ରାଜ୍ୟର ବିଭିନ୍ନ ଜିଲ୍ଲାରେ ଯେଉଁଠି ଚାକିରି କରୁଛ କର। ହେଲେ ରାଜଧାନୀରେ ଜମି ଖଣ୍ଡେ ଥାଉ। ଏଭଳି ନୀତିରେ ଚାଲୁଛନ୍ତି ଦୁର୍ନୀତିଖୋର ସରକାରୀ ଅଫିସର। କାରଣ ସେମାନଙ୍କ ପତ୍ନୀ ରାଜଧାନୀରେ ଜମି କରିବାକୁ ବାଧ୍ୟ କରୁଛନ୍ତି। ଶେଷରେ ବାଧ୍ୟ ହୋଇ ସରକାରୀ ଅଫିସର ରାଜଧାନୀରେ ଜମି ଛନ୍ତି। ତଳ ପଦବୀ ଠାରୁ ଆରମ୍ଭ କରି ବଡ଼ ବଡ଼ ଅଫିସର ମଧ୍ୟ ରାଜଧାନୀର ଜମି ପ୍ରଥମ ପ୍ରସନ୍ଦ। ସେମାନେ ଦୁର୍ନୀତି କରି ଏହି ଟଙ୍କାରେ ଅନେକ ଫ୍ଲାଟ କିଣୁଛନ୍ତି। ପ୍ଲଟ କିଛିବର୍ଷ ହେଲା ଭିଜିଲାନ୍ସ ଚକର କରୁଥିବା ଅଫିସର ଏବଂ କର୍ମଚାରୀଙ୍କ ନାଁରେ ରାଜଧାନୀରେ ମାଳମାଳ ପ୍ଲଟ ରହୁଛି। ସହର ଭିତରେ ପ୍ଲଟ ମିଳୁନଥିବାରୁ ରାଜଧାନୀ ଉପକଣ୍ଠ ଚନ୍ଦକା, ଦାରୁଠେଙ୍ଗ, ଖୋର୍ଦ୍ଧା, ପିପିଲି, ବାଲିଅନ୍ତା ଏବଂ ବାଲିପାଟଣା ଆଦି ଅଞ୍ଚଳରେ ଏହି ସରକାରୀ ବାବୁମାନେ ଏକାଧିକ ପ୍ଲଟ ପକାଇ ରଖୁଛନ୍ତି।
ଯଦି ଭିଜିଲାନ୍ସ ଏହି ସବୁ ପ୍ଲଟ ସମ୍ପର୍କରେ ଯାଞ୍ଚ କରିବ ଏହି ଦୁର୍ନୀତିଖୋର ଅଧିକାରୀ ଜାଲରେ ପଡ଼ିବେ। ଅନେକ ଅଫିସର ଉପକଣ୍ଠରେ ବିରାଟ ବିରାଟ ଜାଗା କିଣି ଫାର୍ମ ହାଉସ୍ କରୁଛନ୍ତି। ସେଠାରେ ଛୁଟି ସମୟରେ ସାଙ୍ଗସାଥୀଙ୍କୁ ନେଇ ଅବସର ବିନୋଦନ କରୁଛନ୍ତି। ଏହି ସରକାରୀ ବାବୁମାନେ ଅନେକ ସମ୍ପରି ନିଜ ଚାକିରି କାଳରେ ଦୁର୍ନୀତି କରି ଅର୍ଜନ କରୁଛନ୍ତି। ଶେଷରେ ଚାକିରି ଶେଷ ପୂର୍ବରୁ ସେମାନଙ୍କୁ ଭିଜିଲାନ୍ସ ଗିରଫ କରୁଛି । ଭିଜିଲାନ୍ସ ନିକଟରେ ସମସ୍ତ ଜ୍ଞାନକୌଶଳ ଥିଲେ ମଧ୍ୟ ଜମି କିଣୁଥିବା ଅଧିକାରୀଙ୍କୁ ଧରି ପାରୁନାହାନ୍ତି। ଏବେ ଏହି ସରକାରୀ ବାବୁମାନେ ନିଜ ନାମରେ ଜମି ନ କିଣି ଘର ସହାୟିକା ଏବଂ ଅନ୍ୟ କର୍ମଚାରୀଙ୍କ ନାମରେ କିଣୁଛନ୍ତି। ଯେଉଁଥି ପାଇଁ ଭିଜିଲାନ୍ସ ଟିମ୍ ଜାଣିବା କଷ୍ଟକର ହେଉଛି।
ନିକଟରେ କେନ୍ଦୁଝର କେନ୍ଦୁପତ୍ର ଡିଭିଜନର ଡିଏଫ୍ ନିତ୍ୟାନନ୍ଦ ନାୟକଙ୍କ ୧୨୩ ପ୍ଲଟ ରହିଥିଲା। ସେଥିରେ ମଧ୍ୟ ତାଙ୍କର ରାଜଧାନୀରେ ଘର ଏବଂ ପ୍ଲଟ ରହିଛି । ଏହାର ଦିନକ ପରେ ବିଏମସିର ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କୁ ମଧ୍ୟ ଆୟ ବହିର୍ଭୁତ ସମ୍ପରି ମାମଲାରେ ଗିରଫ କରାଯାଇଛି । ରାଜ୍ୟ ଭିଜିଲାନ୍ସ ପକ୍ଷରୁ ମିଳିଥିବା ତଥ୍ୟ ମୁତାବକ, ରାଜ୍ୟର ବିଭିନ୍ନ ବିଭାଗରେ ମାଳମାଳ ଜମିଦାରୀ ବାବୁ ରହିଛନ୍ତି। ଏତେ ମାତ୍ରାରେ ଜମି କିଭଳି ସରକାରୀ ଅଧିକାରୀ ହାତଉଛନ୍ତି, ତାକୁ ନେଇ ଏବେ ବିଭିନ୍ନ ମହଲରେ ଆଲୋଚନା ହେଉଛି।
ଜୁଲାଇ ୨୦ ତାରିଖରେ କେନ୍ଦୁଝର କେନ୍ଦୁପତ୍ର ଡିଭିଜନର ଡିଏଫଓ ଭଳି ସରକାରୀ ବାବୁମାନଙ୍କ ନାଁରେ ମାଳମାଳ ପ୍ଲଟ, ଫ୍ଲାଟ୍ ବେନାମୀ ଜମି କିଣି ପକାଉଛନ୍ତି ସରକାରୀ କର୍ମଚାରୀ ନିତ୍ୟାନନ୍ଦ ନାୟକଙ୍କ ନିକଟରୁ ସୁନା ଅଳଙ୍କାର ସହ ଅସ୍ତ୍ରଶସ୍ତ୍ର ୪ ଚକିଆ ଗାଡ଼ି ଓ ନଗଦ ୧ ଲକ୍ଷ ୫୫ ହଜାର ଟଙ୍କା ଜବତ ହୋଇଛି। ଡିଏଫଓ ନିତ୍ୟାନନ୍ଦ ନାୟକଙ୍କ ୧୨୩ଟି ପ୍ଲଟ ରାଜ୍ୟର ବିଭିନ୍ନ ସ୍ଥାନରେ ରହିଛି ବୋଲି ଜଣାପଡ଼ିଛି। ସବୁଠାରୁ ବଡ଼କଥା ହେଲା ଜଙ୍ଗଲ ବିଭାଗଠୁ ଆରମ୍ଭ କରି ଅବକାରୀ ବିଭାଗ। ପୁଣି ଯନ୍ତ୍ରୀଙ୍କ ଠାରୁ ଖଣି ଉପନିର୍ଦ୍ଦେଶକ ସମସ୍ତେ ରାଜଧାନୀରେ ମାଳମାଳ ପ୍ଲଟ କିଣିଛନ୍ତି। ସବୁଠି ଦୁର୍ନୀତି ସାଙ୍ଗକୁ ମାଳମାଳ ଅସାଧୁ ଅଧିକାରୀ ଅଛନ୍ତି । କାହା ପାଖରେ ଆୟ ଠାରୁ ଅଧିକ ସମ୍ପତ୍ତି ଆଉ କାହା ନାଁରେ ଏକାଧିକ ପ୍ଲଟ। ସେହି ଅସାଧୁ ସରକାରୀ ବାବୁଙ୍କୁ ଧରୁଛି ଭିଜିଲାନ୍ସ।
ବର୍ଷକ ମଧ୍ୟରେ ରାଜ୍ୟ ଭିଜିଲାନ୍ସ ବିଭାଗ ୨୪ ଜଣ ଜମିଦାର ବାବୁଙ୍କୁ ଧରି ସାରିଲାଣି। ସେମାନଙ୍କ ନିକଟରେ ୬ଟି ପ୍ଲଟରୁ ଆରମ୍ଭ କରି ୧୨୩ଟି ପ୍ଲଟ ରହିଛି। ସେଥିମଧ୍ୟରୁ ଜଣେ ଅଧିକାରୀଙ୍କ ନିକଟରୁ ୮୪ ଏକର ଜମି ଠାବ କରାଯାଇଛି। ବର୍ଷକ ମଧ୍ୟରେ ରାଜ୍ୟରେ ଜମିଦାରୀ ବାବୁଙ୍କ ନିକଟରୁ ୭୦୭ଟି ପ୍ଲଟ ଜବତ କରାଗଲାଣି। ସେହିପରି କେନ୍ଦୁଝରରେ କାର୍ଯ୍ୟ କରିଥିବା ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନ ବାଲେଶ୍ବର ଜିଲ୍ଲାକୁ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ର ଭାବେ ବଦଳି ହୋଇଯାଇଥିଲେ। ଏହି ସମୟରେ ସେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ। ତାଙ୍କର ସମ୍ପତ୍ତି ଜବତ କରିବା ସମୟରେ ଭିଜିଲାନ୍ସ ବିଭାଗ ୧୦୫ଟି ପ୍ଲଟ ରହିଥିବା ଜାଣିବାକୁ ପାଇଥିଲା। ସେହିଭଳି ଭୁବନେଶ୍ଵରରେ କାର୍ଯ୍ୟରତ ଥିବା ଅବକାରୀ ବିଭାଗର ଯୁଗ୍ମ ଆୟୁକ୍ତ ରାମଚନ୍ଦ୍ର ମିଶ୍ର ।
