Benefits of Curd: ଦୈନନ୍ଦିନ ଖାଦ୍ୟରେ ଦହିକୁ ସାମିଲ କଲେ ଆମେ ଏହାର ଅନେକ ଲାଭ ପାଇପାରିବା ।
ଦହିରେ ଭିଟାମିନ୍ ସିର ଉପସ୍ଥିତି ହେତୁ ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଦହି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। କେବଳ ଏତିକି ନୁହେଁ, ଦହି ଆମ ଚର୍ମ ପାଇଁ ବହୁତ ଲାଭଦାୟକ ଅଟେ। ବାସ୍ତବରେ, ପ୍ରୋଟିନ୍, କ୍ୟାଲସିୟମ୍, ରାଇବୋଫ୍ଲାଭିନ, ଭିଟାମିନ୍ B6 ଏବଂ ଭିଟାମିନ୍ B12 ପରି ପୋଷକ ତତ୍ତ୍ୱ ଦହିରେ ମିଳିଥାଏ, ଯାହା ଶରୀରକୁ ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ ।

ଭାରତୀୟ ରୋଷେଇରେ ଦହି ଏକ ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ ପଦାର୍ଥ, ଯାହା ଖାଇବାରେ ସ୍ୱାଦିଷ୍ଟ ଏବଂ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଏହାକୁ କେବଳ ଖାଲିରେ ଖାଆନ୍ତି ନାହିଁ ବରଂ ଏଥିରେ ବିଭିନ୍ନ ଖାଦ୍ୟ ମଧ୍ୟ ତିଆରି କରାଯାଏ । ତେବେ ଆସନ୍ତୁ ଦହି ଖାଇବାର ଉପକାରିତା।
ଚାଲନ୍ତୁ ଜାଣିବା ଦହି ଖାଇବା ଦ୍ୱାରା ଶରୀରକୁ କଣ ମିଳେ ଫାଇଦା:
- ଆପଣଙ୍କ ଶରରୀରରେ ଗ୍ୟାସ୍ କିମ୍ବା ଏସିଡିଟି ପ୍ରୋବ୍ଲେମ୍ ଥିଲେ ଖାଇବା ପରେ ଏକ ଗିନା ଦହି ଖାଆନ୍ତୁ ।
- ଦହି ଖାଇବା ଦ୍ୱାରା ପେଟ ଥଣ୍ଡା ରହିଥାଏ। ଫଳରେ ବହୁ ପେଟ ସମସ୍ୟାରୁ ମୁକ୍ତି ମିଳିଥାଏ।
- ଖାଇବା ପରେ ଦହି ଖାଇଲେ ପାଚନ ତନ୍ତ୍ର ଠିକ୍ ଭାବେ କାମ କରିଥାଏ।
ଦହି ତ୍ୱଚା ଆଉ କେଶ ଲାଗି ଖୁବ୍ ଲାଭଦାୟକ ହୋଇଥାଏ।- ଦହିକୁ କେଶରେ ଲଗାଇବା ଦ୍ୱାରା ରୂପି ସମସ୍ୟା ବହୁ ମାତ୍ରାରେ କମିଯାଇଥାଏ।
- ଦହିରେ ବେସନ ମିଶାଇ ଲଗାଇଲେ ଏହାଦ୍ୱାରା ତ୍ୱଚା କୋମଳ ହୋଇଥାଏ ଓ ଉଜ୍ଜ୍ୱଳ ଦେଖାଯାଇଥାଏ।
- ବୟସାଧୀକ ପ୍ରଭାବରେ ଚେହେରାରେ ପଡୁଥିବା ଭାଙ୍ଗ ମଧ୍ୟ ଦହି ବ୍ୟବହାର ପରେ ବହୁତ କମ୍ ହୋଇଯାଇଥାଏ।
- ଦହିରେ କ୍ୟାଲସିୟମ ରହିଛି। ଏହାକୁ ଖାଇବା ଦ୍ୱାରା ଶରୀରର ହାଡ ମଜବୁତ ହୋଇଥାଏ।
- ପ୍ରତିଦିନ ଦହି ଖାଇଲେ ଆପଣଙ୍କ ଦାନ୍ତ ଓ ନଖ ମଧ୍ୟ ଶକ୍ତ ହୋଇଥାଏ ।

ALSO READ: https://purvapaksa.com/know-the-amazing-health-benefits-of-eating-dates/

