ମୋହନଙ୍କୁ ଏବେ ଅନାସ୍ଥା ଟେନସନ । ଏ କଥା କହିବାର ଅନେକ କାରଣ ମଧ୍ୟ ରହିଛି । ଭକ୍ତ ଦାସ ଦୁଇ ତଳେ ଯେଉଁ କଥା କହିଥିଲେ ଆପଣଙ୍କ ମନେ ଅଛି କି ନାହିଁ । ଯଦି ଜାଣି ପାରୁନାହାନ୍ତି ତେବେ ଆମେ କେଉଁ କଥା କହୁଛୁ ଆପଣ ବି ଥରେ ଦେଖି ନିଅନ୍ତୁ ସେ ବାଇଟକୁ ତାପରେ ଆଗକୁ ବଢିବା ।
ଦେଖିଲେ ଦୁଇ ଦିନ ତଳେ ଦେଇଥିବା ଏହି ବାଇଟରେ ହିଁ ସଂକେତ ଦେଇଥିଲେ କଂଗ୍ରେସ ସଭାପତି ଭକ୍ତ ଦାସ । ଆଉ ଏବେ ତାର କାର୍ଯ୍ୟକାରୀ ହେବାକୁ ଯାଉଛି । ଆପଣ ଭାବୁଥିବେ କି ସଂଙ୍କେତ ଦେଇଥିଲେ । ଯାହା ଆମକୁ ଏତେ ବୁଲେଇ ବାଙ୍କେଇ ହେଉଛନ୍ତି । ଆମେ ସିଧା ସିଦା କହିବାକୁ ଚେଷ୍ଟା କରୁଛୁ କି ଭକ୍ତଦାସ ଏବେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅନସ୍ଥା ଭୋଟ ଆଣି ସରକାର ଭାଙ୍ଗିବାକୁ ଯୋଜନା କରୁଛନ୍ତି । ଆଉ ଯେଉଁମାନେ ଭାବୁଛନ୍ତି ୧୪ + ୫୧ = ୬୫ ସେ ଗଣିତ ଭୁଲ ଅଛି । କାହିଁକି ନା ବିଜେପି ଦଳରେ ବି ଏବେ ସ୍ଥିତି ଠିକ ନାହିଁ । ଆଉ ଲୁହା ଗରମ ବେଳେ ଠିକ ମସୟରେ ହାତୁଡି ମାରିଛନ୍ତି ଭକ୍ତ ଦାସ । ତେବେ ଚାଲନ୍ତୁ ଆଉ ଡେରି ନକରି ଆରମ୍ଭ କରିବା ଆଜିର ଚିନୁ କଥା ।
ଆପଣ ଟିକ ଭାବୁଛନ୍ତି । ଏବେ ବିଜେପି ଦଳ ଭିତରେ ଅନେକ ଅସୋନ୍ତୋଷ ବିଧାୟକ ଅଛନ୍ତି । ଯେଉଁମାନେ ମନ୍ତ୍ରୀ ହେଇପାରିନାହାନ୍ତି । ଯେଉଁମାନଙ୍କ ହାତରେ ମନ୍ତ୍ରୀ ପଦ ଯିବାର ଡର ରହିଛି । ସେମାନେ ବି ଖେଳ ବିଗାଡିଦେଇ ପାରନ୍ତି । କାରଣ ଆପଣ ଭଲ ଭାବରେ ଜାଣିଛନ୍ତି ଦଳ ଭିତରେ କେଉଁଭଳି ଭାବରେ ଗୋଷ୍ଠୀ କନ୍ଦଳ ଚାଲିଛି ।
ଦେଖିବାକୁ ଗଲେ ଧର୍ମେନ୍ଦ୍ରଙ୍କ ଗୋଷ୍ଠୀ ବି କାଳେ ଭକ୍ତ ଦାସଙ୍କ ସର୍ମ୍ପକରେ ଅଛନ୍ତିି ବୋଲି ଦଳେ କୁହାକହି ହେଉଛନ୍ତି । ମୋହନଙ୍କ ଉପରେ ରାଗ ସୁଝାଇବାକୁ ଯାଇ ଏମାନେ ଏ ସରକାରକୁ ଭାଙ୍ଗିଦେଇ ପାରନ୍ତି ଚର୍ଚ୍ଚା ହେଉଛି । ଏବେ ଭାଙ୍ଗିଦେବେ ପରେ କେନ୍ଦ୍ରୀୟ ନେତୃତ୍ୱ ଧର୍ମେନ୍ଦ୍ରଙ୍କୁ ଦାୟିତ୍ୱ ଦେବା ପରେ ସମସ୍ତେ ମିଶି ପୁଣି ସେମାନେ ଗଢିଥିବା ସରକାରକୁ ଭାଙ୍ଗି ଧର୍ମେନ୍ଦ୍ରଙ୍କୁ ମୁଖ୍ୟମନ୍ତ୍ରୀ କରାଇ ଦେବେ । ଯାହାକୁ ଆଖି ଆଗରେ ରଖି ଭକ୍ତ ଏଭଲି ଗେମ ଖେଳିଛନ୍ତି ବୋଲି ଚର୍ଚ୍ଚା ଜୋର ଦାର ହେଉଛି ।
ଅପରପକ୍ଷରେ ଏବେ ମନ୍ତ୍ରୀ ମଣ୍ଡଲ ସଂପ୍ରସାରଣକୁ ନେଇ ମଧ୍ୟ ବିଜେପିର ଦୁଇ ମୋହନ ବ୍ୟସ୍ତ ଅଛନ୍ତି । ଅର୍ଥାତ ମୋହନ ମାଝୀ ଏବଂ ମନମୋହନ ସାମଲ । ଦୁହେଁ ଏବେ ଦିଲ୍ଲୀରେ । ଆଉ ରାଜ୍ୟରେ ଏବେ ଟେନସନରେ ଅଛନ୍ତି ବିଧାୟକ । ତା ଭିତରେ କିଛି ତେଲ ମରା ସମ୍ବାଦିକ ଆଉ କିଛି କୁଜିନେତା କେଇଟା ଟଙ୍କା ପାଇଁ ଯେଉଁ ବିଧାୟକଙ୍କୁ ଭେଟୁଛନ୍ତି ତାଙ୍କୁ ମନ୍ତ୍ରୀ ପଦର ଗୋଲା ଖୁଆଇଦେଉଛନ୍ତି । ଆମେ ଏବେ ଏଠୁ ଶୁଣିଲୁ ସେଠୁ ଶୁଣିଲୁ କହି ମାଲ ଝଡାଇ ଦେଉଛନ୍ତି । ଆଉ ଏମାନଙ୍କ କଥା ଶୁଣି ନେତା ବି ଖୁସି ହୋଇ ପାଞ୍ଚ ପଚିଶ ତାଙ୍କ ହାତରେ ଧରାଇ ଦେଉଛନ୍ତି । ଏବେ ପରିସ୍ଥିତି ଏମିତି ହେଲାଣି କି ଗଣ୍ଡେ ନେତା ଏବେ ମନ୍ତ୍ରୀ ପଦ ନ ମିଳିବା ଆଉ ମନ୍ତ୍ରୀ ପଦରୁ ହଟିବା ଟେନସନରେ ଅନାସ୍ଥା ସପର୍ଟରେ ଲୁଚିକି ଭୋଟ ପକାଇଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରୁଛି ।
ତେବେ ଦେଖାଯାଉ ଆଗକୁ କେଉଁ ପାଣି କୁଆଡେ ଯାଉଛି । ହଁ ରାଜନୀତିର ପରଦା ପଛର କୁଟନୀତିକୁ ବୁଝିବା ପାଇଁ ଆମ ସହ ଆପଣମାନେ ଯୋଡି ହୋଇ ରହିଥାନ୍ତୁ । ତେଣୁ ଏବେ ହିଁ ଆମ ଚ୍ୟାନେଲକୁ ଲାଇକ ଫୋଲୋ ଆଉ ସବସକ୍ରାଇବ କରି ବେଲ ଆଇକନକୁ ଦବାଇ ଦିଅନ୍ତୁ ।
ALSO READ https://purvapaksa.com/archana-naag-archana-naag-byte-didnt-work/
