ଭାରତୀୟ ଗଣତନ୍ତ୍ରର ଇତିହାସରେ ୨୦୨୬ର ଏହି ପାଞ୍ଚରାଜ୍ୟର ନିର୍ବାଚନ ଫଳାଫଳ ଏକ ବଡ଼ ପରିବର୍ତ୍ତନର ସଙ୍କେତ ଦେଇଛି। ଦେଶର ରାଜନୈତିକ ପାଣିପାଗ ଏବେ ସ୍ପଷ୍ଟ ଭାବେ ଦର୍ଶାଉଛି ଯେ, କେବଳ ଗୋଟିଏ ନିର୍ଦ୍ଦିଷ୍ଟ ସଂପ୍ରଦାୟକୁ ସନ୍ତୁଷ୍ଟ କରି କ୍ଷମତା ଦଖଲ କରିବାର ଦିନ ଏବେ ଶେଷ ହେବାକୁ ଯାଉଛି। ଗତକାଲି ପ୍ରକାଶ ପାଇଥିବା ନିର୍ବାଚନ ଫଳାଫଳରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି— ଭାରତର ବହୁସଂଖ୍ୟକ ହିନ୍ଦୁ ଭୋଟର ଏବେ ନିଜର ସାମ୍ବିଧାନିକ ଅଧିକାର ଓ ସାଂସ୍କୃତିକ ସୁରକ୍ଷା ପାଇଁ ଏକଜୁଟ ହୋଇଛନ୍ତି। ବିଜେପି ଏହି ‘ହିନ୍ଦୁ ଏକତ୍ରିକରଣ’କୁ ସଫଳତାର ସହ ପ୍ରୟୋଗ କରିଥିବାବେଳେ, ବିରୋଧୀ ଦଳଗୁଡ଼ିକର ‘ମୁସଲିମ ପ୍ରେମ’ ଓ ବିଶେଷ କରି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ଦେବା ନୀତି ସେମାନଙ୍କ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଛି। ଫଳରେ ଆଗାମୀ ବର୍ଷ ହେବାକୁ ଥିବା ରାଜ୍ୟଗୁଡ଼ିକର ମୁସଲିମ ପ୍ରେମୀ ଦଳମାନଙ୍କର ବିଶେଷ କରି ସମାଜବାଦୀ ପାର୍ଟି, ଆପ୍ ଭଳି ଦଳମାନଙ୍କର ଚିନ୍ତା ବଢ଼ି ଯାଇଛି।
ପଶ୍ଚିମବଙ୍ଗ: ମମତାଙ୍କ ଗଡ଼ରେ ହିନ୍ଦୁ ଜାଗରଣ
ପଶ୍ଚିମବଙ୍ଗ ରାଜନୀତିରେ ମମତା ବାନାର୍ଜୀଙ୍କ ଟିଏମସି ସବୁବେଳେ ସଂଖ୍ୟାଲଘୁ ଭୋଟକୁ ନିଜର ରକ୍ଷାକବଚ ଭାବେ ବ୍ୟବହାର କରିଆସିଛି। ଏହି ନିର୍ବାଚନରେ ଟିଏମସି ୪୭ ଜଣ ମୁସଲିମ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଥିଲା। ଏହା ମଧ୍ୟରୁ ୨୯ ଜଣ ବିଜୟୀ ହୋଇଥିଲେ ହେଁ, ସାମଗ୍ରିକ ଭାବେ ଟିଏମସି କ୍ଷମତା ହରାଇଛି। ଏହାର ମୁଖ୍ୟ କାରଣ ହେଉଛି ହିନ୍ଦୁ ଭୋଟରଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଅଭୂତପୂର୍ବ ଏକତା।
