Viral: ବେଙ୍ଗାଲୁରୁର ଜଣେ ଇଞ୍ଜିନିୟର, ଯିଏ କି ୨ ବର୍ଷରୁ ଗୋଟିଏ ଚାକିରୀ ପାଇଁ ସଂଘର୍ଷ କରୁଛନ୍ତି । ନିଜ ପରିସ୍ଥିତିରୁ ହାରି ଏପରି ଲେଖିଲେ ସୋସିଆଲ ମିଡ଼ିଆରେ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।
ଦେଶରେ ବେକାରୀ ସମସ୍ୟା ଏବେ ଚରମ ସୀମାରେ ପହଂଚି ସାରିଛି । ଲୋକଙ୍କ ପାଖରେ ଉଚ୍ଚ ରୁ ଉଚ୍ଚ ଡିଗ୍ରୀ ଥିବା ପରେ ମଧ୍ୟ ସେମାନେ ବେକାର ବୁଲୁଛନ୍ତି । ବର୍ତ୍ତମାନ ପରିସ୍ଥିତି ଏଭଳି ଉପୁଜିଛି ଯେ , ଲୋକମାନେ ତାଙ୍କ ଜୀବନରେ ସମସ୍ତ ଆଶା ଛାଡି ଦେବାକୁ ଆରମ୍ଭ କରିଛନ୍ତି । ଏମିତି ଅନେକ ସମୟରେ ଏହି ମାମଲାରେ ଅନେକ ଚର୍ଚ୍ଚା ହେଉଥିବା ବେଳେ, ବର୍ତ୍ତମାନ ଏପରି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କ ଚର୍ଚ୍ଚାର ବିଷୟ ବସ୍ତୁ ପାଲଟିଛି ।
ନିକଟରେ ବେଙ୍ଗାଲୁରୁର ଜଣେ ୨୩ ବର୍ଷୀୟ ଟେକ ଗ୍ରାଜୁଏଟ କରିଥିବା ଯୁବକ ରେଡଡିଟ (Reddit) ୱେବସାଇଟରେ ନିଜ ସଂଘର୍ଷ ବିଷୟରେ ଲେଖିଛନ୍ତି । ସେଠାରେ ସେ ଚାକିରୀ ଖୋଜିବା ପାଇଁ ସାହାଯ୍ୟ ମାଗିଛନ୍ତି । ୨୦୨୩ରେ ଗ୍ରାଜୁଏସନ କରିଥିବା ଇଞ୍ଜିନିୟର କହିଛନ୍ତି ଯେ, ଗ୍ରାଜୁଏସନର ଦୁଇ ବର୍ଷ ପରେ ମଧ୍ୟ ତାଙ୍କ ଚାକିରୀ ମିଳିନାହିଁ । ସେଥିପାଇଁ ସେ ବିନା ଦରମାରେ ମଧ୍ୟ ଚାକିରୀ କରିବା ପାଇଁ ରାଜି ଅଛନ୍ତି ।
ଏବେ ଆପଣ ଭାବନ୍ତୁ, କ’ଣ ଆପଣ ବିନା ଟଙ୍କାରେ ଚାକିରୀ କରିବା ପାଇଁ ଚାହିଁବେ ? ଆସନ୍ତୁ ଜାଣିବା କ’ଣ ପାଇଁ ଇଞ୍ଜିନିୟର ଜଣଙ୍କ ଏଭଳି ପ୍ରସ୍ତାବ ରଖିଲେ।

ଚାକିରୀ ପାଇବାର ସଂଘର୍ଷ
ଇଞ୍ଜିନିୟର ଜଣଙ୍କ ବେଙ୍ଗାଲୁରୁର ଏକ ସଫ୍ଟୱେୟର କମ୍ପାନିରେ କାମ କରିବାର ସ୍ୱପ୍ନ ଦେଖିଥିଲେ । ହେଲେ ଚାକିରୀ ଖୋଜୁ ଖୋଜୁ ତାକୁ ୨ ବର୍ଷରୁ ଅଧିକ ସମୟ ହୋଇ ଯାଇଛି । ହେଲେ ତାକୁ କୌଣସି ଚାକିରୀ ମିଳି ନଥିଲା ।୨୦୨୩ ରେ ସେ ପାଠ ପଢ଼ା ଶେଷ କରିଥିଲେ, ତଥାବି ସେ ଏକ ସ୍ଥିର ଚାକିରୀ ପାଇବାରେ ସଫଳ ହୋଇ ପାରି ନଥିଲେ । ବହୁତ ଥର ପ୍ରୟାସ କରିବା ପରେ, ସେ ଚାକିରୀ ଖୋଜିବାର ଆଉ ଏକ ଉପାୟ ଆପଣାଇଲେ ।
ସୋସିଆଲ ମିଡ଼ିଆରେ ଅଜବ ପ୍ରସ୍ତାବ
ଏହା ପରେ ଯୁବକ ଜଣଙ୍କ ସୋସିଆଲ ମିଡ଼ିଆର ସାହାରା ନେଇ ଏକ ପୋଷ୍ଟ ଲେଖିଲେ, ମୋ ରିଯ୍ୟୁମେ ଜଳେଇ ଦିଅ, କିନ୍ତୁ ମୋର ସାହାଯ୍ୟ କରିଦିଅ! ମୁଁ ବ୍ୟାକୁଳ ଅଛି ଏବଂ ମାଗଣାରେ କାମ କରିବାକୁ ପ୍ରସ୍ତୁତ ଅଛି!” ମୁଁ ପାୟଥନ, ଜାଭା, ମେସିନ ଲଗିଙ୍ଗ ଭଳି ଜିନିଷରେ ମାହିର । କିନ୍ତୁ ତଥାପି ମୋତେ ଚାକିରୀ ମିଳୁ ନାହିଁ । ଯାହାକୁ ଦେଖି ସମସ୍ତ ୟୁଜର୍ସମାନେ ଆଶ୍ଚର୍ଯ୍ୟ ହୋଇଗଲେ। କାରଣ ଯାହା ପାଖରେ ଏତେ ସ୍କିଲ ଏବଂ ଅନୁଭବ ଅଛି ତାକୁ ଚାକିରୀ କ’ଣ ପାଇଁ ମିଳୁନି?
ରେଡଡିଟରେ ମିଳିଲା ସାହାଯ୍ୟ
ଏହି ପୋଷ୍ଟକୁ ରେଡଡିଟରେ ସେୟାର କରିବା ପରେ ଅନେକ ଲୋକ ତା’ ସାହାଯ୍ୟ ପାଇଁ ଆଗକୁ ଆସିଥିଲେ । ଅନେକ ଲୋକ ତାକୁ ତାଙ୍କର ଇମେଲ ଆଇଡି ଦେଲେ ତ ପୁଣି କେତେ ଜଣ ତାକୁ ପରାମର୍ଶ ଦେଲେ । ତେବେ ଲୋକଙ୍କର ସାହାଯ୍ୟ ଏହା ପ୍ରମାଣ କରେ କି ଆଜିକାଲି ସୋସିଆଲ ମିଡ଼ିଆରେ ମଧ୍ୟ ସାହାଯ୍ୟ ମିଳି ପାରିବ ।
ALSO READ: https://purvapaksa.com/most-dangerous-place-of-earth-ukraine-chernobyl-nuclear-plant/

