ସୁନ୍ଦର ତ୍ୱଚା ଲୋକମାନଙ୍କ ପାଇଁ ସର୍ବଦା ପ୍ରାଥମିକତା ହୋଇଥାଏ । ଏଥିପାଇଁ ବଜାରରେ ବିଭିନ୍ନ ପ୍ରକାରର ବିୟୁଟି ପ୍ରଡକ୍ଟ ଉପଲବ୍ଧ ରହିଥାଏ । ସେହିପରି ଘରେ ଥିବା ସାଧାରଣ ଉପକରଣ ଓ ସହଜ ଅଭ୍ୟାସ ମଧ୍ୟ ନିଜର ଚର୍ମ ଓ କେଶକୁ ସୁସ୍ଥ ରଖିପାରେ।

ଅଧିକାଂଶ ଲୋକ ହାତ ଗାମୁଛା କିମ୍ବା ଅନ୍ୟାନ୍ୟ ଅସଫା ଉପକରଣକୁ ମୁହଁ ଓ ଚର୍ମ ପରିଷ୍କାର ପାଇଁ ବ୍ୟବହାର କରନ୍ତି। ଏହା ଦ୍ୱାରା ବ୍ରଣ, ଫଙ୍ଗାଲ୍ ଇନଫେକ୍ସନ୍ ଏବଂ ଅନ୍ୟାନ୍ୟ ସ୍କିନ ରୋଗର ସମ୍ଭାବନା ବଢ଼ିଯାଏ। ତେଣୁ ଚର୍ମ ବିଶେଷଜ୍ଞମାନେ ସଫା ତଉଲିଆ ବ୍ୟବହାର କରିବାର ପରାମର୍ଶ ଦିଅନ୍ତି।

ମେକଅପ୍ ବ୍ରସ୍ ଓ ବଡି ବ୍ରସ୍ ମଧ୍ୟ ସତର୍କ ଭାବେ ବ୍ୟବହାର କରାଯିବା ଉଚିତ । ଯଦି ଏହାକୁ ନିୟମିତ ସଫା କରିବା ଓ ବ୍ୟବହାର ନ କରାଯାଏ ତେବେ ସେମାନେ ପ୍ରାକୃତିକ ଚର୍ମକୁ କ୍ଷତି ପହଞ୍ଚାଇ ପାରନ୍ତି । ପ୍ଲାଷ୍ଟିକ୍ ପାନିଆ ଓ ଅନ୍ୟାନ୍ୟ କେମିକାଲ୍ ମିଶିଥିବା ଶାମ୍ପୁ କେଶର ପାଇଁ ହାନିକାରକ। ଚର୍ମ ବିଶେଷଜ୍ଞ ମାଇଲ୍ଡ, ସଲଫେଟ୍-ଫ୍ରି ଶାମ୍ପୁ ବ୍ୟବହାର କରିବାକୁ ପରାମର୍ଶ ଦିଅନ୍ତି।
କେଶର ଠିକ୍ ଯତ୍ନ ନ କରିଲେ ଏହା ଦୁର୍ବଳ ହୋଇ ଝଡ଼ି ଥାଏ । ଏହି ସମସ୍ୟା ରୋକିବା ପାଇଁ କାଠ କିମ୍ବା କାର୍ବନ ପାନିଆ ବ୍ୟବହାର ସହ ନିୟମିତ କେଶ ମସାଜ୍ ପ୍ରୟୋଜନୀୟ । ଏହା ସହିତ ପ୍ରାକୃତିକ ହେୟାର ଅଏଲ ଏବଂ ମେହେନ୍ଦି ବ୍ୟବହାର କରି କେଶକୁ ମଜବୁତ କରାଯାଇପାରେ।
ଚର୍ମ ଓ କେଶ ପ୍ରତି ସତର୍କ ହେବା ଦ୍ୱାରା ଆପଣ ନିଜର ସ୍ୱାସ୍ଥ୍ୟକୁ ମଧ୍ୟ ସୁରକ୍ଷିତ ରଖିପାରିବେ । ଗୃହସ୍ଥ ଉପାୟରେ ତ୍ୱଚା ଓ କେଶ ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେବା ଆବଶ୍ୟକ । ସତର୍କ ଅଭ୍ୟାସରେ ନିଜ ଦୃଢ ଚର୍ମ ଓ ମଜବୁତ କେଶ ନିଶ୍ଚିତ କରନ୍ତୁ।
also read https://purvapaksa.com/rashmika-mandhana/
ୱେଡିଂ ପାଇଁ ଉଦୟପୁରରେ ପହଞ୍ଚିଲେ ରଶ୍ମିକା-ବିଜୟ ।। Rashmika Mandhana


