ଉତ୍ତର ପ୍ରଦେଶର କୌଶାମ୍ବୀର ଜଣେ ୧୫ ବର୍ଷୀୟା ଝିଅକୁ ଏକ ସାପ ୪୦ ଦିନରେ ୧୩ ଥର କାମୁଡ଼ିଥିବା ଖବର ଭାଇରାଲ ହେଉଛି । ଅର୍ଥାତ୍ ପ୍ରତି ତିନି ଦିନରେ ଥରେ,ସେହି ଝିଅକୁ ସାପ କାମୁଡ଼ି ଥିଲା। ଏଭଳି ଏକ ଖବର ଗତ ବର୍ଷ ଉତ୍ତର ପ୍ରଦେଶର ଫତେହପୁରରୁ ମଧ୍ୟ ଆସିଥିଲା। ଏହା କ’ଣ ସମ୍ଭବ? ବିଜ୍ଞାନ ଏବଂ ବିଶେଷଜ୍ଞମାନେ ଏହି କଥାକୁ ସ୍ପଷ୍ଟ ଭାବେ ଖଣ୍ଡନ କରନ୍ତି ଯେ ସାପ ଏପରି କରିପାରେ। ଏପରି କି ଡାକ୍ତରମାନେ ମଧ୍ୟ ଏହାକୁ ବିଶ୍ୱାସ କରନ୍ତି ନାହିଁ। ବିଜ୍ଞାନ କହୁଛି ଯେ ସାପ ଯଦି ଥରେ ବିଷ ଛାଡ଼ିଦିଏ, ତେବେ ତା ବିଷଗ୍ରନ୍ଥିରେ ବିଷ ତିଆରି ହେବାକୁ ସମୟ ଲାଗେ। ସାଧାରଣତଃ ଭାରତୀୟଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ରହିଛି ଯେ, ସାପ ଯାହାକୁ ଥରେ ଦେଖେ ତାକୁ ମନେ ରଖେ । ବିଶେଷକରି ତାକୁ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ । ଏମିତିକି କୁହାଯାଏ ଯେ, ସାପ ଆଖି କ୍ୟାମେରା ଭଳି,ସେଥିରେ ଯାହାର ଚିତ୍ର ଥରେ ଆସେ ତାହା ଲିଭେନା । ତେବେ ଏଭଳି ଦାବିର ସତ କେତେ ? ଆସନ୍ତୁ ଜାଣିବ । ତା’ପୂର୍ବରୁ ଜାଣିବା ସାପ ମଣିଷକୁ କାହିଁକି କାମୁଡେ ।
ସାପ କାହିଁକି ମଣିଷଙ୍କୁ କାମୁଡ଼େ ?
ପ୍ରଥମେ ଏହା ବୁଝିବା ଜରୁରୀ ଯେ ସାପ ମଣିଷଙ୍କୁ କାହିଁକି କାମୁଡ଼େ। ପ୍ରଥମ କାରଣ ହେଉଛି ଶିକାରକୁ ମାରିବା ଓ ଖାଇବା ପାଇଁ, ଏବଂ ଦ୍ୱିତୀୟ କାରଣ ହେଉଛି ନିଜର ସୁରକ୍ଷା ପାଇଁ। ଅନେକ ସମୟରେ ସେ ନିଜକୁ ବଞ୍ଚାଇବା ପାଇଁ କାମୁଡ଼େ। କେତେକ ସମୟରେ ସାପ ଡ୍ରାଇ ବାଇଟ୍ ମଧ୍ୟ କରେ, ଅର୍ଥାତ୍ ବିଷ ନଛାଡ଼ି କାମୁଡ଼େ। ସେ ଜଣେ ବ୍ୟକ୍ତିଙ୍କୁ ବାରମ୍ବାର କାମୁଡ଼ିପାରେ, କିନ୍ତୁ ଏହା ତାହା ହେବ ଯଦି ଉଭୟେ ଏକ ହିଁ ଜାଗାରେ ରହୁଛନ୍ତି। ସାପର କିଛି ପ୍ରଜାତି ବାରମ୍ବାର କାମୁଡ଼ିବା ପାଇଁ ଜଣାଯାଏ, କିନ୍ତୁ ଏହା ନିର୍ଦ୍ଦିଷ୍ଟ ପରିସ୍ଥିତି ଉପରେ ନିର୍ଭର କରେ।
କାହିଁକି କାହାକୁ ବାରମ୍ବାର କାମୁଡ଼େ ?
