ବର୍ତ୍ତମାନ ସମୟରେ ହୃଦଘାତ ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି । ପ୍ରାୟ ପ୍ରତିଦିନ କୌଣସି ନା କୌଣସି ସ୍ଥାନରୁ ହୃଦଘାତରେ ମୃତ୍ୟୁ ସମ୍ବାଦ ଆସୁଛି । ଆଶ୍ଚର୍ଯ୍ୟର କଥା ହେଲା, ଏହି ଘଟଣାଗୁଡ଼ିକ କେବଳ ବୃଦ୍ଧବୟସ୍କଙ୍କ ମଧ୍ୟରେ ସୀମିତ ରହୁନାହିଁ ବରଂ ୨୦ ରୁ ୪୦ ବର୍ଷ ବୟସର ଯୁବକମାନଙ୍କ ମଧ୍ୟରେ ମଧ୍ୟ ଦେଖିବାକୁ ମିଳୁଛି । ଚଲାବୁଲା କରୁଥିବା, ଖିଆପିଆ କରୁଥିବା କିମ୍ବା ସାଧାରଣ କାମ କରୁଥିବା ସମୟରେ ହଠାତ୍ ହୃଦଘାତ ହୋଇ ମୃତ୍ୟୁ ହେବା ଲୋକମାନଙ୍କୁ ଆତଙ୍କିତ କରୁଛି । ପୂର୍ବରୁ ହୃଦଘାତକୁ ବାର୍ଦ୍ଧକ୍ୟ ସହ ଜଡ଼ିତ ଏକ ରୋଗ ବୋଲି ଧରାଯାଉଥିଲା । କିନ୍ତୁ ବର୍ତ୍ତମାନ ସମୟରେ ଫିଟ୍ ଦେଖାଯାଉଥିବା, ଜିମ୍ ଯାଉଥିବା, ସେଲିବ୍ରିଟି ଓ କ୍ରୀଡ଼ାବିଦ୍ମାନେ ମଧ୍ୟ ହୃଦଘାତର ଶିକାର ହେଉଛନ୍ତି । ଏହା ପଛରେ ସବୁଠାରୁ ବଡ଼ କାରଣ ହେଉଛି ଆଧୁନିକ ଜୀବନଶୈଳୀ, ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ଓ ଅତ୍ୟଧିକ ମାନସିକ ଚାପ।

ଯୁବବୟସରେ ହୃଦଘାତର ସାଧାରଣ ଲକ୍ଷଣ
ଯୁବକମାନେ ଅନେକ ସମୟରେ ଏହି ଲକ୍ଷଣକୁ ଗୁରୁତ୍ୱ ନଦେଇ ଅନଦେଖା କରିଦିଅନ୍ତି, ଯାହା ଜୀବନଘାତୀ ସାବିତ ହୋଇପାରେ।
-
ଛାତିରେ ଅଚାନକ ଯନ୍ତ୍ରଣା କିମ୍ବା ଭାରିଭାବ
-
ଅଧିକ ଝାଳ ଆସିବା
-
ବାନ୍ତି ଲାଗିବା କିମ୍ବା ଅସ୍ୱସ୍ଥତା
-
ଶ୍ୱାସକଷ୍ଟ ଓ ଦୁର୍ବଳତା
ଯୁବାବସ୍ଥାରେ ହୃଦଘାତର ପ୍ରମୁଖ କାରଣ
![]()
ବିଶେଷଜ୍ଞମାନଙ୍କ ମତାନୁସାରେ ଯୁବମାନଙ୍କ ମଧ୍ୟରେ ହୃଦଘାତ ବଢ଼ିବାର ପଛରେ ଅନେକ କାରଣ ରହିଛି।
-
ଅତ୍ୟଧିକ ଫାଷ୍ଟଫୁଡ୍ ଓ ଜଙ୍କଫୁଡ୍ ସେବନ
-
ଦୀର୍ଘସମୟ ଧରି ମାନସିକ ଚାପ ଓ ଚିନ୍ତା
-
ଶାରୀରିକ ପରିଶ୍ରମର ଅଭାବ
-
ଧୂମପାନ ଓ ମଦ୍ୟପାନ
-
ନିଦ୍ରାର ଅଭାବ
-
ସ୍ଥୂଳତା, ମଧୁମେହ ଓ ଉଚ୍ଚ ରକ୍ତଚାପ
ହୃଦଘାତ ରୋକିବା ପାଇଁ ବାବା ରାମଦେବଙ୍କ ପରାମର୍ଶ
ଯୋଗଗୁରୁ ବାବା ରାମଦେବ କହିଛନ୍ତି ଯେ, ହୃଦଘାତର ବିପଦର କୌଣସି ବୟସ ସୀମା ନାହିଁ। ଯୁବପିଢ଼ିଙ୍କ ଜୀବନଶୈଳୀରେ ଆସିଥିବା ଅନୁଶାସନହୀନତା ଏହାର ପ୍ରଧାନ କାରଣ। ତେବେ ନିୟମିତ ଯୋଗ, ପ୍ରାଣାୟାମ ଓ ଧ୍ୟାନ ଅଭ୍ୟାସ କରିଲେ ହୃଦଘାତର ଆଶଙ୍କାକୁ ବହୁ ପରିମାଣରେ କମାଇ ପାରିବା।
ସେ କହିଛନ୍ତି ଯେ, ଖାଦ୍ୟାଭ୍ୟାସରେ ପରିବର୍ତ୍ତନ ଅତ୍ୟନ୍ତ ଆବଶ୍ୟକ। ବାହାର ତେଲମସଲାଯୁକ୍ତ ଖାଦ୍ୟ ଛାଡ଼ି ତାଜା ଫଳ, ସବୁଜ ସାଗ, ପନିପରିବା ଓ ସାତ୍ତ୍ୱିକ ଖାଦ୍ୟ ଖାଇବା ଉଚିତ। ଖାଦ୍ୟ ଖାଇବା ପରେ ପ୍ରାୟ ୨୦ ମିନିଟ୍ ହାଟିବା ଦ୍ୱାରା ଶରୀରର ଅତିରିକ୍ତ ଚର୍ବି କମିଥାଏ ଓ ହୃଦୟ ସୁସ୍ଥ ରହେ।
ସେ ଯୁବପିଢ଼ିଙ୍କୁ ଧୂମପାନ ଓ ମଦ୍ୟପାନ ଛାଡ଼ିବା, ପର୍ଯ୍ୟାପ୍ତ ନିଦ୍ରା ନେବା ଓ ଚାପମୁକ୍ତ ଜୀବନ ଜିଅବାକୁ ପରାମର୍ଶ ଦେଇଛନ୍ତି। ସମୟରେ ସଚେତନ ହେଲେ ହୃଦଘାତ ଭଳି ଜୀବନଘାତୀ ରୋଗରୁ ନିଜକୁ ରକ୍ଷା କରିହେବ।
also read https://purvapaksa.com/gold-rate-today/
Gold Rate Today ।। ବଢିଲା ନା କମିଲା ସୁନା ରେଟ୍ ? ୨୨ କ୍ୟାରେଟ୍ କୁ ରହିଛି….


