କାମ ଦେଲାନି ନାଗ ଚୋଟ । ଏ କଥା ଆମେ ଏଥିପାଇଁ କହୁଛୁ । ଦୀର୍ଘ ଦିନ ଅପେକ୍ଷା କରି ଶୁଭ ବେଳା ଶୁଭ ମୁହୁର୍ତ୍ତ ଦେଖି ଅର୍ଚ୍ଚନା ନାଗ ମୁହଁ ଖୋଲିଲେ । ଏତେ ଦିନ ହେଲା ଯେତେ ଯିଏ ଯାହା ବି ପଚାରୁଥିଲେ ମୁହଁରେ ତୁଣ୍ଡି ବାନ୍ଧି ବସିଥିବା ଅର୍ଚ୍ଚନା ନାଗ ସବୁବେଳେ ସମୟ ଆସିଲେ ସବୁ କହିବି କହି ଏତେ ଦିନକେ ମୁହଁ ଖୋଲିଥିଲେ । ଏତେ ଦିନ ପରେ ମିଡିଆକୁ ତ ଆସିଲେ କିନ୍ତୁ ଯେତେବେଳେ ମିଡିଆକୁ ଆସିଲେ ସେତବେଳେ ପୁରା ରାଜ୍ୟ ରାଜନୀତି ହଲଚଲ ହେଇଗଲା । ବିଜୁ ଜନତା ଦଳର ଛାମୁଆ ନେତାଙ୍କ ମୁଖା ଖୋଲିଲା ।
ଯାହାକୁ ନେଇ ଉଠିଲା ପଡିଲା ରାଜ୍ୟ ରାଜନୀତି । ନାଗଙ୍କ ଚୋଟରେ ଘାଇଲା ହେଲେ ବିଜେଡି ନେତାଏଁ । ଆଉ ଏହି ସମୟରେ ସେ ଘଟିଲା ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ସୋମ୍ୟାଶ୍ରୀଙ୍କ ଅତ୍ମହତ୍ୟା ଘଟଣା । ଆଉ ଏ ଘଟଣା ନାଗ ଚୋଟର ସବୁ ବିଷକୁ ହଜମ କରିଦେଲା । ଦୁଇ ଦିନ ଧରି ହଲଚଲ ହେଉଥିବା ରାଜ୍ୟ ରାଜନୀତିର ମୋଡ ରାଜଧାନୀରୁ ବାଲେଶ୍ୱର ଆଡକୁ ମୋଡି ଗଲା ।
ଯାହା ଫଳରେ ଅର୍ଚ୍ଚନାଙ୍କ ଏତେ ବଡ ଅଭିଯୋଗ ସବୁ ପାଣିର ଗାର ସଦୃଶ ପାଲଟିଗଲା । ବିଜେଡିର ବଡ଼ ବଡ଼ ନେତା ଯେଉଁମାନେ ନାଗଙ୍କ ଅଭିଯୋଗରେ ଟେନସନ ହୋଇପଡିଥିଲେ ସେମାନଙ୍କ ପାଇଁ ସୌମ୍ୟଶ୍ରୀ ଘଟଣା ଏକ ସୁଯୋଗ ସୃଷ୍ଟି କଲା । ଯାହା ଫଳରେ ସେମାନେ ଏ ସୋମ୍ୟାଶ୍ରୀ ଘଟଣାକୁ ଏତେ ଜୋରରେ ହାଇଲଇଟ କଲେ ଯେ ଯେମିତି ଅର୍ଚ୍ଚନା କଥା ଆଉ ଗଣମାଧ୍ୟମରେ ହାଇଲାଇଟହୋଇ ନପାରିବ ।
ତା ପରକୁ ପର ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସିଲା । ଯେଉଁଥିରେ ବିରୋଧି ମାନେ ସରକାରଙ୍କୁ କାଉଣ୍ଟର କରିବାରେ ବ୍ୟସ୍ତ ରହିଲେ ।
ଅନ୍ୟପକ୍ଷରେ ଅର୍ଚ୍ଚନା ସେହି କିଛି ସମୟ ଯାହା ମିଡିଆ ସମ୍ନାକୁ ଆସିଲେ । ରାଜ୍ୟରେ ଯେଉଁଭଳି ଭାବରେ ନାରୀ ନିର୍ଯ୍ୟାତନାର ଅଭିଯୋଗ ବିରୋଧି ଆଣୁଛନ୍ତି । ତା ଭିତରେ ଅର୍ଚ୍ଚନା ଆଉ ଟିକେ ତାଙ୍କ ସ୍ୱରକୁ ଜୋର ଦେଇଥିଲେ ବୋଧେ ସରକାରଙ୍କ କାନକୁ ଶୁଭିଥାନ୍ତା ବୋଲି ଚର୍ଚ୍ଚା ହେଉଛି । ଯେମିତିକି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣା କି ଅନଶନ ଭଳି ପ୍ରନ୍ଥା ଆପଣାଇଥିଲେ ବୋଧହୁଏ ସରକାର ଶୁଣିଥାନ୍ତେ ।
ଅପରପକ୍ଷରେ ଆମେ ଆଗରୁ ଯେମିତି କହିଥିଲୁ ନାରୀ ନିର୍ଯ୍ୟାତନା ଅଭିଯୋଗରେ କଂଗ୍ରେସର ଯୁବନେତାଙ୍କୁ ବାନ୍ଧିବା ପରେ ଯେଉଁଭଳି ଭାବରେ କଂଗ୍ରେସ ବ୍ୟାକଫୁଟକୁ ଯାଇଛି । ସେହିଭଳି ଅର୍ଚ୍ଚନା ନାଗ କେସକୁ ସରକାର ଯଦି ଗୁରୁତରେ ନେଇଥାନ୍ତେ କି ଏବେ ନିଅନ୍ତି ତେବେ ବିଜେଡିର ନିଦ ହଜିଯିବ ।
ବିଜେଡି ଆଇଟି ସେଲ ଏବଂ ସେମାନଙ୍କ ନେତା ଠୁ ନେଇ କର୍ମ୍ମୀମାନେ ଯେଉଁଭଳି ଭାବରେ ସୋସିଆଲ ମିଡିଆରେ ତଣ୍ଟି ଫଟା ଚିତ୍କାର କରୁଛନ୍ତି ତାର କାଉଣ୍ଟର ମିଳିପାରନ୍ତା ବୋଲି ରାଜନୈତିକ ବିଶ୍ଳେଷକ ମାନେ ଆଲୋଚନା କରୁଛନ୍ତି ।
You Can Also Read -: https://purvapaksa.com/the-cursed-residence-of-the-chief-minister/
The Cursed Residence of the Chief Minister II ମୁଖ୍ୟମନ୍ତ୍ରୀଙ୍କ ଅଭିଶପ୍ତ ବାସଭବନ

STAND WITH TRUTH