ଯଦି ଜଣେ ବ୍ୟକ୍ତି ବାରମ୍ବାର ସାପର ରହଣି ଜାଗାକୁ ଯାଉଛି, ତାକୁ ବିରକ୍ତ କରୁଛି, କିମ୍ବା ତାକୁ ଘେରି ଦେଉଛି, ତେବେ ସାପ ପ୍ରତ୍ୟେକ ଥର ସେହି ବ୍ୟକ୍ତିଙ୍କୁ ଏକ ନୂଆ ବିପଦ ଭାବେ ଦେଖିବ ଏବଂ ସୁରକ୍ଷା ପାଇଁ ପୁନର୍ବାର କାମୁଡ଼ିପାରେ।
– ଯଦି ଜଣେ ବ୍ୟକ୍ତି ବାରମ୍ବାର ସାପ ରହୁଥିବା ଅଞ୍ଚଳକୁ ଯାଉଛି, ଅର୍ଥାତ୍ ସେହି ବ୍ୟକ୍ତି ବାରମ୍ବାର ସେହି ସାପର ସଂସ୍ପର୍ଶରେ ଆସୁଛି।
– ଯଦି ସାପ କୌଣସି ଜାଲରେ ଫସିଯାଇଛି କିମ୍ବା ଏପରି ଜାଗାରେ ପଶିଯାଇଛି ଯେଉଁଠାରୁ ବାହାରି ପାରୁନାହିଁ ଏବଂ ଜଣେ ବ୍ୟକ୍ତି ବାରମ୍ବାର ତା’ ପାଖକୁ ଯାଉଛି। ତେବେ ପ୍ରତ୍ୟେକ ଥର ସାପ ବିପଦ ଅନୁଭବ କରି ତାକୁ କାମୁଡ଼ିବ।
ସାପ ମଣିଷଙ୍କୁ କିପରି ଦେଖେ
ବନ୍ୟଜନ୍ତୁ ବିଶେଷଜ୍ଞ ଏବଂ ଅନେକ ସାପ ଧରା ଅଭିଯାନରେ ଅଂଶଗ୍ରହଣ କରିଥିବା ମୃଦୁଲ ବୈଭବ କହୁଛନ୍ତି, ବାସ୍ତବରେ ସାପ କାହାକୁ ମଣିଷ ଯେପରି ଦେଖେ ସେପରି ଦେଖିପାରେ ନାହିଁ। ତେଣୁ ସେ କାହାର ମୁହଁ ଚିହ୍ନିବା ମଧ୍ୟ ସମ୍ଭବ ନୁହେ। ସାପର ରେଟିନାରେ ଶଙ୍କୁ ଥାଏ, ଯାହା ଅତିବାଇଗଣି ରଶ୍ମୀ ଚିହ୍ନଟ କରେ, ଯାହା ଦ୍ୱାରା ସେମାନେ କମ୍ ଆଲୋକରେ ଦେଖିପାରନ୍ତି। ବିଶେଷଜ୍ଞ ମୃଦୁଲ ବୈଭବ କହୁଛନ୍ତି ଯେ ଏହି କାରଣରୁ ସାପ କିଛି ମନେ ରଖେ ନାହିଁ କି ମନେ ରଖିବାର କ୍ଷମତା ରଖେନାହିଁ, କାରଣ ତା’ର ସ୍ମୃତିଶକ୍ତି ନାହିଁ। ବୈଜ୍ଞାନିକମାନେ ମଧ୍ୟ ମାନୁଛନ୍ତି ଯେ ସାପର ମସ୍ତିଷ୍କରେ କିଛି ମନେ ରଖିବାର କ୍ଷମତା ନାହିଁ।
କିପରି ସୁଙ୍ଘେ ଓ ଜିନିଷକୁ ଅନୁମାନ କରେ
ସାପର ପ୍ରକୃତ ଶକ୍ତି ହେଉଛି ତା’ର ସୁଙ୍ଘିବା କ୍ଷମତା, ଯାହା ସେ ନିଜ ଜିଭ ବାହାର କରି କରେ। ଏହି ମାଧ୍ୟମରେ ସେ ଜିନିଷକୁ ସୁଙ୍ଘେ, କିନ୍ତୁ ସାଧାରଣତଃ ଏହି କ୍ଷମତା ଦ୍ୱାରା ସେ, ଝିଙ୍କ, କୀଟପତଙ୍ଗ ଏବଂ ନିଜର ଖାଦ୍ୟକୁ ଭଲ ଭାବେ ସୁଙ୍ଘିପାରେ। ମଣିଷର ଗନ୍ଧ ସହିତ ସେ ପରିଚିତ ନୁହେ।
ସାପର ମସ୍ତିଷ୍କ କେତେ ବଡ଼?
ସାପର ମସ୍ତିଷ୍କ ତା’ର ଆକାର ଅନୁସାରେ ହୋଇଥାଏ। ତା’ର ଶରୀର ଓ ମସ୍ତିଷ୍କର ଓଜନର ଅନୁପାତ ୧୫୦୦ରେ ୧ ହୋଇଥାଏ। ତା’ର ମସ୍ତିଷ୍କ ଶରୀରର ମାତ୍ର ଏକ ପ୍ରତିଶତ ଅଂଶ। ଅର୍ଥାତ୍ ଛଅ ଫୁଟ ଲମ୍ବା ସାପର ମସ୍ତିଷ୍କ କେବଳ କିଛି ଗ୍ରାମ ହୋଇଥାଏ।
ସାପ କ’ଣ ବର୍ଷ ବର୍ଷ ଧରି କାହାର ପଛା କରିପାରେ?
ବିଜ୍ଞାନର ତଥ୍ୟ ଲଗାତାର କହୁଛି ଯେ ବଲିଉଡ ଚଳଚ୍ଚିତ୍ର ଭଳି ସାପର ପ୍ରତିଶୋଧ ନେବା କିମ୍ବା ବର୍ଷ ବର୍ଷ ଧରି କାହାର ପିଛା କରିବା ସମ୍ଭବ ନୁହେଁ । ବନ୍ୟଜନ୍ତୁ ଓ ସାପ ବିଶେଷଜ୍ଞ ମୃଦୁଲ ମଧ୍ୟ ଏହା କହୁଛନ୍ତି। ସେ ସ୍ପଷ୍ଟ କହୁଛନ୍ତି ଯେ ସାପ କାହାକୁ ବାରମ୍ବାର ଖୋଜି କାମୁଡ଼ିବ, ଏହା ସମ୍ଭବ ନୁହେ। ଯଦି ଏପରି ହେଉଛି, ତେବେ ଏହା ପଛରେ ନିଶ୍ଚିତ ଅନ୍ୟ କିଛି କାରଣ ରହିବ। ନଚେତ୍ ଏହା ସତ୍ୟତା ଓ ତଥ୍ୟରୁ ବାହାରେ।
ସାପର ବିଷ କ’ଣ ଥରେ ଶେଷ ହୋଇଯାଏ?
ନା। ଏହା ଏକ ବଡ଼ ମିଥ୍ୟା। ସାପର ବିଷ ଉତ୍ପାଦନ ଗ୍ରନ୍ଥି (Venom Glands) ଲଗାତାର ବିଷ ତିଆରି କରୁଛି। ଥରେ କାମୁଡ଼ିବା ସମୟରେ ସେ ତା’ର ଜମା ହୋଇଥିବା ବିଷ ବ୍ୟବହାର କରେ, କିନ୍ତୁ ତା’ର ବିଷ ଥଳି କିଛି ସମୟ ପରେ ପୁନର୍ବାର ଭର୍ତ୍ତି ହୋଇଯାଏ। ତେଣୁ ଯଦି ଏକ ସାପ ଜଣେ ବ୍ୟକ୍ତିଙ୍କୁ ଦୁଇଥର କାମୁଡ଼େ, ତେବେ ଦ୍ୱିତୀୟ ଥର ମଧ୍ୟ ତା’ର କାମୁଡ଼ିବା ସମାନ ମାରାତ୍ମକ ହୋଇପାରେ।
ଛୋଟ ସାପମାନେ ଶୀଘ୍ର ପୁନର୍ବାର ବିଷ ତିଆରି କରିପାରନ୍ତି, କିନ୍ତୁ ବଡ଼ ସାପ ଯେପରିକି କିଙ୍ଗ କୋବ୍ରା, ରାଟଲସ୍ନେକ୍, ଯେଉଁମାନେ ବହୁତ ପରିମାଣରେ ବିଷ ଇଞ୍ଜେକ୍ଟ କରନ୍ତି, ସେମାନଙ୍କୁ ଏହାର ପୁର୍ତ୍ତି କରିବାକୁ ଅଧିକ ସମୟ ଲାଗେ। ସେମାନଙ୍କ ବଡ଼ ଗ୍ରନ୍ଥିକୁ ପୁନର୍ଭରଣ କରିବାକୁ ଅନେକ ସପ୍ତାହ ଲାଗିପାରେ।
ALSO READ https://purvapaksa.com/pakistan-reaction-after-sco-declaration-condemned-pahalgam-terror-attack/
