India Got Latent Controversy: ରଣବୀର ଅଲ୍ଲାହବାଦିଆଙ୍କ ସହ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଅପୂର୍ବା ମଖିଜା, ହାସ୍ୟ ଅଭିନେତା ସମୟ ରାଇନା ଏବଂ ଇଣ୍ଡିଆଜ ଗଟ୍ ଲ୍ୟାଟେଣ୍ଟର ଆୟୋଜକଙ୍କ ବିରୋଧରେ ମଧ୍ୟ ଅଭିଯୋଗ ହୋଇଛି।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଚେତାବନୀ ଦେଇଛନ୍ତି ଯେ, ଶାଳୀନତାର ସୀମା ଅତିକ୍ରମ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅଭିବ୍ୟକ୍ତିର ସ୍ୱାଧୀନତାକୁ ହାଲୁକା ଭାବେ ନିଆଯାଇ ପାରିବ ନାହିଁ।
ହାସ୍ୟ ଅଭିନେତା ସମୟ ରାଇନାଙ୍କ ହିଟ୍ ଷ୍ଟାଣ୍ଡଅପ୍ କମେଡି ଶୋ’ ‘ଇଣ୍ଡିଆଜ୍ ଗଟ୍ ଲ୍ୟାଟେଣ୍ଟ’ ସମୟରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ନେଇ ୟୁଟ୍ୟୁବର ରଣବୀର ଆଲ୍ଲାବାଦିଆଙ୍କ ବିରୋଧରେ ଅଭିଯୋଗ ହୋଇଛି। ଆଡଭୋକେଟ ଆଶିଷ ରାୟ ଏବଂ ଅନ୍ୟମାନେ ଶୋ’ରେ ଅଶ୍ଳୀଳ ଭାଷା ବ୍ୟବହାର କରିଥିବା ନେଇ ମୁମ୍ବାଇ ପୋଲିସ କମିଶନର ଏବଂ ମହାରାଷ୍ଟ୍ର ମହିଳା କମିଶନଙ୍କ ନିକଟରେ ଅଭିଯୋଗ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଆଲ୍ଲାବାଡିଆ, ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଅପୂର୍ବା ମଖିଜା, ହାସ୍ୟ ଅଭିନେତା ସମୟ ରାଇନା ଏବଂ ଇଣ୍ଡିଆଜ୍ ଗଟ୍ ଲ୍ୟାଟେଣ୍ଟର ଆୟୋଜକଙ୍କ ବିରୋଧରେ ମଧ୍ୟ ଅଭିଯୋଗ ହୋଇଛି।
ଅଭିଯୋଗ ପାଇବା ପରେ ମୁମ୍ବାଇ ପୁଲିସର ଏକ ଟିମ୍ ଇଣ୍ଡିଆଜ୍ ଗଟ୍ ଲ୍ୟାଟେଣ୍ଟର ସେଟ୍ ରେ ପହଞ୍ଚିଥିଲା। ଆହ୍ଲାବାଦୀଙ୍କ ଏହି ମନ୍ତବ୍ୟ ଇଣ୍ଟରନେଟରେ ବ୍ୟାପକ ହଇଚଇ ସୃଷ୍ଟି କରିଥିଲା। ଅନେକ ଅନଲାଇନ୍ ବିଷୟବସ୍ତୁକୁ ନିୟନ୍ତ୍ରଣ ଏବଂ ସେନ୍ସରସିପ୍ ଅଧୀନରେ ଆଣିବା ଉପରେ ଗୁରୁତ୍ୱାରୋପ କରିଥିଲେ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଚେତାବନୀ ଦେଇଛନ୍ତି ଯେ ଶାଳୀନତାର ସୀମା ଅତିକ୍ରମ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅଭିବ୍ୟକ୍ତିର ସ୍ୱାଧୀନତାକୁ ହାଲୁକା ଭାବେ ନିଆଯାଇ ପାରିବ ନାହିଁ।