ବଙ୍ଗଳାରେ ଦୀର୍ଘ ଦିନ ଧରି ଚାଲିଆସିଥିବା ଅନୁପ୍ରବେଶ ସମସ୍ୟା ଏବେ ସାଧାରଣ ନାଗରିକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ସୀମାନ୍ତ ଅଞ୍ଚଳରେ ଜନସଂଖ୍ୟାର ପରିବର୍ତ୍ତନ ଏବଂ ସ୍ଥାନୀୟ ହିନ୍ଦୁମାନଙ୍କ ଉପରେ ହେଉଥିବା ଚାପକୁ ଭୋଟରମାନେ
କଂଗ୍ରେସର ଅବସ୍ଥା ତ ଆହୁରି ଶୋଚନୀୟ। ପଶ୍ଚିମବଙ୍ଗରେ ୭୮ ଜଣ ମୁସଲିମ ପ୍ରାର୍ଥୀ ଦେଇଥିବା କଂଗ୍ରେସ ମାତ୍ର ୨ଟି ଆସନରେ ସୀମିତ ରହିଛି। ଏହା ପ୍ରମାଣ କରୁଛି ଯେ, କେବଳ ଧର୍ମ ଆଧାରରେ ପ୍ରାର୍ଥୀ ଚୟନ କରି ଭୋଟ ବ୍ୟାଙ୍କ ରାଜନୀତି କରିବା ଏବେ ଆଉ କାମ ଦେଉନାହିଁ।
ଆସାମ: ସାଂସ୍କୃତିକ ଅସ୍ମିତାର ବିଜୟ
ଆସାମରେ ବିଜେପିର ଲଗାତାର ତୃତୀୟ ଥର ପାଇଁ ବିଜୟ ଏକ ଐତିହାସିକ ଘଟଣା। ଆସାମର ଭୌଗୋଳିକ ଓ ଜନସଂଖ୍ୟାଗତ ସ୍ଥିତି ବହୁତ ଜଟିଳ। କଂଗ୍ରେସ ଶାସନ କାଳରେ ଏଠାରେ ମୁସଲିମ ଜନସଂଖ୍ୟା ୩୫ ପ୍ରତିଶତକୁ ବୃଦ୍ଧି ପାଇଛି, ଯେଉଁଥିରେ ଏକ ବଡ଼ ଅଂଶ ବାଂଲାଦେଶୀ ଅନୁପ୍ରବେଶକାରୀ ବୋଲି ଅଭିଯୋଗ ହେଉଛି।
ବିରୋଧୀ ଦଳମାନେ ଆଶା କରିଥିଲେ ଯେ ସଂଖ୍ୟାଲଘୁ ଭୋଟରଙ୍କ ସହାୟତାରେ ସେମାନେ ଶାସନ ବିରୋଧୀ ହାୱା (Anti-incumbency) ସୃଷ୍ଟି କରିବେ। କିନ୍ତୁ ଫଳାଫଳ ସମ୍ପୂର୍ଣ୍ଣ ଓଲଟା ହୋଇଛି। ଆସାମର ମୂଳ ନିବାସୀ ଓ ହିନ୍ଦୁ ସମାଜ ନିଜର ଭାଷା, ସଂସ୍କୃତି ଏବଂ ଭୂମି ରକ୍ଷା ପାଇଁ ବିଜେପି ଉପରେ ପୁଣିଥରେ ଆସ୍ଥା ପ୍ରକଟ କରିଛନ୍ତି।
ଏଠାରେ ହିନ୍ଦୁ ଭୋଟରଙ୍କ ଧ୍ରୁବୀକରଣ ଏତେ ଶକ୍ତିଶାଳୀ ଥିଲା ଯେ ବିରୋଧୀଙ୍କ ସମସ୍ତ ଗଣିତ ଫେଲ୍ ମାରିଛି। ହିମନ୍ତ ବିଶ୍ୱ ଶର୍ମା ଦ୍ୱିତୀୟ ଥର ଓ ବିଜେପି ଲଗାତାର ତୃତୀୟ ଥର ପାଇଁ କ୍ଷମତାକୁ ଆସିଛି।
ତାମିଲନାଡୁ: ସନାତନ ବିରୋଧୀଙ୍କୁ ଶକ୍ତ ଧକ୍କା
