ମୂଲ୍ୟ ଟ.୧,୨୧,୯୫୧ରୁ ଆରମ୍ଭ
ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚଏମଏସଆଇ) ଏହାର ନୂତନ ଏସପି-୧୬୦ର ଶୁଭାରମ୍ଭ କରିଛି। ଯାହା ଆସନ୍ତା ଓବିଡ଼ି୨ବି ନିୟାମକ ଅନୁରୂପ ଏସପି୧୬୦ ବିକଶିତ ଜ୍ଞାନକୌଶଳ, ଚମକପ୍ରଦ ଡ଼ିଜାଇନ ତଥା ଅତ୍ୟାଧୁନିକ ବିଶେଷତ୍ୱକୁ ଏକାଠି କରି ଏହାର ଶୁଭାରମ୍ଭ କରିଛି । ଏହି ନୂତନ ୨୦୨୫ ହୋଣ୍ଡା ଏସପି୧୬୦ର ମୂଲ୍ୟ ଟ.୧,୨୧,୯୫୧ରୁ ଆରମ୍ଭ ହେବ ତଥା ସମସ୍ତ ମୂଲ୍ୟ ଏକ୍ସ ସୋ’ରୁମ ଦିଲ୍ଲୀ ରହିବ । ଅପଡେଟେଡ ଏସପି୧୬୦ ପରିଚୟ ପର୍ବ ଅବସରରେ ମତବ୍ୟକ୍ତ କରି ସୁଟୁସୁମୁ ଓଟାନୀ, ପରିଚାଳନା ନିର୍ଦ୍ଦେଶକ, ସଭାପତି
ଓ ସିଇଓ ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ କହିଛନ୍ତି, “ଆମେ ଅତ୍ୟନ୍ତ ଉଲ୍ଲସିତ ସହିତ ନୂତନ ଓବିଡ଼ି୨ବି ନିୟାମକ ଅନୁରୂପ ଏସପି୧୬୦ର ଘୋଷଣା କରୁଅଛୁ । ଶୁଭାରମ୍ଭର ଏକବର୍ଷ ମଧ୍ୟରେ ଏହି ଏସପି୧୬୦ ଗ୍ରାହକଙ୍କ ମଧ୍ୟରେ ଲୋକପ୍ରିୟତାର ଚରମସୀମାରେ ପହଞ୍ଚିବ । ବର୍ତ୍ତମାନ ଓବିଡ଼ି୨ବି ଅନୁରୂପ ଇଞ୍ଜିନ ତଥା ଅତ୍ୟାଧୁନିକ ବିଶେଷତ୍ୱ ଯାହା ଏହି ଏସପି୧୬୦ରେ ରହିଛି ସେଗୁଡ଼ିକ ହେଲା – ଟିଏଫଟି ଡ଼ିସପ୍ଲେ ସହିତ ହୋଣ୍ଡା ରୋଡ଼ସିଙ୍କ୍ ଆପ୍ ମାଧ୍ୟମରେ ବ୍ଲୁ ଟୁଥ୍ ସଂଯୋଗୀକରଣ, ଯାହା ଦ୍ୱାରା ଆମର ପ୍ରିୟ ଗ୍ରାହକମାନେ ଏସପି୧୬୦ରେ ପ୍ରସ୍ତୁତ ହୋଇ ରହିଥିବା ବୃଦ୍ଧିପ୍ରାପ୍ତ ଅଭିଜ୍ଞତା ଏହାକୁ ଚାଳନା କରିବା ସମୟରେ ପାଇପାରିବେ ।ଏହି ଘୋଷଣା ଉପରେ ମନ୍ତବ୍ୟ ରଖି ଯୋଗେଶ ମାଥୁର, ନିର୍ଦ୍ଦେଶକ, ସେଲସ୍ ଆଣ୍ଡ ମାର୍କେଟିଙ୍ଗ ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ କହିଛନ୍ତି, “ଏସପି୧୬୦ ସବୁବେଳେ ଉଚ୍ଚାଭିଳାଷୀ ଉତ୍ସାହୀ ଯୁବ ଚାଳକମାନଙ୍କ ଦ୍ୱାରା ଅନୁପ୍ରାଣୀତ ଯେଉଁମାନେ ଜୀବନରେ ସାହସୀ ହେବାକୁ ଇଚ୍ଛା କରନ୍ତି । ଆଧୁନିକ ଶୈଳୀ ସହିତ ବୈଶିଷ୍ଟ୍ୟର ପରିପୂର୍ଣ୍ଣ ଜ୍ଞାନକୌଶଳ ଏବଂ ଅସାଧାରଣ ମୂଲ୍ୟକୁ ନେଇ ନୂତନ ଏସପି୧୬୦, ଯୁବ, କୁଶଳୀ ଗ୍ରାହକମାନଙ୍କୁ ଆକୃଷ୍ଟ କରିପାରିଛି ଯେଉଁମାନେ କି ଉଭୟ ଶୈଳୀ ଏବଂ କାର୍ଯ୍ୟକାରୀତାର ଆବଶ୍ୟକତା କରିଥାନ୍ତି । ଆମର ବିଶ୍ୱାସ ଏହି ଅଧୁନତମ ଏସପି୧୬୦ର ଶୁଭାରମ୍ଭ ୧୬୦ସିସି କମ୍ମୁଟରବିଭାଗରେ ଏକ ନୂତନ ମାଇଲଖୁଣ୍ଡ ସ୍ଥାପନ କରିବ ।”
ନୂତନ ଏସପି୧୬୦: ଉଚ୍ଚ ବୈଷୟିକୀ ବିଶେଷତ୍ୱ
ବ୍ୟବହାରିକତା ଏବଂ ଉତ୍ସାହଭରାର ସମସ୍ତ ମିଶ୍ରଣକୁ ନେଇ ଅତି ଯତ୍ନର ସହିତ ପ୍ରସ୍ତୁତ ଏହି ଅଧୁନତମ ଏସପି୧୬୦ରେ ରହିଛି ଆକର୍ଷଣୀୟ ନୂତନ ଏଲଇଡ଼ି ସମ୍ମୁଖ ଭାଗ ଲ୍ୟାମ୍ପ । ଏକ ଉନ୍ନତମାନର ଅଗ୍ରଣୀ ଟାଙ୍କି ଯାହାକୁ ଆଦୃତ କରିଛି ଏକ କ୍ରୋମର ଢ଼ାଙ୍କୁଣୀ ଯାହା ଗ୍ରାଫିକ୍ସ ଦ୍ୱାରା ବୃଦ୍ଧି ହୋଇଛି ତଥା ଏରୋଡ଼ାଇନାମିକ୍ ଘୋଡ଼ଣୀ କ୍ରୋମ ଢ଼ାଙ୍କୁଣୀ ସହିତ ଏକ ଶକ୍ତ ଚାଦର ତଥା ଏଲଇଡ଼ିଯୁକ୍ତ ପଛ ଲାଇଟ୍ ଯାହାକି ସମ୍ପୂର୍ଣ୍ଣ ଭାବରେ ଏହାର ସମ୍ମୁଖ ଭାଗର ଆକାରକୁ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିପାରିଛି । ଏହା ଦୁଇଟି ଆକାରରେ ଉପଲବ୍ଧ ରହିଛି ଯଥା – ସିଙ୍ଗଲ ଡ଼ିସ୍କ ଏବଂ ଡ଼ବଲ ଡ଼ିସ୍କ ଯେଉଁଥିରେ ୪ଟି ରଙ୍ଗର ବିକଳ୍ପ ରହିଛି ଯଥାର୍ୟାଡ଼ିଆଣ୍ଡ ରେଡ଼ ମେଟାଲିକ୍, ପର୍ଲ ଇଗନିୟସ୍ ବ୍ଲାକ୍, ପର୍ଲ ଡ଼ିପ୍ ଗ୍ରାଉଣ୍ଡ ଗ୍ରେ ତଥା ଆଥଲେଟିକ୍ ବ୍ଲୁ ମେଟାଲିକ୍ । ନୂତନ ଏସପି୧୬୦ରେ ରହିଛି ବ୍ଲୁଟୁଥ୍ ସଂଯୋଗୀକରଣ ସହିତ ଏକ ନୂତନ ୪.୨ ଇଞ୍ଚର ଟିଏଫଟି ଡ଼ିସପ୍ଲେ ଏବଂ ଏହା ହୋଣ୍ଡା ରୋଡ଼ସିଙ୍କ୍ ଆପ ସହିତ ଯୋଡ଼ି ହୋଇଛି ଯାହାକି ନାଭିଗେସନ ଏବଂ ବାର୍ତ୍ତା ତଥା ସ୍ୱର ସତର୍କତା ଏବଂ ସଡ଼କ ଉପରେ ଗତିଶୀଳ ଅବସ୍ଥାରେ ସମସ୍ତ ପ୍ରକାର ସାବଧାନ ରକ୍ଷା କରିବାର ଅନୁମତି ପ୍ରଦାନ କରିଥାଏ ।
ମୋଟାମୋଟି ଭାବରେ ଏସପି୧୬୦ ସହିତ ଏକୟୁଏସବି ଟାଇପ-ସି ଚାର୍ଜିଙ୍ଗ ପୋର୍ଟ ସଜ୍ଜିତ ହୋଇ ଆସିଛି ଯାହାକି ଆଧୁନିକ ଯୁଗର ଚାଳକଙ୍କୁ ସେମାନଙ୍କର ଆବଶ୍ୟକତା ଅନୁସାରେ ତାଙ୍କର ଉପକରଣ ଗୁଡ଼ିକୁ ଚାର୍ଜ କରିବାର ସକ୍ଷମତାକୁ ସୁଗମ କରିଥାଏ । ଏସପି୧୬୦ ସହିତ ଏକ ୧୬୨.୭୧ସିସିର ଏକକ ସିଲିଣ୍ଡର, ଇନ୍ଧନ ଯୋଗାଣକାରୀ ଶକ୍ତିଶାଳୀ ଇଞ୍ଜିନ ରହିଛି ଯାହାକି ବŧର୍ମାନ ଓବିଡ଼ି୨ବି ଅନୁରୂପ ଯାହାକି ଆଗାମୀ ସରକାରୀ ନିମୟମାବଳୀକୁ ଏହା ଗ୍ରହଣ କରିପାରିବ । ଏଥିରେ ରହିଥିବା ମୋଟର ୯.୭କି.ୱାଟ ଶକ୍ତିକୁ ଘୂରାଇ ପାରିବା ସହିତ ୧୪.୮ଏନଏମର ସର୍ବୋଚ୍ଚ ଟର୍କକୁ ଧାରଣ କରିବ ଯେଉଁଥିରେ ଏକାଠି ହୋଇ ରହିଛି ୫ଗୁଣା ଗତିଶୀଳ ଗିୟରବକ୍ସ ସହିତ ୫୨୫୦ଆରପିଏମ ।
ନୂତନ ଏସପି୧୬୦: ମୂଲ୍ୟ ତଥା ଉପଲବ୍ଧତା
ଏହି ନୂତନ ୨୦୨୫ ହୋଣ୍ଡା ଏସପି୧୬୦ର ମୂଲ୍ୟ ଟ.୧.୨୧,୯୫୧ରୁ ଆରମ୍ଭ ହେବା ସହିତ ସମସ୍ତ ମୂଲ୍ୟ ଏକ୍ସ ସୋ’ରୁମ ଦିଲ୍ଲୀ ରହିବ । ବŧର୍ମାନ ସମଗ୍ର ଭାରତ ବର୍ଷରେ ଏହା ନିକଟସ୍ଥ ଏଚଏମଏସଆଇର ଅଧିକୃତ ବିକ୍ରେତାମାନଙ୍କ ନିକଟରେ ଉପଲବ୍ଧ ହେଉଅଛି ।
previous article:https://purvapaksa.com/launch-of-suposhit-gram-panchayat-abhiyan/


