Chaturmukhi Rudraksha: ସାଧାରଣତଃ ରୁଦ୍ରାକ୍ଷ ବିଷୟରେ ଆମେ ସମସ୍ତେ ଅଳ୍ପ ବେଶି ତଥ୍ୟ ଜାଣିଥାଉ।
ଆଗକୁ ଆସୁଛି ପରୀକ୍ଷା। ଏହି ପାଇଁ ପିଲାମାନଙ୍କ ସହ ପରିବାର ଲୋକେ ମଧ୍ୟ ଚିନ୍ତିତ ଥିବେ। ନିୟଜ ପିଲାର ସ୍ମରଣ ଶକ୍ତି ବଢାଇବା ପାଇଁ ତାଙ୍କୁ ଚାରିମୁଖୀ ରୁଦ୍ରାକ୍ଷର ମହତ୍ୱ ବିଷୟରେ କୁହନ୍ତୁ ଏବଂ ତାଙ୍କୁ ପିନ୍ଧିବାକୁ ଦିଅନ୍ତୁ। ଏହାକୁ ପିନ୍ଧିବା ଦ୍ୱାରା ଆପଣ ମଧ୍ୟ ସଫଳତା ପାଇ ପାରିବେ ।
ଆଜିର ସମୟରେ ମଧ୍ୟ ଅନେକ ଲୋକଙ୍କୁ ଏହାକୁ ବିନ୍ଧିଥିବାର ଦେଖାଯାଏ । ହେଲେ ଅନେକ ଲୋକ ଏହାକୁ ପିନ୍ଧିବାର ମହତ୍ୱ ଏବଂ ଲାଭ ବିଷୟରେ ଜାଣି ନାହାନ୍ତି । ଆଜି ଆପଣଙ୍କୁ ଆମେ ଚାରିମୁଖୀ ରୁଦ୍ରାକ୍ଷ ବିଷୟରେ କହିବୁ।
ହିନ୍ଦୁ ଧର୍ମରେ ରୁଦ୍ରାକ୍ଷର ଅନେକ ମହତ୍ୱ ରହିଛି । କୁହାଯାଏ ରୁଦ୍ରାକ୍ଷର ଉତ୍ପତ୍ତି ଭଗବାନ ଶିବଙ୍କ ଆଖିର ପାଣିରୁ ହୋଇଛି । ରୁଦ୍ରାକ୍ଷ ଆଧ୍ୟାତ୍ମିକତା ଏବଂ ଦୈବ ଶକ୍ତିର ଆଧାର । ବିଜ୍ଞାନରେ ମଧ୍ୟ ଏଥିରେ ଥିବା ଔଷଧୀୟ ଗୁଣ ବିଷୟରେ ବର୍ଣ୍ଣନା କରା ଯାଇଛି । ରୁଦ୍ରାକ୍ଷ ବହୁତ ପ୍ରକାରର ହୋଇଥାଏ, ଆଜି ଆମେ ଆପଣଙ୍କୁ ଚାରିମୁଖୀ ରୁଦ୍ରାକ୍ଷ ବିଷୟରେ କହିବୁ ।
ଚାରିମୁଖୀ ରୁଦ୍ରାକ୍ଷର ମହତ୍ୱ
ର ଅଧିପତି ହେଉଛନ୍ତି ଭଗବାନ ବ୍ରହ୍ମା ଏବଂ ସରସ୍ୱତୀ । ଏହି କାରଣରୁ ଚାରିମୁଖୀ ରୁଦ୍ରାକ୍ଷ ପିଲାଙ୍କ ପାଇଁ ଲାଭକାରୀ ହୋଇଥାଏ । ଯେଉଁ ଛାତ୍ରଛାତ୍ରୀଙ୍କର ଏକାଗ୍ରର ଅଭାବ ଥାଏ ସେମାନଙ୍କ ପାଇଁ ଏହା କୌଣସି ଔଷଧଠାରୁ କମ ନୁହଁ। ଛାତ୍ରଛାତ୍ରୀମାନେ କୌଣସି ପାଠ ପଢ଼ିବା ପରେ ଯଦି ଭୁଲି ଯାଉଛନ୍ତି ଏବଂ କହିବା ବେଳେ ରହି ଯାଉଛନ୍ତି ତେବେ ସେମାନେ ଏହି ରୁଦ୍ରାକ୍ଷ ପିନ୍ଧିବା ଜରୁରୀ।