାକୁ ଶକ୍ତିଶାଳୀ କରନ୍ତୁ। ଏହା ସହିତ ନାଟୋ ଦେଶମାନେ ନିଜର ଶକ୍ତି ବୃଦ୍ଧି କରି ଋଷକୁ ୟୁରୋପ ଉପରେ ଆକ୍ରମଣ କରିବାରୁ ରୋକନ୍ତୁ।
ଆକ୍ରମଣ ପୂର୍ବରୁ ପୁଟିନଙ୍କୁ ଫୋନ କରିବେ ଜିନପିଙ୍ଗ
ମାର୍କ ରୁଟେ ଦ ନ୍ୟୁୟର୍କ ଟାଇମ୍ସକୁ କହିଛନ୍ତି ଯେ, ଶି ଜିନପିଙ୍ଗ ତାଇୱାନ ଉପରେ ଆକ୍ରମଣ କରିବା ପୂର୍ବରୁ ଭ୍ଲାଦିମିର ପୁଟିନଙ୍କୁ ଫୋନ କରିବେ। ସେ ପୁଟିନଙ୍କୁ କହିବେ ଯେ ମୁଁ ଏହା କରିବାକୁ ଯାଉଛି। ଏହି ପରିସ୍ଥିତିରେ ଆପଣଙ୍କୁ ନାଟୋ ଅଞ୍ଚଳ ଉପରେ ଆକ୍ରମଣ କରି ଆମେରିକା ଓ ନାଟୋକୁ ୟୁରୋପରେ ବ୍ୟସ୍ତ ରଖିବାର ଆବଶ୍ୟକତା ଅଛି। ରୁଟେ କହିଛନ୍ତି ଯେ ପାଶ୍ଚାତ୍ୟର ଧ୍ୟାନ ବିଭ୍ରାନ୍ତ କରିବା ପାଇଁ ବେଜିଂ ମସ୍କୋର ବ୍ୟବହାର କରିବ।
ରୁଟେଙ୍କର ଚୀନ, ଋଷ ଓ ତୃତୀୟ ବିଶ୍ୱଯୁଦ୍ଧ ସମ୍ପର୍କିତ ଏହି ଦାବି ଏହି କାରଣରୁ ଭୟ ସୃଷ୍ଟି କରୁଛି କାରଣ ଆମେରିକୀୟ ଓ ତାଇୱାନୀ ଅଧିକାରୀମାନେ ଚୀନ ୨୦୨୭ ମସିହାରେ ତାଇୱାନ ଉପରେ ଆକ୍ରମଣ କରି ତାହାକୁ ନିଜର ଅଂଶ କରିବାକୁ ଚେଷ୍ଟା କରିବ ବୋଲି ଦାବି କରିଛନ୍ତି। ଚୀନ ସେନା ତାଇୱାନ ଆଖପାଖରେ ଅନେକ ଅଭ୍ୟାସ କରିଛି। ଚୀନ ନେତାମାନେ ମଧ୍ୟ ବାରମ୍ବାର ତାଇୱାନକୁ ନିଜ ସହିତ ମିଶାଇବାର କଥା କହିଛନ୍ତି।
Also Read https://purvapaksa.com/conspiracy-against-chinese-president-xi-jinping-6-attempts-coup-failed/