ଏହି ପ୍ରସଙ୍ଗରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଦେବେନ୍ଦ୍ର ଫଡନାଭିସ କହିଛନ୍ତି, ମୁଁ ମଧ୍ୟ ଏ ବିଷୟରେ ଜାଣିବାକୁ ପାଇଛି। ତଥାପି ମୁଁ ସେହି ସୋ’ ଦେଖିନାହିଁ। ସୋ’ରେ ଅପମାନଜନକ ଓ ଅଶ୍ଳୀଳ ମନ୍ତବ୍ୟ ଦିଆଯାଇଥିବା ମୋ ନଜରକୁ ଆସିଛି। ବାକ୍ ସ୍ୱାଧୀନତା ଅଛି, କିନ୍ତୁ ଏହି ସ୍ୱାଧୀନତା ସେତେବେଳେ ବାଧାପ୍ରାପ୍ତ ହୁଏ ଯେତେବେଳେ କେହି ଏହାକୁ ହାଲୁକା ଭାବରେ ଗ୍ରହଣ କରନ୍ତି ଏବଂ ଏହାର ଅପବ୍ୟବହାର କରନ୍ତି । ବାକ୍ ସ୍ବାଧୀନତାର ମଧ୍ୟ ସୀମା ରହିଛି। ଅଶ୍ଳୀଳତାକୁ ନେଇ କିଛି ନିୟମ ରହିଛି। ଯଦି ଏଭଳି କିଛି ଘଟିଛି, ତେବେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯିବ।
କ୍ଷମା ମାଗିଲେ ରଣବୀର ଆଲ୍ଲାବାଦିଆ
ବିବାଦର ଜବାବ ଦେଇ ସେ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ଯେଉଁଥିରେ ସେ ତାଙ୍କ ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ରଣବୀର କହିଛନ୍ତି, ‘ମୋ ମନ୍ତବ୍ୟ ଅନୁପଯୁକ୍ତ ଥିଲା ଏବଂ ମଜାଳିଆ ନୁହେଁ। କମେଡି ମୋର କାମ ନୁହେଁ । ଯାହା ଘଟିଲା ସେଥିପାଇଁ ମୁଁ କୌଣସି ବାହାନା କରିବାକୁ ଚାହୁଁନାହିଁ କିମ୍ବା ମୁଁ କୌଣସି ସ୍ପଷ୍ଟୀକରଣ ଦେବାକୁ ଚାହୁଁନାହିଁ । ମୁଁ ମୋ ଭୁଲ ସ୍ୱୀକାର କରେ ଏବଂ କ୍ଷମା ପ୍ରାର୍ଥନା କରେ । ଏହି ପୋଡକାଷ୍ଟକୁ ସବୁ ବୟସର ଲୋକ ଦେଖିଥାନ୍ତି । ମୁଁ ମୋର ଦାୟିତ୍ୱରୁ ବର୍ତ୍ତି ପାରିବି ନାହିଁ । ମୁଁ ବିଶ୍ୱାସ କରେ ଯେ ପରିବାର ବିଷୟରେ ଏଭଳି ମନ୍ତବ୍ୟ ଦେବା ଉଚିତ ନୁହେଁ । ମୁଁ ମୋର ଭୁଲରୁ ଶିଖିବି ଏବଂ ଭବିଷ୍ୟତରେ ମୋ ପ୍ଲାଟଫର୍ମରେ ଉନ୍ନତ ଏବଂ ସ୍ୱଚ୍ଛ ବିଷୟବସ୍ତୁ ପ୍ରଦାନ କରିବାକୁ ଚେଷ୍ଟା କରିବି । ମୁଁ ଇଣ୍ଡିଆଜ୍ ଗଟ୍ ଲ୍ୟାଟେଣ୍ଟ ସୋ’ର ଆୟୋଜକମାନଙ୍କୁ ଅନୁରୋଧ କରୁଛି ଯେ ଭିଡିଓରୁ ଆପତ୍ତିଜନକ ମନ୍ତବ୍ୟ ହଟାଇ ଦିଅନ୍ତୁ।
ବିଜେପିର ଉତ୍ତର ଭାରତୀୟ ମୋର୍ଚ୍ଚା ଉପାଧ୍ୟକ୍ଷ ନୀଲୋତ୍ପାଲ ମୃଣାଳ ରଣବୀର ଆଲ୍ଲାବଡିଆ, ସାମୟ ରାଇନା ଏବଂ ଇଣ୍ଡିଆଜ୍ ଗଟ୍ ଲ୍ୟାଟେଣ୍ଟ ଶୋ’ର ବିଚାରକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଖାର ଥାନାକୁ ଅଭିଯୋଗ ପତ୍ର ପଠାଇଛନ୍ତି। ରଣବୀର ପ୍ରତିଯୋଗୀଙ୍କୁ ଇଂରାଜୀରେ ପଚାରିଥିଲେ, ‘ତୁମେ ତୁମ ପିତାମାତାଙ୍କୁ ସାରା ଜୀବନ ଯୌନ ସମ୍ପର୍କ ରଖୁଥିବା ଦେଖିବାକୁ ପସନ୍ଦ କରିବ କି- ନା ତୁମେ ଥରେ ଯୋଗ ଦେଇ ଏହାକୁ ସବୁଦିନ ପାଇଁ ବନ୍ଦ କରିବ?
