ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡିର ୪୦ ଷ୍ଟାର ପ୍ରଚାରକ: ନବୀନ ପଟ୍ଟନାୟକଙ୍କ ସହ ୧୬ ବିଧାୟକ ସ୍ନେହାଙ୍ଗିନୀଙ୍କ ପାଇଁ ମାଗିବେ ଭୋଟ ।
ଭାରତୀୟ ଜନତା ପାର୍ଟିର ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ ପରେ ଆଜି ବିଜୁ ଜନତା ଦଳ ପକ୍ଷରୁ ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରାଯାଇଛି। ନିର୍ବାଚନ କମିଶନଙ୍କ ନିୟ୍ରମ ଅନୁସାରେ ଏହି ପ୍ରଚାରକମାନଙ୍କ ତାଲିକାକୁ ନିର୍ବାଚନ ଅଧିକାରୀଙ୍କ ପାଖରେ ଦାଖଲ କରିବାକୁ ହୋଇଥାଏ।
ବିଜେଡିର ଏହି ତାଲିକାରେ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କସହ ୧୬ ଜଣ ବିଧାୟକ ରହିଛନ୍ତି। ଏମାନେ ନଭେମ୍ବର ୧୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ଭୋଟ ମାଗିବେ।
ଷ୍ଟାର ପ୍ରଚାରକଙ୍କ ତାଲିକାରେ ଦଳର ବରିଷ୍ଠ ନେତା, ବିଧାୟକ ଏବଂ ପୂର୍ବତନ ମନ୍ତ୍ରୀମାନେ ସ୍ଥାନ ପାଇଛନ୍ତି। ପ୍ରଚାର ଅଭିଯାନରେ ନବୀନ ପଟ୍ଟନାୟକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ନୂଆପଡ଼ା ଆସନଟି ବିଜେଡି ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ, ଏହି ଉପନିର୍ବାଚନରେ ଦଳ ସମସ୍ତ ଶକ୍ତି ଲଗାଇବାକୁ ଯୋଜନା କରିଛି। ବିଜେଡିର ଷ୍ଟାର ପ୍ରଚାରକଙ୍କ ସମ୍ପୂର୍ଣ୍ଣ ତାଲିକା ଏହିପରି:
୧. ନବୀନ ପଟ୍ଟନାୟକ
୨. ପ୍ରସନ୍ନ ଆଚାର୍ଯ୍ୟ
୩. ଦେବୀ ପ୍ରସାଦ ମିଶ୍ର
୪. ରଣେନ୍ଦ୍ର ପ୍ରତାପ ସ୍ୱାଇଁ
୫. ନିରଞ୍ଜନ ପୂଜାରୀ
୬. ଅରୁଣ କୁମାର ସାହୁ
୭. ପ୍ରତାପ ଦେବ
୮. ପ୍ରଣବ ପ୍ରକାଶ ଦାସ
୯. ଅତନୁ ସବ୍ୟସାଚୀ ନାୟକ
୧୦. ପ୍ରତାପ ଜେନା
୧୧. ସଞ୍ଜୟ କୁମାର ଦାସ ବର୍ମା
୧୨. ଦିବ୍ୟ ଶଙ୍କର ମିଶ୍ର
୧୩. କାଳିକେଶ ନାରାୟଣ ସିଂ ଦେଓ
୧୪. ସାରଦା ନାୟକ
୧୫. ପୁଷ୍ପେନ୍ଦ୍ର ସିଂ ଦେଓ
୧୬. ପ୍ରୀତି ରଞ୍ଜନ ଘରାଇ
୧୭. ଟୁକୁନୀ ସାହୁ
୧୮. ସୁଲତା ଦେଓ
୧୯. ଲେଖାଶ୍ରୀ ସମନ୍ତସିଂହାର
୨୦. ସୁଦାମ ମାର୍ଣ୍ଡି
୨୧. ଦେବେଶ ଆଚାର୍ଯ୍ୟ
୨୨. ପ୍ରଦୀପ କୁମାର ଦିଶାରୀ
୨୩. ସରୋଜ କୁମାର ମେହେର
୨୪. ରୋହିତ ପୂଜାରୀ
୨୫. ମୁଜିବୁଲ୍ଲା ଖାନ
୨୬. ଶ୍ରୀ ବିକ୍ରମ ପଣ୍ଡା
୨୭. ଭ୍ରୁଗୁ ବକ୍ସିପତ୍ର
୨୮. ଯୋଗେଶ ସିଂ
୨୯. ନିରଞ୍ଜନ ବିଶୀ
୩୦. ମନୋହର ରନ୍ଧାରୀ
୩୧. ରମେଶ ମାଝୀ
୩୨. ପ୍ରଦୀପ ମାଝୀ
୩୩. ଅଧିରାଜ ପାଣିଗ୍ରାହୀ
୩୪. ରୋମାଞ୍ଚ ରଞ୍ଜନ ବିଶ୍ୱାଳ
୩୫. ସୁବାସିନୀ ଜେନା
୩୬. ବର୍ଷା ସିଂ ବରିହା
୩୭. ଦୀପାଳୀ ଦାସ
୩୮. ମନୋରମା ମହାନ୍ତି
୩୯. ଚିନ୍ମୟ ସାହୁ
୪୦. ଇପ୍ସିତା ସାହୁ
ଏହି ପ୍ରଚାରକମାନେ ନୂଆପଡ଼ାରେ ବିଭିନ୍ନ ସଭା ଓ ରୋଡ ଶୋ’ରେ ଯୋଗ ଦେବେ ଏବଂ ଦଳର ବିକାଶମୂଳକ କାର୍ଯ୍ୟକ୍ରମକୁ ଲୋକଙ୍କ ଆଗରେ ଉପସ୍ଥାପନ କରିବେ। ବିଜେଡି ନେତାମାନେ କହିଛନ୍ତି ଯେ, ସ୍ନେହାଙ୍ଗିନୀ ଛୁରିଆ ଜଣେ ଯୋଗ୍ୟ ପ୍ରାର୍ଥୀ ଏବଂ ନୂଆପଡ଼ାର ବିକାଶ ପାଇଁ ତାଙ୍କର ନିର୍ବାଚନ ଅତ୍ୟନ୍ତ ଜରୁରୀ। ଅନ୍ୟପକ୍ଷରେ, ବିଜେପି ଓ କଂଗ୍ରେସ ମଧ୍ୟ ନିଜ ନିଜର ପ୍ରଚାର ରଣନୀତି ପ୍ରସ୍ତୁତ କରୁଛନ୍ତି, ଯାହା ଏହି ଉପନିର୍ବାଚନକୁ ରୋମାଞ୍ଚକର କରି ତୋଳିଛି।ଏହି ଘୋଷଣା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ଏବଂ ନୂଆପଡ଼ାର ଭୋଟରମାନେ ଏହି ଷ୍ଟାର ନେତାଙ୍କ ପ୍ରଚାରକୁ ଅପେକ୍ଷା କରି ରହିଛନ୍ତି।
also read https://purvapaksa.com/how-low-will-leaders-and-voters-stoop/