ଦକ୍ଷିଣ ଭାରତର ଏହି ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ନିର୍ବାଚନ ଫଳାଫଳ ସମସ୍ତଙ୍କୁ ଚକିତ କରିଛି। ତାମିଲନାଡୁରେ ଅନୁପ୍ରବେଶ ସମସ୍ୟା ପଶ୍ଚିମବଙ୍ଗ ବା ଆସାମ ପରି ନ ଥିଲେ ମଧ୍ୟ, ସେଠାରେ ‘ସନାତନ ଧର୍ମ’କୁ ନେଇ କରାଯାଇଥିବା ଅପମାନଜନକ ଟିପ୍ପଣୀ ମୁଖ୍ୟ ପ୍ରସଙ୍ଗ ସାଜିଥିଲା। ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ ସନାତନ ଧର୍ମକୁ ମ୍ୟାଲେରିଆ, କୋଭିଡ୍ ଏବଂ କୁଷ୍ଠ ରୋଗ ସହ ତୁଳନା କରି ଏହାକୁ ନିପାତ କରିବାକୁ ଦେଇଥିବା ଆହ୍ୱାନ ତାମିଲ ଭୋଟରଙ୍କ ମନରେ ଗଭୀର ଆଘାତ ଦେଇଥିଲା।
ଡିଏମକେ ସରକାର ନିଜର ଭୋଟ ବ୍ୟାଙ୍କ ପାଇଁ ମୁସଲିମ ସଂପ୍ରଦାୟକୁ ଅତ୍ୟଧିକ ସୁରକ୍ଷା ଦେଉଥିବାବେଳେ ହିନ୍ଦୁଙ୍କ ଭାବାବେଗକୁ ଅଣଦେଖା କରୁଥିଲେ। ପରିଣାମସ୍ୱରୂପ ସ୍ୱୟଂ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ ନିର୍ବାଚନରେ ପରାଜିତ ହୋଇଛନ୍ତି। ଏହା ସ୍ପଷ୍ଟ ସଂକେତ ଦେଉଛି ଯେ, ଯଦି ଆପଣ କୌଣସି ଧର୍ମର ଆସ୍ଥାକୁ ଅପମାନିତ କରିବେ, ତେବେ ଜନତା ଆପଣଙ୍କୁ କ୍ଷମା କରିବେ ନାହିଁ।
ଭାରତୀୟ ମୁସଲିମଙ୍କ ବଦଳୁଥିବା ଚିନ୍ତାଧାରା
ଏହି ନିର୍ବାଚନର ଆଉ ଏକ ଉଲ୍ଲେଖନୀୟ ଦିଗ ହେଉଛି ଭାରତୀୟ ମୁସଲିମଙ୍କ ଆଭିମୁଖ୍ୟ। ଅନୁପ୍ରବେଶକାରୀଙ୍କ ଯୋଗୁଁ ସ୍ଥାନୀୟ ଭାରତୀୟ ମୁସଲିମମାନେ ମଧ୍ୟ ଅସୁରକ୍ଷିତ ମନେ କରୁଛନ୍ତି। ସେମାନେ ବୁଝିଲେଣି ଯେ ରାଜନୈତିକ ଦଳଗୁଡ଼ିକ ସେମାନଙ୍କୁ କେବଳ ଭୋଟ ବ୍ୟାଙ୍କ ଭାବେ ବ୍ୟବହାର କରୁଛନ୍ତି, କିନ୍ତୁ ବାସ୍ତବ ବିକାଶରେ ସେମାନଙ୍କର କୌଣସି ଭୂମିକା ରହୁନାହିଁ। ତେଣୁ ବହୁ ସଂଖ୍ୟକ ଜାତୀୟବାଦୀ ମୁସଲିମ ଏବେ ହିନ୍ଦୁ ସମାଜ ସହ ମିଶି ଦେଶର ଅଖଣ୍ଡତା ଓ ବିକାଶ ପାଇଁ ଛିଡ଼ା ହେବା ଆରମ୍ଭ କଲେଣି।
ଯାହାର ପ୍ରମାଣ ପଶ୍ଚିମବଙ୍ଗ, ଆସାମ ଓ ତାମିଲନାଡ଼ୁର ମତଦାତାମାନେ ବଡ଼ ଦାୟିତ୍ୱର ସହିତ କରି ଦେଖାଇଛନ୍ତି। ସେମାନେ ଯେଉଁ ବାର୍ତ୍ତା ଦେଇଛନ୍ତି ତାହା ହେଲା ମୁସଲମାନ ଏବେ କୌଣସି ରାଜନୈତିକ ଦଳର ହସ୍ତମୁଦି ମାହାଲ ନୁହନ୍ତି। ସେମାନେ ଦେଶର ବିକାଶରେ ଭାଗିଦାର ହେବାକୁ ଚାହାନ୍ତି।
ଚିନ୍ତାରେ ଅଖିଳେଶ ଓ କେଜ୍ରିୱାଲ