ଡିଜିଟାଲ ମନୋରଞ୍ଜନ ଦୁନିଆରେ ସମ୍ବେଦନଶୀଳତା ଏବଂ ନୈତିକ ଦାୟିତ୍ୱର ଆବଶ୍ୟକତା ରହିଛି ବୋଲି ଉପଭୋକ୍ତାମାନେ କହିଛନ୍ତି। ଅନେକ ୟୁଜର୍ସ ରଣବୀର ଅଲ୍ଲାହବାଦିଆଙ୍କୁ କ୍ଷମା ମାଗିବାକୁ କହିଥିବା ବେଳେ ଆଉ କିଛି ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଇନଷ୍ଟାଗ୍ରାମରେ ରଣବୀର ଅଲ୍ଲାହବାଦିଆଙ୍କର ୩.୫ ମିଲିୟନ ଫଲୋଅର୍ସ ଥିବା ବେଳେ ୮.୩ ମିଲିୟନ ଲୋକ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ଅଛନ୍ତି ।
ବିଜେପି ନେତା ରାମ କଦମ ଏହି ବିବାଦ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି, ‘ପିତାମାତା ହେଉଛନ୍ତି ଭଗବାନଙ୍କ ମୂର୍ତ୍ତି। ସେମାନଙ୍କ ବିରୋଧରେ ମନ୍ତବ୍ୟକୁ ବରଦାସ୍ତ କରାଯିବ ନାହିଁ। ପିତାମାତାଙ୍କ ବିରୋଧରେ ଘୃଣ୍ୟ ଶବ୍ଦ ବ୍ୟବହାର କରୁଥିବା ଜଣେ ୟୁଟ୍ୟୁବରଙ୍କୁ କେବଳ କ୍ଷମା କରାଯିବ ନାହିଁ ବରଂ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନର ମଧ୍ୟ ସମ୍ମୁଖୀନ ହେବାକୁ ପଡ଼ିବ।
ରଣବୀର ଆଲ୍ଲାବାଦିଆଙ୍କ ମନ୍ତବ୍ୟକୁ ନେଇ ସୃଷ୍ଟି ହୋଇଥିବା ବିବାଦ ସମ୍ପର୍କରେ ଜେଏମ୍ଏମ୍ ସାଂସଦ ମହୁଆ ମାଜି କହିଛନ୍ତି, ‘ଏହା ଏକ ପବ୍ଲିସିଟି ଷ୍ଟଣ୍ଟ୍। କିଛି ସମୟ ପୂର୍ବରୁ ସେ ପ୍ରଧାନମନ୍ତ୍ରୀଙ୍କ ଠାରୁ ପୁରସ୍କାର ପାଇଥିଲେ। ଅନ୍ତତଃ ସେ ଏହାକୁ ସମ୍ମାନ ଦେବା ଉଚିତ ଥିଲା। ପିତାମାତା ଓ ସନ୍ତାନମାନଙ୍କ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ପବିତ୍ର । ଏହାକୁ ନେଇ ଏଭଳି ଅଶ୍ଳୀଳ ମନ୍ତବ୍ୟ ଦେବା ଗ୍ରହଣୀୟ ନୁହେଁ। କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ସମ୍ପୃକ୍ତ ମନ୍ତ୍ରଣାଳୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର।