ମହିଳାମାନଙ୍କ ଉପରେ ଅତ୍ୟାଚାରକୁ ନେଇ ରାଜ୍ୟ ପଡ଼ୁଥିବା ଉଠୁଥିବା ବେଳେ ଗତ ଦୁଇ ଦିନ ହେଲା ବିଜେପି ସରକାର ପ୍ରଶାସନିକ ସ୍ତରରେ ଅଦଳବଦଳ କରିବାରେ ଲାଗିଛନ୍ତି । ପ୍ରଥମେ ଆଇଏଏସ ସ୍ତରରେ ଅଦଳବଦଳ କରିଥିବା ବେଳେ ଗତ କାଲି ବିଳମ୍ବତ ରାତିରେ ଓଏଏସ ସ୍ତରରେ ବ୍ୟାପକ ଅଦଳବଦଳ କରିଛନ୍ତି । ସମସ୍ତେ ଆଶା କରିଥିଲେ ଯେ ଏହି ଅଦଳବଦଳରେ ବିଜେପି ସରକାର ବିଜେଡିର ଗୋଡ଼ାଣିଆ ସାଜି ରାଜଧାନୀରେ ରହି ରାଜନୀତି କରୁଥିବା ଓଏଏସ ଅଫିସରମାନଙ୍କୁ ଭୁବନେଶ୍ୱର ବାହାରକୁ ବଦଳି କରିବେ । କାରଣ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ ଦାବି କରି ଓଏଏସ ସଂଘ ରାଜ୍ୟ ସରକାରଙ୍କୁ ଅକଳରେ ପକାଇଥିଲା । ତେଣୁ ସମସ୍ତେ ଆଶା କରୁଥିଲେ ଏହି ଅଦଳବଦଳରେ ଏଭଳି ଅମାନିଆ ତଥା ବିଜେଡି ଇକୋ ସିଷ୍ଟମରେ କାମ କରୁଥିବା ଓଏଏସ ଅଫିସରଙ୍କୁ ସରକାର ବଦଳି କରିବେ ।
ସରକାର ଗତ କାଲି ବଦଳି ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏହି ବିଜ୍ଞପ୍ତିରେ ଯାହା ଦେଖିବାକୁ ମିଳିଛି ତାହା ହେଲା ବିଜେଡ଼ି ର୍ମାକା ଓଏଏସ ଅଫିସରମାନଙ୍କୁ ବଦଳି କରିବା ପାଇଁ ରାଜ୍ୟସରକାର ଭୟକରିଛନ୍ତି । ଓଏଏସ ସଂଘକୁ ହାଇଜାକ କରୁଥିବା ବିଜେଡିର ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀଙ୍କ ସ୍ୱାମୀ ତଥା ନବୀନ ନିବାସରେ ପୂର୍ବରୁ ଓଏସଡି ଥିବା ରବିନ୍ଦ୍ର କୁମାର ସେଠୀଙ୍କୁ ବଦଳି କରିଛନ୍ତି । ତାଙ୍କୁ ଜଙ୍ଗଲ ଉନ୍ନୟନ ନିଗମରୁ କୋରାପୁଟରେ ଥିବା କେବିକେ ଯୁଗ୍ମ ପ୍ରଶାସକ ଭାବରେ ବଦଳି କରିଛନ୍ତି । ଓଏଏସ ସଂଘର ବାକି ଅନ୍ୟ ଅମାନଢ଼ ଅଫିସରଙ୍କ ଦେହରେ ହାତ ମାରିବାକୁ ସରକାର ଡରିଛନ୍ତି । ତେଣୁ ସଂଘର ଅନ୍ୟ ଅଫିସରଙ୍କୁ ବଦଳି କରିବାକୁ ସାହସ କରିପାରିନାହାନ୍ତି ।
ALSO READ https://purvapaksa.com/dharmendras-fears-are-allayed-by-ashwanis-help/
Dharmendra’s fears are allayed by Ashwani’s help ।। ଧର୍ମେନ୍ଦ୍ରଙ୍କ ଭୟ ଅଶ୍ୱନୀଙ୍କ ଶରଣରେ ଅଚ୍ୟୁତ