ଏହି ୫ ରାଜ୍ୟର ଫଳାଫଳରେ ହିନ୍ଦୁ ଭୋଟ ଏକତ୍ରିକରଣକୁ ନେଇ ମୁସଲିମମାନଙ୍କ ପାଇଁ ସବୁବେଳେ ସବୁକଥାରେ ଓକିଲାତି କରୁଥିବା ସମାଜବାଦୀ ପାର୍ଟିର ନେତା ଅଖିଳେଶ ଯାଦବଙ୍କ ଆଖିରୁ ନିଦ ହଜିଯାଇଛି। କାରଣ ଉତ୍ତର ପ୍ରଦେଶରେ ପ୍ରାୟ ୧୭ ପ୍ରତିଶତ ମୁସଲିମ ଅଛନ୍ତି। ଏହି ମୁସଲିମମାନଙ୍କ ପାଇଁ ସମାଜବାଦୀ ପାର୍ଟି ସବୁବେଳେ ହିନ୍ଦୁ ମତଦାତାମାନଙ୍କୁ ଅଣଦେଖା କରି ରାଜ୍ୟରେ ଅନେକ ମୁସଲିମ ମାଫିଆ ଗଢ଼ିଥିଲା। ଏହି ମାଫିଆମାନଙ୍କୁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମାଟିରେ ମିଶାଇ ଦେଇ ସାଧାରଣ ନାଗରିକ ବିଶେଷ କରି ହିନ୍ଦୁମାନଙ୍କୁ ସୁରକ୍ଷା ଦେଇଛନ୍ତି।
ଏବେ ଦେଶରେ ହିନ୍ଦୁ ଏକତ୍ରିକରଣ ନେଇ ରାଷ୍ଟ୍ରବାଦୀ ମୁସଲିମମାନେ ଏବେ ଦେଶର ମୁଖ୍ୟଧାରାରେ ସାମିଲ ହେବାକୁ ଆଗ୍ରହ ଦେଖାଇଲେଣି। ଯାହାକି ନିକଟରେ ଶେଷ ହୋଇଥିବା ବିହାର ନିର୍ବାଚନରେ ମୁସଲିମ ମତଦାତାମାନେ କରି ଦେଖାଇଛନ୍ତି। ଯେଉଁ ଆରଜେଡି ମୁସଲିମ ମତଦାତାମାନଙ୍କୁ ପଥଭ୍ରଷ୍ଟ କରି କ୍ଷମତାକୁ ଆସୁଥିଲା ସେହି ଦଳ ଦୟନୀୟ ଭାବରେ ପରାଜିତ ହୋଇଛି।
ଏହି ଘଟଣା ଏବେ ଅଖିଳେଶ ଯାଦବ ଓ ଆପ୍ ନେତା ଅରବିନ୍ଦ କେଜ୍ରିୱାଲଙ୍କ ଚିନ୍ତା ବଢ଼ାଇ ଦେଇଛି।
ଏକ ନୂଆ ରାଜନୈତିକ ପର୍ବ
୫ଟି ରାଜ୍ୟର ଏହି ଫଳାଫଳ ଭାରତୀୟ ରାଜନୀତିର ଭବିଷ୍ୟତକୁ ସ୍ଥିର କରିଛି। “ତୁଷ୍ଟୀକରଣ ନୁହେଁ, ବରଂ ସନ୍ତୁଷ୍ଟୀକରଣ” — ଅର୍ଥାତ୍ ସମସ୍ତଙ୍କ ବିକାଶ ଓ କାହାରିକୁ ଅଯଥା ଅନୁକମ୍ପା ନୁହେଁ। ଯେଉଁ ରାଜନୈତିକ ଦଳଗୁଡ଼ିକ ସଂଖ୍ୟାଗରିଷ୍ଠଙ୍କ ସ୍ୱାର୍ଥକୁ ବଳି ଦେଇ ସଂଖ୍ୟାଲଘୁଙ୍କ ତୁଷ୍ଟୀକରଣ କରିବେ, ସେମାନଙ୍କୁ ଭବିଷ୍ୟତରେ ମଧ୍ୟ ଏହିପରି ପରିଣାମ ଭୋଗିବାକୁ ପଡ଼ିବ। ହିନ୍ଦୁ ସମାଜର ଏହି ଏକତା କୌଣସି ଧର୍ମ ବିରୋଧୀ ନୁହେଁ, ବରଂ ଏହା ନିଜର ଅସ୍ମିତା ଓ ରାଷ୍ଟ୍ରର ସୁରକ୍ଷା ପାଇଁ ଏକ ଶାନ୍ତିପୂର୍ଣ୍ଣ ଗଣତାନ୍ତ୍ରିକ ପ୍ରତିବାଦ।


