ନାଟକର ନାଁ ଆଲ୍ଲାଙ୍କ ପାଖରେ ମିଛ କାନ୍ଦଣା । ଏ କଥା ଆମେ କାହିଁକି କହୁଛୁ ତାହା ଜାଣିବା ଏ ଭିଡିଓ ଉପରେ ଥରେ ନଜର ପକାନ୍ତୁ । ଆପଣ ଏ ଭିଡିଓ ଦେଖି କଣ ଭାବୁଛନ୍ତି । ବାବୁଛନ୍ତି ଏହା କେଉଁ ମସଜିଦର ଭିଡିଓ । ନାହିଁ ଆଜ୍ଞା ଏ ହେଉଛି ଶଙ୍ଖ ଭବନର ଭିଡିଓ । ଆଉ ଏଠି ଯେଉଁମାନେ ଦୁଆ ମାଗୁଛନ୍ତି ସେମାନେ ମୁସଲିମ ନୁହନ୍ତି ସେମାନେ ସବୁ ହିନ୍ଦୁ । ଆମେ ପୂର୍ବରୁ ଅନେକ ଥର ଦେଖିଛୁ ଆଉ ଜାଣିଛୁ କି କୌଣସି କଥାରେ ଆଲ୍ଲାଙ୍କ ପାଖରେ ଦୁଆ ମାଗିବାର ଥିଲେ ମସଜିଦକୁ ଯାଇ ନମାଜ ପଢାଯାଏ କି ପୁଜା ଅର୍ଚ୍ଚନା କରାଯାଏ । କିନ୍ତୁ ଶଙ୍ଖ ଭବନ କେବେଠୁ ମସଜିଦ ହୋଇଗଲାଣି ତାହା ଆମେ କେବେ ଦେଖି ନଥିଲୁ । ଏବେ ଟିକେ ଶଙ୍ଖ ଭବନ ଏଲଡିରେ ଲେଖା ହୋଇଥିବା ଏ ଭିଡିଓଟିକୁ ଦେଖନ୍ତୁ । ଏଠାରେ ସ୍ପଷ୍ଟ ଜଣା ପଡୁଛି କି ଏହା ବିଜେଡି ମାନୋରିଟି ସେଲ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଦିଆଯାଉଛି । କିନ୍ତୁ ଏଠି ଯେଉଁ ନେତାମାନେ ଶଦ୍ଧାଞ୍ଜଳୀ ନାଁରେ ନାଟକ କରୁଛନ୍ତି ସେମାନଙ୍କ ହାବ ଭାବକୁ ଟିକେ ଦେଖନ୍ତୁ । କିଏ ହାତ ଯୋଡିଛି ତ କିଏ ଖାଲି ବାଧ୍ୟରେ ପ୍ରାର୍ଥନା କରିବାକୁ ଟୋପି ପିନ୍ଧି ଗାମୁଛା କାନ୍ଧରେ ପକାଇଛି ।
ଆଉ ଏଭଳି ଶ୍ରଦ୍ଧାଞ୍ଜଳୀ ଭିଡିଓକୁ ଦେଖିଲେ ସ୍ପଷ୍ଟ ବୁଝି ହେଉଛି କି ଏମାନେ ଶ୍ରଦ୍ଧାଞ୍ଜଳୀ ନାଁରେ କିଭଳି ନାଟକ ବାଜି କରୁଛନ୍ତି । ସତରେ ଏଭଳି ନାଟକ ଦେଖିଲା ପରେ ସ୍ୱର୍ଗରେ ଥାଇ ସୌମ୍ୟାଶ୍ରୀଙ୍କ ଆତ୍ମା ବି ଆଜି କାନ୍ଦୁଥିବ । ପ୍ରଥମେ ତ ଏମାନେ ଯାହା ପାଇଁ ପ୍ରାର୍ଥନା କରୁଛନ୍ତି ସେ ଜଣେ ହିନ୍ଦୁ ଝିଅ । ଯେଉଁମାନେ ପ୍ରାର୍ଥନା କରୁଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ହିନ୍ଦୁ ନେତା ତାପରେ ଏହା କୈାଣସି ମସଜିଦ ନୁହେଁ । ତେବେ ଏଭଳି ପ୍ରାର୍ଥନା ଆୟୋଜନ ଯଦି କରିବାର ଥିଲା । ଯଦି ଏଭଳି ଅଭିନୟ ନେତାଙ୍କ କରିବାର ଥିଲା । ତାହାଲେ ସେମାନେ ମଞ୍ଚ ପ୍ରସ୍ତୁତ କରିପାରିଥାନ୍ତେ ଅଥବା ମସଜିଦ ଯାଇ ପ୍ରାର୍ଥନା ବି କରିପାରିଥାନ୍ତେ । କିନ୍ତୁ ଶଙ୍ଖ ଭବନରେ ଏ କି ପ୍ରକାର ନାଟକ ଚାଲିଛି ତାକୁ ନେଇ ଲୋକେ ନାକରେ ଆଙ୍ଗୁଠି ପୁରା ହସୁଛନ୍ତି । ଆଉ କୁହାକୁହି ହେଉଛନ୍ତି କି କାଳେ ଯାତ୍ରାରେ ଯାଇ ଏମାନେ ଅଭିନୟ କଲେ ଭଲ ହୁଅନ୍ତା ।
ଅନ୍ୟପକ୍ଷରେ ଆଜି ମନେ ପଡୁଛି ନବ ଦାସଙ୍କ ହତ୍ୟା ସମୟର କଥା । ଆପଣ ମାନଙ୍କର ମନେ ଥିବ ନବ ଦାସଙ୍କ ହତ୍ୟା ପରେ ନବଙ୍କ ମରଶରୀରକୁ ଶଙ୍ଖ ଭବନକୁ ପୁରାଇ ଦିଆଯାଇ ନଥିଲା । ଖାଲି ନବଙ୍କ କାହିଁକି ନବଙ୍କ ଭଳି ମହେଶ୍ୱର ମହାନ୍ତି ଦେହାନ୍ତ ପରେ ସମାନ ସ୍ଥିତି ଘଟିଥିଲା । ନବ ମହେଶ୍ୱରଙ୍କ ପରି ଅନେକ ନେତାଙ୍କ ମରଶରୀର ଶଙ୍ଖ ଭବନ ଅପବିତ୍ର ହୋଇଯିବ ବୋଲି ଶଙ୍ଖ ଭବନକୁ ପୁରାଇ ଦିଆ ଯାଇ ନଥିଲା । ହଁ ଆଗରୁ ବି କେବେ କୌଣସି ନାରୀ ନିର୍ଯ୍ୟାତନା ଶିକାର ହୋଇଥିବା କୌଣସି ଓଡିଆ ଝିଅଙ୍କ ପ୍ରତି ଏମିତି ଶଙ୍ଖ ଭବନ ଭିତରେ ନମାଜ ପଢିବା ବି କେହି ଦେଖି ନ ଥିଲେ । ତେଣୁ ଏବେ ନୂଆ ନୂଆ ଦେଖିବାରୁ ଲୋକେ କହୁଛନ୍ତି ସତରେ ରାଜନୀତି ପାଇଁ କେତେ ତଳକୁ କସି ଯାଉଛନ୍ତି ବିଜେଡି ନେତାମାନେ ।
ALSO READ https://purvapaksa.com/archana-naag-archana-naag-byte-didnt-work/