ଭିଜିଲାନ୍ସ ଜାଲରେ ପଡ଼ିବା ପରେ ତାଙ୍କର ୫୨ଟି ପୁଟ୍ ବିଭାଗ ଠାବ କରିଥିଲା। ସେହିଭଳି ଓଡ଼ିଶା ବ୍ରିଜ ଓ କନଷ୍ଟ୍ରକସନ କର୍ପୋରେସନ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପ୍ରଦୀପ କୁମାର ରଥଙ୍କର ୫୦ଟି ପ୍ଲଟ୍ ଜିଜିଲାନ୍ସ ବିଭାଗ ଠାବ କରିଛି। ବଲାଙ୍ଗୀରର ଲୋଏର ସୁକତେଲ ଜଳସେଚନ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁଶୀଲ କୁମାର ରାଇତଙ୍କର ୩୪ଟି ପ୍ଲଟ ବିଭାଗ ଠାବ କରିଥିଲା । କେନ୍ଦୁଝରର ବୈତରଣୀ ଅବବାହିକା ମୁଖ୍ୟ ଯନ୍ତ୍ରୀ କୈଳାସ ଚନ୍ଦ୍ର ସାହୁଙ୍କର ମଧ୍ୟ ୨୮ଟି ପ୍ଲଟ ଭିଜଲାନ୍ସ ବିଭାଗ ଠାବ କରିଥିଲା। ସେହିଭଳି ଅନୁଗୁଳ ଆଠମଲ୍ଲିକ ବ୍ଲକର ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀଙ୍କର ୨୨ଟି ପ୍ଲଟ ରହି ଥିବା ତଦନ୍ତ ସମୟରେ ଜଣାପଡ଼ିଛି।
ସୁବର୍ଣ୍ଣପୁର ଯୋଗାଣ ଅଧିକାରୀ ସୁରେଶ କୁମାର ପାଣିଗ୍ରାହୀ ଭିଜିଲାନ୍ସ ଜାଲରେ ପଡ଼ିବା ପରେ ତାଙ୍କର ୧୯ଟି ପ୍ଲଟ ରହିଥିବା ଜଣାପଡ଼ିଥିଲା । ସେହିଭଳି କୋରାପୁଟ ଜିଲ୍ଲା ଜୟପୁର ପୌରପାଳିକା ଓ ବ୍ଲକର ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ବିଶ୍ଵନାଥ ପାତ୍ରଙ୍କ ତଦନ୍ତ ଚାଲିଥିବା ସମୟରେ ୧୮ଟି ପ୍ଲଟ ଥିବା ଜଣାପଡ଼ିଥିଲା। କେନ୍ଦୁଝରର ଉପ ଖଣି ଅଧିକାରୀ ପଦ୍ମଳାଇ ହୋତାଙ୍କର ୧୫ଟି ପ୍ଲଟ ଠାବ ହୋଇଥିଲା।
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କୁ ଭିଜିଲାନ୍ସ ଚଢାଉ କରିବା ପରେ ତାଙ୍କର ୧୪ଟି ପ୍ଲଟ ରହିଥିବା ଜଣାପଡ଼ିଛି । ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କୁ ଭିଜିଲାନ୍ସ ଧରିବା ପରେ ତାଙ୍କର ଅନେକ ପ୍ଲଟ ବିଭିନ୍ନ ସ୍ଥାନରେ ରହିଥିବା ଜଣାପଡ଼ିଥିଲା। ରାଜ୍ୟ ପରିବହନ ପ୍ରାଧୀକରଣ କାର୍ଯ୍ୟାଳୟରେ ଯୁଗ୍ମ ଆୟୁକ୍ତ ପ୍ରଦୀପ କୁମାର ମହାନ୍ତଙ୍କୁ ଭିଜିଲାନ୍ସ ଗିରଫ କରିବା ପରେ ତାଙ୍କର ବି ଅନେକ ପ୍ଳଟ ରହିଥିବା ଜଣାପଡ଼ିଥିଲା। ସମସ୍ତ ସରକାରୀ ବାବୁଙ୍କର ରାଜଧାନୀରେ ଜମି ରହିଥିବା ଦେଖିବାକୁ ମିଳୁଛି । ସେମାନେ ଏହି ଜମିରେ ଘର କରି ଭଡ଼ାରେ ଲଗାଇ ଟଙ୍କା ରୋଜଗାର କରୁଛନ୍ତି ।
Also Readhttps://purvapaksa.com/fm-college-student-self-immolation-truth-will-come-out-soon/
