ରାଜ୍ୟରେ ଛାତ୍ରୀ ନିର୍ଯାତନା ଜନିତ ଆତ୍ମହତ୍ୟାର ମୂଳଦୁଆ ପକାଇଥିବା ବିଜେଡିର ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତଙ୍କ କିଟ୍ ବିଶ୍ୱବିଦ୍ୟାଳୟ ଏବେ ଅଡ଼ୁଆରେ ପଡ଼ିଛି । କାରଣ କିଟ୍ ର ଦୁଇ ଜଣ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲାରେ ଏନଏଚ୍ଆରସି ଓ ୟୁଜିସି ପକ୍ଷରୁ ଏବେ ଷଣ୍ଢୁଆସି ଆକ୍ରମଣ ହୋଇଛି । ୟୁଜିସି ତାର ରିପୋର୍ଟରେ କିଟ୍ ଠାରୁ ଜବାବ ମାଗିଥିବା ବେଳେ ଆଗାମୀ ଦିନରେ ତାର ମାନ୍ୟତା ପ୍ରତ୍ୟାହାର ପାଇଁ ଧମକ ଦେଇଛି । ଗତ ସପ୍ତାହରେ ଏହି ଧମକ ପାଇବା ପରେ କିଟ୍ ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଓ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ବିଭିନ୍ନ ସସ୍ଥାଂର କର୍ମଚାରୀମାନେ ଏବେ କେନ୍ଦ୍ରମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କ ସହାୟତା ପାଇବା ପାଇଁ ତାଙ୍କର ଗୁଣଗାନ କରିବାରେ ଲାଗିଛନ୍ତି ।
ଏହା କରିବା ପଛରେ ଯେଉଁ କାରଣଟି ଚର୍ଚ୍ଚା ହେଉଛି ତାହା ହେଲା ଏବେ ୟୁଜିସି ଓଡ଼ିଶାର ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧୀନରେ ରହିଛି । ତେଣୁ ଅଚ୍ୟୁତ ଅନୁଭବ କରୁଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ତାଙ୍କ ଉପରେ ଦାଉ ସାଧିବା ପାଇଁ ଏଭଳି ପଦକ୍ଷପ ନେଇଛନ୍ତି । ୟୁଜିସିର ଚିଠି ପାଇବା ପରେ ଅଚ୍ୟୁତ ସାମନ୍ତ ଏବେ କେନ୍ଦ୍ର ସରକାରରେ ସର୍ବଶକ୍ତିମାନ କୁହାଯାଉଥିବା କେନ୍ଦ୍ର ରେଳବାଇ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କ ଶରଣ ପଶିଛନ୍ତି । ଅଶ୍ୱନୀଙ୍କ ମାଧ୍ୟମରେ ଅଚ୍ୟୁତ ମୋଦି ସରକାରଙ୍କୁ ପ୍ରଭାବିତ କରି ଏନଏଚ୍ଆରସି ଓ ୟୁଜିସି କୋପରୁ ରକ୍ଷା ପାଇବା ପାଇଁ ଯୋଜନା କରିଛନ୍ତି ।

ଏହି ଯୋଜନା ଅନୁସାରେ ଏବେ ଅଚ୍ୟୁତ ସାମନ୍ତ କେନ୍ଦ୍ରମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କ ଗୁଣଗାନ ଆରମ୍ଭ କରିଛନ୍ତି । ଏଥିପାଇଁ ସେ ନିଜର ଗଣମାଧ୍ୟମ ସହିତ ତାଙ୍କ ସମ୍ପାଦକଙ୍କୁ କାମରେ ଲାଗାଇଛନ୍ତି । ଅଶ୍ୱନୀଙ୍କର ପ୍ରତ୍ୟେକଟି ଖବରକୁ ନିଜ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ପ୍ରଚାର ଓ ପ୍ରସାର କରିବାରେ ଲାଗିଛନ୍ତି । ଅଶ୍ୱନୀ ଏବେ କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ନିଜକୁ ଜଣେ ପ୍ରଭାବଶାଳୀ ମନ୍ତ୍ରୀ ଭାବେ ଗଢ଼ି ତୋଳିଛନ୍ତି । ଏଥିରେ ଅନ୍ୟକହାର ଅବଦାନ ନାହିଁ । କିନ୍ତୁ ଅଶ୍ୱନୀଙ୍କର ଏହି ପରିଶ୍ରମକୁ ଅଚ୍ୟୁତ ହରଣ କରି ନିଜ କୁର୍କମକୁ ଧୋଇବା ପାଇଁ ଯେଉଁ ଅବଚେଷ୍ଟା ଆରମ୍ଭ କରିଛନ୍ତି ତାହା ସଫଳ ହେବକି ନାହିଁ ଆଗାମୀ ଦିନରେ ଜଣାପଡ଼ିବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି । କେବଳ ସେତିକି ନୁହେଁ ରାଜ୍ୟରାଜନୀତିର ମଙ୍ଗ ସମ୍ଭାଳୁଥିବା ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କୁ ମଧ୍ୟ ପ୍ରଭାବିତ କରିବାକୁ ଅଚ୍ୟୁତ ପଛେଇ ନାହାଁନ୍ତି ।
ALSO READ https://purvapaksa.com/quran-study-now-mandatory-for-israeli-intelligence-soldiers/