ଏହାସହ ଯେଉଁମାନେ ଆଧ୍ୟତ୍ମିକ ପଥରେ ଅଛନ୍ତି ଏହି ରୁଦ୍ରାକ୍ଷ ସେମାନଙ୍କ ଧ୍ୟାନକୁ ଦୃଢ କରିବା ସହିତ ଇନ୍ଦ୍ରିୟ ଗୁଡିକୁ ଜାଗ୍ରତ କରେ ଓ ଜୀବନର ଉଦ୍ଦେଶ୍ୟ ଖୋଜିବାରେ ସାହାଯ୍ୟ କରେ । ଏହି ରୁଦ୍ରାକ୍ଷ ବୃଷ, ମିଥୁନ, କନ୍ୟା, ତୁଳା, ବିଛା ଓ କୁମ୍ଭ ରାଶି ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।
ଚାରିମୁଖୀ ରୁଦ୍ରାକ୍ଷର ଫାଇଦା
ଏହାକୁ ପିନ୍ଧିବା ଦ୍ୱାରା ପିଲାମାନଙ୍କର ଏକାଗ୍ରତାରେ ଉନ୍ନତି ଆସିଥାଏ ଏବଂ ଶିକ୍ଷା କ୍ଷେତ୍ରରେ ଶୁଭ ଫଳ ମିଳିଥାଏ । ଏହା ନା କେବଳ ଏକାଗ୍ରତାରେ ବରଂ ବୁଦ୍ଧିର ବିକାଶ ପାଇଁ ମଧ୍ୟ ଲାଭ ଦାୟକ। ଏହାସହ ଏହାକୁ ପୁଂଢିବା ଦ୍ୱାରା ଆମ ବାଣୀ ବା କଥାବାର୍ତ୍ତାରେ ଅନୁକୂଳ ପ୍ରଭାବ ପଡ଼ିଥାଏ । ଏହାସହ କଥାରେ କୋମଳତା ଏବଂ ମଧୁରତା ମଧ୍ୟ ଆସିଥାଏ। ଯଦି ଆପଣ ଏହାକୁ ପିନ୍ଧନ୍ତି ତେବେ କେବଳ କଥାରେ ହିଁ ଆପଣ ଲୋକଙ୍କର ମନ ଜିତି ପାରିବେ। ଯାହା ଆମ କ୍ୟାରିୟର ପାଇଁ ଅତ୍ୟନ୍ତ ଆବଶ୍ୟକ । ଯେଉଁମାନେ ଆଧ୍ୟତ୍ମିକ ପଥରେ ଅଛନ୍ତି, ରୁଦ୍ରାକ୍ଷ ସେମାନଙ୍କ ଧ୍ୟାନକୁ ଦୃଢ କରିଥାଏ । ଏହାକୁ ଧାରଣା କରିବା ଦ୍ୱାରା ନାସ୍ତିକ ମଧ୍ୟ ଆସ୍ତିକ ହୋଇଯାଆନ୍ତି। ଏହା ମାନସିକ ଶାନ୍ତି ପ୍ରଦାନ କରିବା ସହ ରୋଗରୁ ମୁକ୍ତି ମଧ୍ୟ ଦେଇଥାଏ ।
ALSO READ: https://purvapaksa.com/vastu-tips-for-student/
ପାଠ ପଢ଼ାରେ ମନ ଲାଗୁନି କି ପିଲାଙ୍କ ମନ? ଜାଣନ୍ତୁ କଣ କରିବେ ପରିବର୍ତ୍ତନ