Pragnancy: ମା’ ହେବା ସମସ୍ତ ମହିଳାଙ୍କର ସବୁଠାରୁ ସୁନ୍ଦର ସ୍ୱପ୍ନ ।
ଗର୍ଭବତୀ ହେବାର ଖବର ଶୁଣିବା ପରେ ଆମେ ନିଜର ଧ୍ୟାନ ରଖିବା ଆବଶ୍ୟକ । ମନକୁ ଖୁସି ଏବଂ ପୁଷ୍ଟିକର ଖାଦ୍ୟ ଖାଇବା ଦ୍ୱାରା ମା’ ଏବଂ ଛୁଆ ଦୁହିଁଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ । ହେଲେ ବେଳେ ବେଳ ଏହି ସ୍ୱପ୍ନକୁ ପୁରଣ କରିବା ପାଇଁ ଅନେକ ସମସ୍ୟା ଦେଖା ଦେଇଥାଏ । ସେଥିପାଇଁ ଗର୍ଭାବସ୍ଥାର ପ୍ରଥମ ଦିନରୁ ଆମକୁ କିଛି ଜିନିଷ ଉପରେ ବିଶଷେ ଧ୍ୟାନ ଦେବାକୁ ପଡ଼ିଥାଏ ।

ଗର୍ଭାବସ୍ଥାରେ ମା’ର ସ୍ୱାସ୍ଥ୍ୟ ଯେତିକି ଗୁରୁତ୍ୱପୂର୍ଣ୍ଣ ତାଠୁ ଗୁରୁତ୍ୱପୂର୍ଣ୍ଣ ଗର୍ଭରେ ବଢୁଥିବା ଶିଶୁର । କାରଣ ମା’ର ଖାଇବା ପିଇବା ଠାରୁ ଆରମ୍ଭ କରି ଆଚରଣ ସବୁକିଛି ଗର୍ଭସ୍ଥ ଶିଶୁ ଉପରେ ପ୍ରଭାବ ପକାଏ । ତେଣୁ ଏହି ସମୟରେ ମା’କୁ ଅନେକ ସତର୍କତା ଅବଲମ୍ବନ କରିବା ନିହାତି ଜରୁରୀ । ଯେମିତି କି ଯଦି ଏହି ସମୟରେ ଜ୍ୱର, ମୁଣ୍ଡବିନ୍ଧା, ହେଉ କିମ୍ବା ଅନ୍ୟ କୌଣସି ଯନ୍ତ୍ରଣା, ସେଥିପାଇଁ ସାଧାରଣତଃ ପାରାସିଟାମୋଲ ଲିକ୍ୱିଡ୍ କିମ୍ବା ଟାବ୍ଲେଟ୍ ଫର୍ମରେ ନେଇଥାନ୍ତି ।
କିନ୍ତୁ ମନେରଖନ୍ତୁ ଏହି ଔଷଧ ନେବା ପୂର୍ବରୁ ଗର୍ଭବତୀ ମହିଳା ଡାକ୍ତରଙ୍କ ସହ ପରାମର୍ଶ କରିବା ନିହାତି ଜରୁରୀ । କାରଣ ଇଂଲଣ୍ଡ ବ୍ରିଷ୍ଟଲ ୟୁନିଭର୍ସିଟିର ଗବେଷକମାନେ ଗବେଷଣା କରି ପ୍ରକାଶ କରିଛନ୍ତି ଯେ, ଗର୍ଭାବସ୍ଥାରେ ପାରାସିଟାମୋଲ ଗ୍ରହଣ କରିବା ଗର୍ଭସ୍ଥ ଶିଶୁର ମାନସିକ ବିକାଶ ଉପରେ ପ୍ରଭାବ ପକାଇବା ସହ ତାର ବ୍ୟାବହାରିକ ସମସ୍ୟା ସୃଷ୍ଟି କରେ।
ଏହି ଗବେଷଣାରେ ଗବେଷକମାନେ ୧୪,୦୦୦ ଶିଶୁଙ୍କୁ ନେଇ ଗବେଷଣା କରିଥିଲେ । ଏମାନଙ୍କ ମଧ୍ୟରୁ ଏମାନଙ୍କ ମା’ଙ୍କ ମଧ୍ୟରୁ ୪୩% ମା’ ୬/୭ ମାସର ଗର୍ଭାବସ୍ଥାରେ ପାରାସିଟାମୋଲ କିମ୍ବା ସେହି କମ୍ପୋଜିସନର ପେନ୍ କିଲର ନେଇଥିଲେ। ତେଣୁ ଏମାନଙ୍କ ମଧ୍ୟରୁ କିଛି ଶିଶୁଙ୍କ ଠାରେ ହାଇପର ଟେନସନ୍, ମାନସିକ ଅସ୍ଥିରତା , ଅଟିଜିମ୍ ଓ ଆସ୍ଥମା ପରି ସମସ୍ୟା ପରିଲକ୍ଷିତ ହୋଇଥିଲା । ଆଉ ଏକ ତଥ୍ୟ ହେଉଛି ଏହି ପ୍ରଭାବ କନ୍ୟା ସନ୍ତାନଙ୍କ ଅପେକ୍ଷା ପୁତ୍ର ସନ୍ତାନଙ୍କ ଉପରେ ଅଧିକ ପଡିଥାଏ । ତେଣୁ କୌଣସି ପେନକିଲର ତଥା ପାରାସିଟାମୋଲ ମେଡିସିନ୍ ନେବା ପୂର୍ବରୁ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ଭୁଲନ୍ତୁ ନାହିଁ ।

ALSO READ: https://purvapaksa.com/married-women-apply-sindoor/
ବିବାହିତ ମହିଳାମାନେ ପ୍ରତିଦିନ ଲଗାନ୍ତୁ ସିନ୍ଦୁର, ଘରେ ଆସେ ସୁଖ ଓ ଶାନ୍ତି

