ବିଦେଶରୁ ଆମଦାନୀ ହେଉଥିବା ତରଳ ପ୍ରାକୃତିକ ଗ୍ୟାସ୍ (LNG) ଏବଂ ଅଶୋଧିତ ତୈଳ ଉପରେ ଦେଶର ନିର୍ଭରଶୀଳତାକୁ ହ୍ରାସ କରିବା ପାଇଁ କେନ୍ଦ୍ର କ୍ୟାବିନେଟ୍ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ଦେଶରେ ସ୍ୱଦେଶୀ ବାୟୋ-ଗ୍ୟାସ୍ ଏବଂକ୍ଷଣ ସମ୍ପଦର ଉପଯୋଗକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ‘ଗୋବର୍ଦ୍ଧନ’ ଯୋଜନାକୁ କ୍ୟାବିନେଟ୍ ପକ୍ଷରୁ ଆନୁଷ୍ଠାନିକ ଭାବେ ଅନୁମୋଦନ ମିଳିଛି। ଏହି ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳର ବର୍ଜ୍ୟବସ୍ତୁକୁ ଶକ୍ତି ଏବଂ ସବୁଜ ଇନ୍ଧନରେ ପରିଣତ କରାଯିବ।
#Cabinet approves GOBARdhan, India’s National Unified Scheme for Compressed #Biogas, with an outlay of Rs.23,731 crore
Scheme to drive nearly ten-fold growth in domestic #CBG production and strengthen India’s energy security#CabinetDecisions pic.twitter.com/cX0iUrsA4C
— Dhirendra Ojha (@DG_PIB) August 6, 2026
କ’ଣ ଏହି ଗୋବର୍ଦ୍ଧନ ଯୋଜନା?
ଗୋବର୍ଦ୍ଧନ ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଉଛି ଗ୍ରାମାଞ୍ଚଳରେ ଉପଲବ୍ଧ ଗୋବର ଏବଂ ବିଭିନ୍ନ ଜୈବିକ ବର୍ଜ୍ୟବସ୍ତୁକୁ ବ୍ୟବହାର କରି କମ୍ପାଷ୍ଟ ଏବଂ ସମମାନର କମ୍ପ୍ରେସଡ୍ ବାୟୋ-ଗ୍ୟାସ୍ (CBG) ପ୍ରସ୍ତୁତ କରିବା।
- LNG ଆମଦାନୀ ହ୍ରାସ : ଦେଶରେ ବାୟୋ-ଗ୍ୟାସ୍ ଉତ୍ପାଦନ ବଢ଼ିଲେ ଶିଳ୍ପ ଏବଂ ପରିବହନ କ୍ଷେତ୍ରରେ ବିଦେଶୀ ଗ୍ୟାସ୍ ଉପରେ ଥିବା ଚାପ କମିବ।
- ପରିବେଶ ଅନୁକୂଳ ଇନ୍ଧନ : ଏହା ଦ୍ୱାରା କେବଳ ସବୁଜ ଶକ୍ତି କ୍ଷେତ୍ରକୁ ପ୍ରୋତ୍ସାହନ ମିଳିବ ନାହିଁ ବରଂ ଗ୍ରାମାଞ୍ଚଳରେ ପରିବେଶ ସ୍ୱଚ୍ଛ ରହିବା ସହ କୃଷକମାନେ ଅତିରିକ୍ତ ଆୟର ସୁଯୋଗ ମଧ୍ୟ ପାଇବେ।
ଗ୍ରାମୀଣ ଅର୍ଥନୀତିକୁ ମିଳିବ ନୂଆ ଗତି
ଏହି ଯୋଜନା ଅଧୀନରେ ସରକାର ଦେଶବ୍ୟାପୀ ବାୟୋ-ଗ୍ୟାସ୍ ପ୍ଲାଣ୍ଟ ସ୍ଥାପନ କରିବା ପାଇଁ ସହାୟତା ଏବଂ ପ୍ରୋତ୍ସାହନ ଯୋଗାଇବେ। ଏହା ଦ୍ୱାରା ସ୍ଥାନୀୟ ସ୍ତରରେ ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ଦେଶକୁ ଆତ୍ମନିର୍ଭରଶୀଳ କରିବାରେ ଏହା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।


