ସମ୍ପ୍ରତି ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍ଟି) ପରିଷଦ ସ୍ୱାସ୍ଥ୍ୟ ବୀମା ଉପରୁ ସମ୍ପୂର୍ଣ୍ଣ ଭାବେ ଟିକସ ହାର ଉଚ୍ଛେଦ କରିଛି। ଯଦିବା ବୀମା ଉପରୁ ଜିଏସ୍ଟି କାଟ୍ କରାଯାଇଛି, କିନ୍ତୁ ବଜାରରେ ପଲିସି ଶସ୍ତା ହେବ ନାହିଁ। ବରଂ ଆଗକୁ ବୀମା ପ୍ରିମିୟମ୍ ୫% ମହଙ୍ଗା ହେବ। ଯାହା ଫଳରେ ବୀମା ଉପରୁ ଜିଏସ୍ଟି କାଟ୍ କରାଯାଇଥିଲେ ସୁଦ୍ଧା ବୀମାଧାରୀଙ୍କୁ ଏଥିରୁ ଆଶ୍ୱସ୍ତି ମିଳିବା ପରିବର୍ତ୍ତେ ବଡ଼ ଝଟ୍କା ଲାଗିବ। ଏହାର ସବୁଠାରୁ ବଡ଼ କାରଣ ହେଉଛି ଜିଏସ୍ଟି ହଟାଇବା ଦ୍ୱାରା ଯେଉଁ ଟିକସ ରିହାତି ମିଳିବ ତାହା ସିଧାସଳଖ ଗ୍ରାହକଙ୍କ ଆକାଉଣ୍ଟକୁ ଯିବ ନାହିଁ, ବରଂ କମ୍ପାନୀଗୁଡ଼ିକର ମୂଲ୍ୟ ବୃଦ୍ଧି ହେତୁ ସେମାନେ ନିଜେ ସେହି ରିହାତି ଗ୍ରହଣ କରିବେ ।
ନିକଟରେ ଅନୁଷ୍ଠିତ ଜିଏସ୍ଟି ପରିଷଦର ପରିଷଦର ୫୬ତମ ବୈଠକରେ ବୀମା ପ୍ରିମିୟମରୁ ୧୮% ଟିକସ ହଟାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ କୋଟାକ୍ର ଏକ ରିପୋର୍ଟ ଅନୁଯାୟୀ, ଏହା ପଲିସିଧାରକମାନଙ୍କୁ ଶସ୍ତା ପ୍ରିମିୟମ୍ ହାରର ଲାଭ ଦେବ ନାହିଁ । ଇନପୁଟ୍ ଟିକସ କ୍ରେଡିଟ୍ (ଆଇଟିସି) ନ ମିଳିବା କାରଣରୁ ବୀମା କମ୍ପାନୀଗୁଡ଼ିକ ଆଗାମୀ ଦିନରେ ପ୍ରିମିୟମ୍ ହାର ୩ ରୁ ୫% ବୃଦ୍ଧି କରିବାକୁ ଯାଉଛନ୍ତି। ପରିଷଦ ସ୍ଵାସ୍ଥ୍ୟ ଏବଂ ଜୀବନ ବୀମା ପଲିସି ଉପରେ ଜିଏସ୍ଟି ହାରକୁ ୧୮% ରୁ ଶୂନ୍ୟ କରିବାକୁ ନିଷ୍ପତ୍ତି ନେଇଛି। ଅର୍ଥାତ୍, ବର୍ତ୍ତମାନ ସ୍ଵାସ୍ଥ୍ୟ ଏବଂ ଜୀବନ ବୀମା ଉପରେ ଆଉ କୌଣସି ଜିଏସ୍ଟି ରହିବ ନାହିଁ । ଏହି ଛାଡ଼ ସେପ୍ଟେମ୍ବର ୨୨ ଅର୍ଥାତ୍ ନବରାତ୍ରିର ପ୍ରଥମ ଦିନରୁ କାର୍ଯ୍ୟକାରୀ ହେବ। କେନ୍ଦ୍ର ସରକାରଙ୍କ ଜିଏସ୍ଟି ହାର ହ୍ରାସ ନିଷ୍ପତ୍ତି ପରେ, ସାଧାରଣ ବିଶ୍ଵାସ ଥିଲା ଯେ ଏବେ ବୀମା ପଲିସି ନେବା ଶସ୍ତା ହେବ। କାରଣ ବୀମା କାରୀଙ୍କୁ ଆଉ ୧୮% ଟିକସ ଦେବାକୁ ପଡିବ ନାହିଁ। କିନ୍ତୁ ଏକ ନୂତନ ରିପୋର୍ଟ ଏହି ଆଶାକୁ ଧୂଳିସାତ କରିଦେଇଛି। କୋଟାକ୍ ଇନଷ୍ଟିଚ୍ୟୁସନାଲ୍ ଇକ୍ରିଟିକ୍ ରିସର୍ଚ୍ଚର ରିପୋର୍ଟ ଅନୁଯାୟୀ, ସ୍ଵାସ୍ଥ୍ୟ ବୀମା ଉପରେ ଜିଏସ୍ଟି ଉଚ୍ଛେଦର ଲାଭ ପାଇବା ପରିବର୍ତ୍ତେ ଗ୍ରାହକମାନଙ୍କୁ ପ୍ରିମିୟମ୍ରେ ୩ ରୁ ୫% ବୃଦ୍ଧି ସହିବାକୁ ପଡ଼ିପାରେ।
ଏ ପର୍ଯ୍ୟନ୍ତ, ବୀମା କମ୍ପାନୀଗୁଡ଼ିକ ବିଜ୍ଞାପନ, ଏଜେଣ୍ଟଙ୍କ କମିଶନ, ପୁନଃବୀମା ଇତ୍ୟାଦି ପରିଚାଳନ ଖର୍ଚ୍ଚ ଉପରେ ଇନପୁଟ୍ ଟିକସ କ୍ରେଡିଟ୍ (ଆଇଟିସି)ର ଲାଭ ନେଉଥିଲେ। କିନ୍ତୁ ଜିଏସ୍ଟି ଉଚ୍ଛେଦ ସହିତ ଏହି କମ୍ପାନୀଗୁଡ଼ିକ ଆଉ ଇନପୁଟ୍ ଟିକସ କ୍ରେଡିଟ୍ ଦାବି କରିପାରିବେ ନାହିଁ । ଏହା ସେମାନଙ୍କର ଖର୍ଚ୍ଚର ରୂପରେଖକୁ ଆହୁରି ଖରାପ କରିବ, ଯାହାକୁ ସନ୍ତୁଳିତ କରିବା ପାଇଁ ସେମାନେ ପଲିସି ହାର ୩-୫% ବୃଦ୍ଧି କରିପାରନ୍ତି। ରିପୋର୍ଟରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି ଯେ କମ୍ପାନୀଗୁଡ଼ିକର ଲାଭାଂଶ ନିରପେକ୍ଷ ରଖିବା ପାଇଁ ଏହି ବୃଦ୍ଧି ଆବଶ୍ୟକ ହୋଇପାରେ। ଅର୍ଥାତ୍, ଗ୍ରାହକମାନଙ୍କୁ ଯେଉଁ ଟିକସ ରିଆତି ଦିଆଯିବା କଥା ତାହା ବୀମା କମ୍ପାନୀଗୁଡ଼ିକ ବଦଳରେ ସେମାନଙ୍କଠାରୁ ଆଦାୟ ହେଉଥିବା ବର୍ଦ୍ଧିତ ପ୍ରିମିୟମରୁ ସିଧାସଳଖ ଲାଭ ପାଇବ। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଜିଏସ୍ଟି ଉଚ୍ଛେଦ ଯୋଗୁଁ ବୀମା ପଲିସିର ମୋଟ ମୂଲ୍ୟ ୧୨-୧୫% ହ୍ରାସ ପାଇପାରିବ। ତଥାପି, ଏହି ହ୍ରାସ ଗ୍ରାହକଙ୍କୁ ସିଧାସଳଖ ଅନୁଭବ ହେବନାହିଁ, କାରଣ କମ୍ପାନୀଗୁଡ଼ିକ ଆଇଟିସି କ୍ଷତି ପୂରଣ ପାଇଁ ଶୁଳ୍କରେ ୩-୫% ବୃଦ୍ଧି କରିପାରନ୍ତି।
ALSO READ https://purvapaksa.com/is-india-with-russia-and-china-in-the-race-to-dollar-alternative-or-not/
