Rich Countries: ଦୁନିଆ ବହୁତ ଦ୍ରୁତ ଗତିରେ ବଦଳୁଛି । ଧନୀ ଦେଶମାନଙ୍କରେ ଉନ୍ନତ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ବିକାଶ କରାଯାଉଛି।
ଗାଁ ଗାଁରେ ଶିଳ୍ପ ପହଂଚି ଲୋକଙ୍କୁ ରୋଜଗାରର ସୁଯୋଗ ମିଳୁଛି । ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ସରକାରମାନେ କ୍ରମାଗତ ଭାବରେ ନିଜର ନୀତି ବଦଳାଉଛନ୍ତି । ଏସବୁର ପ୍ରଭାବ ଆୟୁଷ ଉପରେ ପଡୁଛି। ଏକ ରିପୋର୍ଟରେ କୁହାଯାଇଛି ଯେ, ପରିବର୍ତ୍ତିତ ବାଣିଜ୍ୟ ନୀତି ଏବଂ ଅର୍ଥନୈତିକ ଅଭିବୃଦ୍ଧି ଯୋଗୁଁ ଲୋକଙ୍କ ବଞ୍ଚିବାର ଇଚ୍ଛା ମଧ୍ୟ ବୃଦ୍ଧି ପାଇଛି, ଯାହା ବିଶ୍ୱର ଶୀର୍ଷ ଅର୍ଥନୀତି ଦେଶମାନଙ୍କରେ ଆୟୁଷ ହାରରେ ଉନ୍ନତି ଆଣିଛି ।
ରିପୋର୍ଟ ଅନୁଯାୟୀ, ବିଶ୍ୱର ଶ୍ରେଷ୍ଠ ୨୯ଟି ବୃହତ୍ତମ ଅର୍ଥନୀତି ମଧ୍ୟରେ ଜାପାନ ଶୀର୍ଷରେ ରହିଛି । ଏଠାରେ ଲୋକଙ୍କ ହାରାହାରି ବୟସ ୮୪.୮ ବର୍ଷ ଅଟେ । ଜାପାନର ଉନ୍ନତ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା, ଅପରାଧ ହ୍ରାସ ଏବଂ ସକ୍ରିୟ ଜୀବନଶୈଳୀ ଉଚ୍ଚ ଜୀବନ ଧାରଣ କ୍ଷମତା ବୃଦ୍ଧିକରିବାରେ ସହାୟକ ହୋଇଛି ବୋଲି ରିପୋର୍ଟରେ କୁହାଯାଇଛି। ହାରାହାରି ବୟସ ୮୪.୩ ବର୍ଷ ସହ ହଂକଂ ଏହି ତାଲିକାର ଦ୍ବିତୀୟ ସ୍ଥାନରେ ରହିଛି।
ଏହି ଦେଶଗୁଡ଼ିକରେ ଲୋକଙ୍କ ହାରାହାରି ବୟସ ମଧ୍ୟ ବୃଦ୍ଧି ପାଇଛି
ବିଶ୍ୱର ଶୀର୍ଷ ଅର୍ଥନୀତି ମଧ୍ୟରେ ସିଙ୍ଗାପୁର, ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, କାନାଡା, ବ୍ରିଟେନ, ଥାଇଲାଣ୍ଡ, ଚାଇନା ଏବଂ ଆମେରିକା ମଧ୍ୟ ହାରାହାରି ଜୀବନକାଳରେ ଉନ୍ନତି ଦେଖାଇଛନ୍ତି। ବୃହତ ଦେଶମାନଙ୍କ ମଧ୍ୟରେ ଅଷ୍ଟ୍ରେଲିଆରେ ହାରାହାରି ବୟସ ୮୩.୬ ବର୍ଷ, ନ୍ୟୁଜିଲାଣ୍ଡରେ ୮୩.୮ ବର୍ଷ, ଚୀନରେ ୭୮.୫ ବର୍ଷ, ଆମେରିକାରେ ୭୮.୨ ବର୍ଷ ରହିଛି।
ଭାରତର ମାନ୍ୟତା
ବିଶ୍ୱର ଶ୍ରେଷ୍ଠ ୨୯ଟି ଦେଶ ମଧ୍ୟରେ ଭାରତ ୨୬ତମ ସ୍ଥାନରେ ରହିଛି। ଏଠାକାର ଲୋକଙ୍କ ହାରାହାରି ବୟସ ୬୭.୭ ବର୍ଷ ଅଟେ । ଭାରତ ପଛକୁ ମିଆଁମାର, ପାକିସ୍ତାନ ଓ ପପୁଆ ନ୍ୟୁଗିନି ରହିଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ଶ୍ରୀଲଙ୍କା ଓ ବାଂଲାଦେଶରେ ଲୋକଙ୍କ ହାରାହାରି ବୟସ ଭାରତ ତୁଳନାରେ ଭଲ। ଶ୍ରୀଲଙ୍କାରେ ହାରାହାରି ବୟସ ୭୬.୬ ବର୍ଷ ହୋଇଥିବା ବେଳେ ବାଂଲାଦେଶରେ ଏହା ୭୩.୭ ବର୍ଷ। ଏହାବ୍ୟତୀତ ରୁଷିଆରେ ହାରାହାରି ବୟସ ୭୦.୧ ବର୍ଷ ଅଟେ । ବାଣିଜ୍ୟ ନୀତି ଅର୍ଥନୈତିକ ବିକାଶ ବୋଲି ଏହି ରିପୋର୍ଟରେ କୁହାଯାଇଛି।
ଚୀନ୍ ଓ ଆମେରିକା ନିଜର ଦଳ ଗଠନ କରିଛନ୍ତି, ଏବେ ଦୁନିଆରେ କ’ଣ ଖେଳ ଚାଲିଛି?